ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ ନବୀନ
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ରିଷିଗାଁ କ୍ରିଷ୍ଣାନଗର ପଡିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ।
ପରେ ନବୀନ ଭବାନୀପାଟଣାଠାରୁ ବାହାରି ନୂଆପଡା ଖଡ଼ିଆଳ ଗସ୍ତ କରିବେ। ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। ସେଠାରୁ ପ୍ରତ୍ୟାବର୍ତ୍ତନ କରି କଳାହାଣ୍ଡି ଜିଲ୍ଲା ଉତ୍କେଲା ଏଆରଷ୍ଟ୍ରିପରେ ପହଞ୍ଚି ସେଠାରୁ ଭୁବନେଶ୍ୱର ଫେରି ଆସିବେ।
ବିଜେଡି ନେତା ଭି.କେ ପାଣ୍ଡିଆନ ବର୍ତ୍ତମାନ ଦଳର ଷ୍ଟାର ପ୍ରଚାରକ। ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଭାରେ ଉପସ୍ଥିତ ରହିବେ ବୋଲି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।