ନିର୍ବାଚନୀ ପ୍ର·ର ଓ ସିନେତାରକା
ବିଭିନ୍ନ ରାଜନୈତିକ ଦଳମାନେ ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଥାନ୍ତି । ଚଳିତ ଥର ବି ହୋଇଛି । ରାଜନେତା ସହ ଷ୍ଟାର କଳାକାରଙ୍କ ସ୍ଥାନ ରହିଛି କିନ୍ତୁ ତାଲିକାରେ ଷ୍ଟାରମାନେ ପୁରା କୋଣାଠେସା ହୋଇ ରହିଛନ୍ତି । ଆମ ସମୟରେ ସିନେମା ଜଗତକୁ ଦେଖିଲେ ସ୍ୱାଭାବିକ ପ୍ରଶ୍ନ ଉଠୁଛି ଲୋକ ତ ସିନେମା ଯାଉନାହାଁନ୍ତି ଜଣେ ଦିଜଣ ଓଡ଼ିଆ କଳାକାରଙ୍କୁ ଛାଡ଼ିଲେ ବାକିଙ୍କୁ ଆଉ କେହି ପସନ୍ଦ ମଧ୍ୟ କରୁନାହାଁନ୍ତି । ସେମାନଙ୍କୁ ନେଇ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ କରିବା ତ ଦୂରର କଥା ସେମାନଙ୍କ ସଭାକୁ ବା କିଏ ଆସିବ? ଦଳମାନେ ସହଜେ ଫିଲ୍ମ ଇଣ୍ଡଷ୍ଟି୍ର ବିଷୟରେ ମାପିଚୁପି ମନ୍ତବ୍ୟ ରଖନ୍ତି । ତେବେ ସାଧାରଣ ଲୋକଙ୍କ କଥା ହେଉଛି ପରଦାରେ ପୁରା ଫୁ୍ୟଜ ଏହି ସିନେଷ୍ଟାରଙ୍କୁ ରାଜନୈତିକ ଦଳମାନେ ପ୍ରାଧାନ୍ୟ ଦେଇ ଅଯଥାରେ ଷ୍ଟାର ବନାଉଛନ୍ତି । ଏମାନଙ୍କ ଅଭିନୟକୁ ଦର୍ଶକ ଦେଖୁନାହାଁନ୍ତି । ରାଜନୀତିରେ ସଫଳ ହେବା ଏତେ ସହଜ କଥା ନୁହେଁ । ରାଜନୈତିକ ଦଳମାନେ ଏହି ସିନେ ତାରକା ମାନଙ୍କୁ ନେତା କରିବା ଅପେକ୍ଷା ସ୍ଥାନୀୟ ନିର୍ବାଚନ ମଣ୍ଡଳୀରେ ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ ହେଉଥିବା ପ୍ରାର୍ଥୀମାନଙ୍କୁ ଗୁରୁତ୍ୱ ଦିଅନ୍ତୁ ।
ଗୋପୀନାଥ ଦାଶ,ବରଦା, ବାଲିଚନ୍ଦ୍ରପୁର, ଯାଜପୁର
ମୋ: ୮୮୯୫୨୯୬୧୬୭