ଅବସରକାଳୀନ ସମ୍ବର୍ଦ୍ଧନା ସଭା
କେନ୍ଦୁଝର : କେନ୍ଦୁଝର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ଏଷ୍ଟାବ୍ଲିସମେଣ୍ଟ ଅଫିସର ଜଗବନ୍ଧୁ ରାଉତ ଅପ୍ରେଲ ୩୦ ଦିନ ତାଙ୍କ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଏ ନେଇ କାର୍ଯ୍ୟାଳୟ ପରିସରରେ ତାଙ୍କୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଲକ୍ଷ୍ମୀ ନାଏକ, ସମନ୍ୱିତ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସୌମ୍ୟସାର୍ଥକ ମିଶ୍ର, ଆଇଟିଡିଏ ସ୍ୱତନ୍ତ୍ର ଅଧିକାରୀ ବୁଦ୍ଧଦେବ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରବିନ୍ଦ୍ର ନାଥ ନାଏକ, ସହକାରୀ ଯନ୍ତ୍ରୀ ଇଂ ବୈଶାଖୁ ସିଂ ପ୍ରମୁଖ ଯୋଗ ଦେଇ ତାଙ୍କାର କର୍ତ୍ତବ୍ୟନିଷ୍ଠା, ବ୍ୟକ୍ତିତ୍ୱ, ସମସ୍ତଙ୍କୁ ଭଲ ପାଇବା, ଉତ୍ତମ ବ୍ୟବହାର, ଉଲ୍ଲେଖନୀୟ ସେବା ଓ କାର୍ଯ୍ୟ କରିବାର ଶୈଳୀକୁ ପ୍ରଶଂସା କରି ତାଙ୍କର ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ସମ୍ବର୍ଦ୍ଧନା ସଭାରେ କନିଷ୍ଠ ଯନ୍ତ୍ରୀ ବିନୟ କୁମାର ପଟେଲ, ଆଇଟିଡିଏର ପ୍ରକଳ୍ପ ପରିଚାଳକ ସଚ୍ଚିଦାନନ୍ଦ ମିଶ୍ର, ଷ୍ଟେନୋ ରବି ନାରାୟଣ ମୁଣ୍ଡା, ବରିଷ୍ଠ କିରାଣୀ ସୁବ୍ରତ ମହାନ୍ତି, କିରାଣୀ ନବକିଶୋର ମହାନ୍ତ, ଏସଡିସି କୋଅଡିନେଟର ଝରଣା ମହାନ୍ତ, ଏସଏମଏସ୍ ଭାନୁମତୀ ବେହେରା, ମନରେଗା କୋ-ଅଡିନେଟର ଅନିଦ୍ୟ ସୁନ୍ଦର ରାଉତ,ଏଫ୍ଆରଏ କୋଡିନେଟର ସୌରିନ୍ଦୀ ହେମ୍ବ୍ରମ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିବାବେଳେ ସମସ୍ତ କର୍ମଚାରୀ ଭାବବିହ୍ୱଳ ସହକାରେ ଜଗବନ୍ଧୁ ରାଉତଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରି ସୁଖମୟ ଅବସର ଜୀବନ କାମନା କରିଥିଲେ । ଶେଷରେ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଶ୍ରୀ ରାଉତଙ୍କୁ ପାଛୋଟି ନେଇ ତାଙ୍କ ଘରେ ଛାଡିଥିଲେ ।