ରମାକାନ୍ତଙ୍କୁ ଅଡୁଆ ହେବେ କି ଯୁଧିଷ୍ଠିର?
୨୦୨୦ ତିର୍ତ୍ତୋଲ ଉପ ନିର୍ବାଚନରେ ସାଂସଦ ଡ.ରାଜଶ୍ରୀ ମଲ୍ଲିକ ସ୍ୱର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ସୁପୁତ୍ର ପୂର୍ବତନ ବିଧାୟକ ବିଜୟ ଶଙ୍କର ଦାଶକୁ ନିଜର ପୁଅ କହି କାନି ଧରାଇ ନିର୍ବାଚନୀ ବୈତରଣୀ ପାର କରିଥିଲେ । ବିଜୟ ଶଙ୍କର ବିଧାୟକ ଭାବେ ବିଜୟ ଲାଭ କରିଥିଲେ । ନିର୍ବାଚନର କେଇଟା ମାସ ନପୂରୁଣୁ ଗୋଷ୍ଠୀ କନ୍ଦଳପାଇଁ ମା’ପୁଅଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା । ସେତେବେଳେ ସମଗ୍ର ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ଏବେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିରୁ ଆସି ବିଜେଡିରେ ଯୋଗଦେଇଥିବା ପ୍ରଫେସର ରମାକାନ୍ତ ଭୋଇଙ୍କୁ ବିଜୁ ଜନତା ଦଳ ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ କରିଛି ।
ସାଂସଦ ଡ.ମଲ୍ଲିକଙ୍କୁ ମଧ୍ୟ ଦଳ ଭରସା କରି ପୁନର୍ବାର ଜଗତସିଂହପୁର ସାଂସଦ ପ୍ରାର୍ଥୀ ଭାବେ ମଇଦାନକୁ ଛାଡ଼ିଛି । ସାଂସଦ ଡ.ମଲ୍ଲିକଙ୍କ ଆଶା ଥିଲା ଏଥର ତିର୍ତ୍ତୋଲର ବିଧାୟିକା ଭାବେ ଲଢ଼ିଥାନ୍ତେ ହେଲେ ଦଳର ସୁପ୍ରିମୋ ମ୍ୟାଡାମଙ୍କ ଆଶାକୁ ଆଶାରେ ରଖିଦେଲେ । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ସବୁବେଳେ ରାଜଶ୍ରୀ ଗୋଷ୍ଠୀ ଓ ବିଷ୍ଣୁ ଗୋଷ୍ଠୀ କନ୍ଦଳକୁ ନେଇ ଚର୍ଚ୍ଚା ଲାଗିରହିଥାଏ । ଏଥର ବିଜୟଙ୍କ ପରିବର୍ତ୍ତେ ରମାକାନ୍ତଙ୍କୁ ଦଳ ପ୍ରାର୍ଥୀ କରିଛି । ତିର୍ତ୍ତୋଲ ବିଜୁ ଜନତା ଦଳର ଛାମୁଆ ନେତାମାନେ ଆମ ଭିତରେ ଆଉ ଗୋଷ୍ଠୀ କନ୍ଦଳ ରହିବନି କହି କଟା ଘାରେ ଚୂନ ଲଗାଇବା ସଦୃଶ ଯାହା ଚର୍ଚ୍ଚା ହେଉଛି ।
ଅପରପକ୍ଷରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ ଗୁଆଳିପୁର ଗ୍ରାମର ବିଜେଡି ଦଳର ଜଣେ ବରିଷ୍ଠ ସଂଗଠକ ଯୁଧିଷ୍ଠିର ସେଠି ଦୀର୍ଘ ୧୦ ବର୍ଷ ହେବ ଦଳପାଇଁ ନିଜକୁ ଉସôର୍ଗୀକୃତ କରିଥିଲେ ମଧ୍ୟ ଦଳ ତାଙ୍କୁ ବାଦଦେଇ ପ୍ରଫେସର ଭୋଇଙ୍କୁ ପ୍ରାର୍ଥୀ କରିଛି । ସଂଗଠକ ଯୁଧିଷ୍ଠିର ସେଠି ସ୍ୱାଧୀନ ପ୍ରାର୍ଥୀଭାବେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଲଢ଼ିବେବୋଲି ଆଲୋଚନା ହେଉଛି । ଦୀର୍ଘ ଦିନ ହେବ ଶ୍ରୀଯୁକ୍ତ ସେଠୀ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ୬୧ ପଞ୍ଚାୟତରେ ବିଭିନ୍ନ ସମୟରେ ଗ୍ରସ୍ତ କରି ଲୋକମାନଙ୍କ ନିକଟରେ ପହଞ୍ଚି ସମସ୍ୟା ବୁଝୁଥିଲେ । ତାଙ୍କୁ ତାଙ୍କ ସମର୍ଥକ ମାନେ ତିର୍ତ୍ତୋଲର ବିଧାୟକ ହେବେ ବୋଲି ଆଶା ରଖିଥିଲେ । ସେଥିପାଇଁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢନ୍ତୁ ବୋଲି ନିର୍ବାଚନମଣ୍ଡଳୀର ଅଗଣିତ ସମର୍ଥକ ମାନେ କହୁଛନ୍ତି । ଯଦି ଯୁଧିଷ୍ଠିର ସେଠୀ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦୀ କରନ୍ତି ତେବେ ରମାକାନ୍ତ ଭୋଇଙ୍କ ଅଡୁଆ ବଢ଼ି ଯିବକି ? ରାଜନୀତି ସମୀକ୍ଷକ ମାନଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ତିର୍ତ୍ତୋଲ କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକ ସେ ମଧ୍ୟ କମରେ ନାହାନ୍ତି । ୬୧ ଦିନରେ ୬୧ ପଞ୍ଚାୟତ ଗ୍ରସ୍ତ କରି ଜନସାଧାରଣ ମାନଙ୍କର ପ୍ରିୟଭାଜନ ହୋଇପାରିଛନ୍ତି । ସେ ଜଣେ ଅତ୍ୟନ୍ତ ଅମାୟିକ ବ୍ୟକ୍ତିତ୍ୱ ତାଙ୍କର ରଣନୀତି ସମସ୍ତଙ୍କଠାରୁ ଭିନ୍ନ । ତିର୍ତ୍ତୋଲରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକରେ ଜÿିଲ୍ଲା ବରିଷ୍ଠ ବିଜେଡି ଉପସଭାପତି ଅଶ୍ୱିନୀ ଦାସ, ବସନ୍ତ ମହାପାତ୍ର ଓ ଜÿିଲ୍ଲାପରିଷଦ ଉପାଅଧ୍ୟକ୍ଷା ସୁଜାତା ମହାନ୍ତି କହିଥିଲେ ଆମ ଭିତରେ ଆଉ ପୂର୍ବଭଳି ଗୋଷ୍ଠୀ କନ୍ଦଳ ରହିବନାହିଁ । ଯାହା କିଛି କର୍ମୀଙ୍କ ମନରେ ସନେ୍ଦହ ସୃଷ୍ଟି କରିଥିଲା । ତିର୍ତ୍ତୋଲ ବିଜେଡି ଦଳରେ ଏମିତି କିଛି ନେତା ଅଛନ୍ତି ଡାହାଣୀ ହୋଇ ଲାଗନ୍ତି ଗୁଣିଆ ହୋଇ ଝାଡ଼ନ୍ତି ନିଜକୁ ସବୁଠାରୁ ଚତୁର ବୋଲି ଭାବିଥାନ୍ତି ।
ବିଧାୟକ ପ୍ରାର୍ଥୀ ପ୍ରଫେସର ଭୋଇଙ୍କ ପାଖେ ପାଖେ ରହିବାପାଇଁ ପ୍ରତିଯୋଗିତା ଚାଲିଛି । ପ୍ରଫେସର ଭୋଇ ଜିତିଲା ପରେ କାଳେ ଭୁଲିଯିବେ ସେଲ୍ଫି ଫୋଟ ନେଇ ସୋସିଆଲ ମେଡିଆରେ ପୋଷ୍ଟ କରୁଛନ୍ତି । ହେଲେ ପ୍ରଫେସର ଭୋଇ ରାଜନୀତିରେ ଜଣେ ଅଲଗା ପ୍ରକାର ଲୋକ ତାଙ୍କୁ ଚିହ୍ନିବା ବଦ କଠିକର ପାଠ । ସାଙ୍ଗଠନିକ ସଭାରେ ପ୍ରଫେସର ଭୋଇ କହିଥିଲେ ମୁଁ ବିଧାୟକ ହେଲେ ଭାୟା ମେଡିଆ ବା ମଧ୍ୟସ୍ଥି ରହିବିନାହିଁ । ଯାହାର ଯେତେବେଳେ ସମସ୍ୟା ହେବ ସିଧାସଳଖ ମୋହ ସହିତ କଥା ହେବ । ବିଧାୟକ ପ୍ରାର୍ଥୀ ପ୍ରଫେସର ଭୋଇ ମନେ ମନେ ଜିତିଯାଇଥିବା ନେଇ ଗର୍ବ ଅନୁଭବ କରୁଛନ୍ତି । ତାଙ୍କୁ କାଳେ ପୂର୍ବରୁ ଥିବା ବିଜେପି ଦଳର କର୍ମୀ ଓ ଭୋଟର ମାନେ ଏହି ନିର୍ବାଚନରେ ଭୋଟ ଦେବେବୋଲି ଆଶାବାନ୍ଧି ବସିଛନ୍ତି । ତିର୍ତ୍ତୋଲ ସାଙ୍ଗଠନିକ ବୈଠକରେ ୨୧ ପଞ୍ଚାୟତର ଯୁବ ସଭାପତି, ଯୁବ ଛାତ୍ର ସଭାପତି, ମହିଳା ସଭାନେତ୍ରୀ ଓ ସବୁଠାରୁ ବଡ଼ କଥା ୨୧ ପଞ୍ଚାୟତର ମୁଖ୍ୟ ପଞ୍ଚାୟତ ସଭାପତିମାନଙ୍କ ଯୋଗନେଦେବା କଥାଟା ଟିକେ ଅଡୁଆ ଲାଗିଥିଲା । ତିର୍ତ୍ତୋଲ ବ୍ଲକର ୨୧ ପଞ୍ଚାୟତରେ ଥିବା ଅନ୍ତକନ୍ଦଳକୁ ପ୍ରଫେସର ଭୋଇ ସମାଧାନ କରିବାରେ ସଫଳ ହୋଇପାରିବେ ତ । ବିଧାୟକ ପ୍ରାର୍ଥୀ ପ୍ରଫେସର ଭୋଇ ୨୦୧୯ ରେ ବିଜେପିରେ ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦୀ କରୁଥିଲେ ।
ପାର୍ଟି ପକ୍ଷରୁ ଆସିଥିବା ଅର୍ଥକୁ ଚଳୁ କରିଥିବା ନେଇ ଦଳପକ୍ଷରୁ କଡା ସମାଲୋଚନା କରାଯାଇଥିଲା । ପରବର୍ତ୍ତୀ ସମୟରେ ବିଜେପି ଦଳରୁ ତାଙ୍କୁ ବିଦାକରାଯାଇଥିଲା । ବିଜେପିରୁ ବିଦା ହେବା ପରେ ପ୍ରଫେସର ଭୋଇ ୨୦୨୦ ତିର୍ତ୍ତୋଲ ଉପ ନିର୍ବାଚନରେ ବିଜେଡି ଡଙ୍ଗାରେ ବସିଥିଲେ । ସେବେଠାରୁ ଦିନ ରାତି ଏକ କରି ଲୋକ ମାନଙ୍କର ସେବା କରିବା ସହିତ ଦଳର ମୁଖିଆଙ୍କୁ ପ୍ରଲୋଭିତ କରିଥିଲେ ଓ ଏବେ ଟିକେଟ ହାତେଇ ନେଇଥିଲେ । ଶ୍ରୀଯୁକ୍ତ ସେଠୀ କ୍ଷୋଭ ପ୍ରକାଶ କରିବା ସହିତ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାପାଇଁ ତାଙ୍କ ସମର୍ଥକ ମାନେ ଆଶା ପ୍ରକଟ କରିଛନ୍ତି ।