୪୦ତମ କାରୁବାକି ମହୋତ୍ସବ ଅନୁଷ୍ଠିତ
ଢେଙ୍କାନାଳ : ଢେଙ୍କାନାଳ ସହର ଅଗ୍ରଣୀ ଓଡିଶୀ ରିସର୍ଚ ସେଂଟର ସତରୂପା ପକ୍ଷରୁ ୪୦ତମ କାରୁବାକି ମହୋତ୍ସବ ଦୁଇଦିନ ଧରି ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ଦିବସରେ ଅନୁଷ୍ଠାନର ସଭାପତି ଆଇନଜୀବୀ ତଥା ବରିଷ୍ଠ ମଂଚ କଳାକାର ନିଦେ୍ର୍ଦଶକ ବାଦଲ ବିହାରୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ଓଡିଶା କଲ୍ୟାଣ ସେବା ଅଧିକାରୀ ତଥା ସମାଜ ସେବୀ ଲଳିତ ପଟ୍ଟନାୟକ ମୂଖ୍ୟ ଅତିଥି, ଅବସରପ୍ରାପ୍ତ ରାଜ୍୍ୟ ସଚିବାଳୟ ସେବା ଅତିରିକ୍ତ ସଚିବ ବିଶ୍ୱନାଥ ବେହେରା, ପ୍ରଫେସର ଅଟଳ ବିହାରୀ ଦାଶ, ରାଜ୍ୟ ଲୋକକଳା ସଂଘ ଉପସଭାପତି ଅବନୀ ମିଶ୍ର ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ କଳାକାରମାନଙ୍କ ନୃତ୍ୟ ସଂଗୀତର ପ୍ରଶଂସା କରିଥିଲେ । ଏହି ଶତରୂପା ଅନୁଷ୍ଠାନର ସ୍ରଷ୍ଟା ସ୍ୱର୍ଗତ ବିପିନ ବିହାରୀ ପଟ୍ଟନାୟକଙ୍କ ଅଦମ୍ୟ ନିଷ୍ଠା, ଉଦ୍ୟମ ଓ ସଂଘର୍ଷ ଏହି ଅନୁଷ୍ଠାନକୁ ଦିପ୍ତିମନ୍ତ କରିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ ।
ଯେଉଁ ଜାତିର କଳା ସାହିତ୍ୟ ସଂସ୍କୃତି ଯେତେ ଉନ୍ନତ ସେ ଜାତିର ଇତିହାସ ସେତିକି ଗୌରବମୟ । ନୃତ୍ୟ ସଂଗୀତ, ମଂଚ ଅଭିନୟ କେବଳ ଦର୍ଶକମାନଙ୍କ ମନୋରଂଜନ ପାଇଁ ନୁହେଁ । ଏମାନେ ମଧ୍ୟ ସମାଜରେ କ୍ରାନ୍ତି ଆଣି ପାରନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ମଧୁବାବୁଙ୍କ ଉଦ୍ୟମରେ ଉକôଳ ସମ୍ମିଳନୀ ଗଠନ ହେବା ପରେ ଇଂରେଜ ସରକାରଙ୍କ ପକ୍ଷରୁ ଭାଷାଭତ୍ତିକ ଓଡିଶା ପ୍ରଦେଶ ଗଠନ କରିବା ପାଇଁ ସ୍ୱିକୃତି ମିଳିଲା । କଳା, ସାହିତ୍ୟ, ଅଭିନୟ କେବଳ ମନୋରଞ୍ଜନ କାରୀ ନୁହେଁ ଏହା ସମାଜରେ ବିପ୍ଳବ ବା କ୍ରାନ୍ତି ଆଣିପାରେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଅତୀତରେ ଢେଙ୍କାନାଳର "ଛଉନୃତ୍ୟ' ପ୍ରସିଦ୍ଧି ଲାଭ କରିଥିଲା । ଗୋବିନ୍ଦ ପ୍ରସାଦ ଓ ଝୁମ୍ପଡିଆର ପାଇକମାନେ ସ୍ୱତନ୍ତ୍ର ଆପଣା ଘରେ ବର୍ଷ ତମାମ ଅଭ୍ୟାସ କରି ଚୈତ୍ର ମାସରେ ପରିବେଷଣ କରୁଥିଲେ ରାଜବାଟୀରେ । ଢେଙ୍କାନାଳର ହଜିଲା କିର୍ତ୍ତିକୁ ପୁନରୁଦ୍ଧାର ପାଇଁ ମୁଖ୍ୟ ଅତିଥି ଆହ୍ୱାନ ଦେଇଥିଲେ । ଶେଷରେ ପୁରସ୍କାର ବିତରଣ ଉତ୍ସବ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଓଡିଶୀ ନୃତ୍ୟଶିଳ୍ପୀ ତିମିରସୁ ପଟ୍ଟନାୟକ ବିଶିଷ୍ଟ ସଙ୍ଗୀତଜ୍ଞ ଖାରବେଳ ପଟ୍ଟନାୟକ ବିଶିଷ୍ଟ ତବଲା ବଦକ ଅଜାତାଶତ୍ରୁ ପଟ୍ଟନାୟକ, ଖ୍ୟାତି ସମ୍ପର୍ଣ ନୃତ୍ୟ ଶିଳ୍ପୀ ବିଜିଗୁପ୍ତ ପଟ୍ଟନାୟକ, କାର୍ଯ୍ୟକ୍ରମ ସଂଯୋଜକ ଚନ୍ଦନ କୁମାର ନାୟକ ଉପସ୍ଥିତ ଥିଲେ । ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ମଂଚ କଳାକାର, ନିଦେ୍ର୍ଦଶକ ବାଦଲବିହାରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।