ସୀମାନ୍ତରେ ୭ ମାଓବାଦୀ ଗିରଫ


ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଗଙ୍ଗାଲୁର ଅଞ୍ଚଳରେ ତଲାସି ଅଭିଯାନ ବେଳେ ୭ ମାଓବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଆଇଡି ବୋମା, ବ୍ୟାଟେରୀ, କର୍ଡେକ୍ସ ତାର, ଜେଲାଟିନ୍ ଷ୍ଟିକ, ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷା ବଳ । ସୂଚନା ଅନୁଯାୟୀ ପୁଲିସ୍, ଡିଆରଜି, କୋବ୍ରା ଓ ସିଆରପିଏଫର ଯବାନମାନେ ମିଳିତ ରୂପେ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅଞ୍ଚଳର ଚୋକାନପାଲ ଜଙ୍ଗଲରେ ତଲାସି ଅଭିଯାନ ସମୟରେ ଜଙ୍ଗଲ ମଧ୍ୟରେ ୭ ଜଣ ସନ୍ଦିଗ୍ଧ ମହିଳା ଓ ପୁରୁଷ ଯବାନଙ୍କୁ ଦେଖି ଖସିଯିବାକୁ ଚେଷ୍ଟା କରିଥିଲେ । ତେବେ ସୁରକ୍ଷା ବାହିନୀର ମିଳିତ ଦଳ ସେମାନଙ୍କୁ ଘେରି କାବୁ କରିଥିଲେ । ତାଙ୍କୁ ପଚରା ଉଚରା ବେଳେ ସେମାନେ ସମସ୍ତେ ମାଓବାଦୀ ବୋଲି ଜଣାପଡିଥିଲା । ଏହାପରେ ଯବାନମାନେ ସେମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ସହ ମାଓ ସାମଗ୍ରୀ ଜବତ କରି ୨ ଜଣ ମହିଳା ମାଓବାଦୀଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟ ·ଲାଣ କରାଯାଇଥିବା ନେଇ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।