କଂଗ୍ରେସର ଜନ ଆଶୀର୍ବାଦ ସମାବେଶ 

କଂଗ୍ରେସର ଜନ ଆଶୀର୍ବାଦ ସମାବେଶ 

 ବନ୍ତ :   ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ ତୋଡଗାଁରେ ଭଣ୍ଡାରିପୋଖରୀ କଂଗ୍ରେସ ପକ୍ଷରୁ ବିଶାଳ ଜନ ଆଶୀର୍ବାଦ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପିସିସି ସାଧାରଣ ସମ୍ପାଦକ ପଦ୍ମାକର ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଭଣ୍ଡାରିପୋଖରୀ ବିଧାନସଭା ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ନିର୍ବାଚନ ମୋ ପାଇଁ ନୂଆ ନୁହେଁ, ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ଆସେ ଓ ଯାଏଁ । ହେଲେ ମୁଁ ଏହି ନିର୍ବାଚନମଣ୍ଡଳୀର ଲୋକ, ସ୍ୱାଧୀନତାର ୭୭ ବର୍ଷ ପରେ ଆମେ ମୌଳିକ ସୁବିଧାରୁ ବଞ୍ଚôତ ହୋଇ ରହିଛୁ । ଏଠାରୁ ନିର୍ବାଚିତ ପ୍ରତିନିଧିମାନେ ମିଥ୍ୟା ପ୍ରତିଶ୍ରୁତି ଦେଇ ଅଞ୍ଚଳବାସୀଙ୍କୁ ଠକି ଆସିଛନ୍ତି । କାଳିଆ, ପିଠା ପରି ଯୋଜନାର ପ୍ରଲୋଭନ ଦେଖାଇ ରାଜ୍ୟ ସରକାର ଭୋଟ ନେବା ପରେ ଲୋକଙ୍କୁ ଠକିଛନ୍ତି । ଭଣ୍ଡାରିପୋଖରୀ ଅଞ୍ଚଳର ଲୋକେ ନିରିହ ଓ ସ୍ୱାଭିମାନୀ ଅଟନ୍ତି । ଆଗାମୀ ନିର୍ବାଚନରେ ଅଞ୍ଚଳବାସୀ କୌଣସି ମିଥ୍ୟା ପ୍ରତିଶ୍ରୁତିରେ ନ ଭାସି ମୂଲ୍ୟବାନ ମତ ସାବସ୍ତ୍ୟ କରି ମୋତେ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରାଇଲେ ମୁଁ ମୋ ପୂର୍ବଜଙ୍କ ମାଟିର ସେବା କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟ କରି କରଜ ସୁଝିବି ବୋଲି କହିଥିଲେ । ଭଦ୍ରକ ଲୋକସଭାର ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ କଂଗ୍ରେସ ସମୟରେ ଯେଉଁ ଉନ୍ନୟନମୂଳକ କାର୍ଯ୍ୟ ଏଠାରେ ହୋଇଥିଲା ଏବେ ତାହା ଠପ୍ ହୋଇଯାଇଛି । ଆମ ସରକାର ଆସିଲେ ସାଧାରଣ ଲୋକଙ୍କ ମୌଳିକ ସମାସ୍ୟା ଦୂର କରିବୁ ବୋଲି କହିଥିଲେ । ନବଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ, ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ରାଜ୍ୟ ସଂଖ୍ୟାଲଘୁ ସେଲ ସଭାପତି ଅବଦୁଲ କାଲାମ, ଜିଲ୍ଲା ନିର୍ବାଚନ କମିଟି ସଯୋଜକ ନଳିନୀ ମହାନ୍ତି, ନେତ୍ରୀ ସବିତା ·ନ୍ଦ, ଗୋଲକ ବେହେରା, ଦଳିତ ନେତା ରାଜେନ୍ଦ୍ର ଜେନା, ଭଣ୍ଡାରିପୋଖରୀ ବ୍ଲକ ସଭାପତି ରଜନୀକାନ୍ତ ·ନ୍ଦ, ବନ୍ତ ବ୍ଲକ ସଭାପତି ରାଜକିଶୋର ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ହଜାର ହଜାର ଦଳୀୟ କର୍ମୀ ଆଖୁଆପଦାରୁ ମୋଟର ସାଇକଲ ଶୋଭାଯାତ୍ରାରେ ଦଳୀୟ ନେତୃବୃନ୍ଦଙ୍କୁ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ଏହି କାର୍ଯ୍ୟକ୍ରମରେ ୨୫ ହଜାରରୁ ଊଦ୍ଧ୍ୱର୍ କର୍ମୀ ଯୋଗ ଦେଇଥିଲେ ।