ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ
ନବରଙ୍ଗପୁର: ଉକ୍ରଳ ସାହିତ୍ୟ ପରିଷଦ କୋଷାଗୁମୁଡା ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ଅନୁଷ୍ଠାନର ମୁଖପତ୍ର ଷୋଡ଼ଶ ଶ୍ରୀତୁଳସୀ ପତ୍ରିକା ଉନ୍ମୋଚନ ଉତ୍ସବ ମହା ସମାରୋହରେ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପ୍ରଥମ ଅଧିବେଶନ କବିତା ଆସରଟି ବିଶିଷ୍ଟ ସାହିତି୍ୟକ ସୁରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବଲ୍ଲଭ ରାଉତ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ନବରଙ୍ଗପୁର, ମୁଖ୍ୟ ବକ୍ତାଭାବରେ ବିଜୟ କୁମାର ଚୌଧୁରୀ ,ସମ୍ମାନିତ ଅତିଥି ଭାବରେ ଜଗଦୀଶ ତ୍ରିପାଠୀ, ତ୍ରୀପତୀ ବାଲାଜୀ ସାହୁ, ପ୍ରଭନ ତ୍ରିପାଠୀ, କେଦାରଶ୍ୱର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । କବିତା ଆସରଟିକୁ ସଂଯୋଜନା କରିଥିଲେ ସ୍ୱର୍ଣ୍ଣଲତା ପଟ୍ଟନାୟକ, ଶୁଭେନ୍ଦୁ କୁମାର ଦାସ, ସାଗର କୁମାର ପରିଡ଼ା, ରାଇଘର । କବିତା ଆସରଟିରେ ମୋଟ ୭୨ ଜଣ କବି, କବୟିତ୍ରୀ କବିତା ପାଠ କରିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ପ୍ରଦିପ୍ତ କୁମାର ବେହେରା । ଅନୁଷ୍ଠାନର ମୁଖପତ୍ର ଷୋଡ଼ଶ ଶ୍ରୀତୁଳସୀ ପତ୍ରିକାର ଲୋକାର୍ପଣ ପରେ ଓଡ଼ିଆ ସାହିତ୍ୟରେ ମହାକାବ୍ୟ ରାମାୟଣ ଶୀର୍ଷକ ଆଲୋଚନାଚକ୍ରରେ ସାହିତି୍ୟକ ନାରାୟଣ ପଣ୍ଡା, ବିଜୟ କୁମାର ମିଶ୍ର, ପ୍ରଦୀପ କୁମାର ମିଶ୍ର, ଓକିଲ କୁଞ୍ଜ ବିହାରୀ ଦାସ, ପ୍ରଧାନ ଶିକ୍ଷକ ପବିତ୍ର ହାଲଦାର, ସାହିତି୍ୟକ ଦୁର୍ଗା ପ୍ରସାଦ ପାଢ଼ୀ ପ୍ରମୁଖ ଆଲୋଚକ ବୃନ୍ଦ ନିଜ ନିଜର ମତ ରଖିଥିଲେ । କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ଅଧ୍ୟାପିକା ସ୍ୱପ୍ନା ମହାନ୍ତି, ନଳିନୀକାନ୍ତ ପାତ୍ର । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲ୍ଲଭ ରାଉତ, ପ୍ରଦୀପ ମିଶ୍ର, ରାମ ପ୍ରସାଦ ପାତ୍ର, ବିବେକାନନ୍ଦ ପଟ୍ଟନାୟକ,ସବିତା ଶତପଥୀ,ମିନତୀ ନାୟକ, ବାସନ୍ତିଲତା ଜେନା, କୋନ ବନେଗା କରୋଡପତିରେ ଭାଗ ନେଇ ତେର ଲକ୍ଷ ଟଙ୍କା ପାଇଥିବା ନବରଙ୍ଗପୁର ଜିଲ୍ଲାର ତେର ବର୍ଷର ବାଳକ ଶାଶ୍ୱତ ପଟ୍ଟନାୟକଙ୍କୁ ମଧ୍ୟ ସମର୍ଦ୍ଧିତ କରାଯାଇଥିଲା । ଏହା ସହିତ ଓଡ଼ିଆ ଭାଷାର ପ୍ରସାର ପ୍ର·ରରେ ଉଲ୍ଲେଖନୀୟ ଅବଦାନ ନିମିତ୍ତ ୧୫ ଜଣଙ୍କୁ ଓଡ଼ିଆ ଭାଷା ସେବା ସମ୍ମାନ -୨୦୨୪ ପ୍ରଦାନ କରାଯାଇଥିଲା ।