ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ

ମାଲକାନଗିରି : ମାଲକାନଗିରି ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ନେଇ ଜେନେରାଲ ଓବଜରଭର ଏ ସୂର୍ୟା କୁମାରୀ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ । ଜିଲ୍ଲାରେ ନିର୍ବାଚନ ନିମନ୍ତେ ଉତ୍ତମ ରୂପେ ସମସ୍ତ ଯୋଜନା ଓ ପ୍ରସ୍ତୁତି କରାଯାଇଥିବାରୁ ଜେନେରାଲ ଓବଜରଭର ନିଜର ଖୁସି ବ୍ୟକ୍ତ କରିଥିଲେ ।  ହୋମ୍ ଭୋଟିଂ ସମୟରେ ଯେଉଁଭଳି ଭାବେ ସ୍ୱଚ୍ଛତା ବଜାୟ ରହିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସମସ୍ତ ଅଧିକାରୀ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ନିୟମ ବିଷୟରେ ଭଲ ଭାବରେ ଅବଗତ ହେବା ପାଇଁ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାରେ ମହିଳା ଭୋଟରଙ୍କ ଅନୁପାତ ଅଧିକ ରହିଥିବା କାରଣରୁ ଗଣତନ୍ତ୍ର ପାଇଁ ଏହା ଏକ ଶୁଭ ସଙ୍କେତ ବୋଲି ମଧ୍ୟ ସେ କହିଥିଲେ । ଅଧିକରୁ ଅଧିକ କିଭଳି ଭାବେ ଜିଲ୍ଲାରେ ମତଦାନ ହାର ହୋଇପାରିବ ତାହା ସୁନିଶ୍ଚିତ କରିବା ପାଇଁ ସେଥିପ୍ରତି ଗୁରୁତ୍ୱ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ମୁକ୍ତ, ନିରପେକ୍ଷ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବାକୁ ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିସହ ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ପାଳନ କରିବାକୁ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା ।  ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସଚିନ୍ ପାୱାର ସମସ୍ତ ପ୍ରସ୍ତୁତି ନେଇ ଜେନେରାଲ ଓବଜରଭରଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ୍ୱ ବିଭାଗ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ବିଭାଗ ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ଉପସ୍ଥିତ ଥିଲେ ।