ଶ୍ରୀରାମମନ୍ଦିରର ବାର୍ଷିକ ଉତ୍ସବ


 ଜଟଣୀ : ଶ୍ରୀରାମ ନବମୀ ଅବସରରେ ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତ ଅନ୍ତର୍ଗତ ଗୋଦା ସାହିଠାରେ ଥିବା ଶ୍ରୀରାମ ମନ୍ଦିରର ଏଗାରଦଶ ତମ ବାର୍ଷିକ ଉତ୍ସବ ଓ ମହାଯଜ୍ଞ ପୂଜକ ରମେଶ ଷଡଙ୍ଗୀ ଏବଂ ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଯାଇଛି ।  ଅଞ୍ଚଳର ମହିଳା ମାନଙ୍କ ଦ୍ୱାରା ଏକ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇ ବେଢ଼ା ପରିକ୍ରମା କରାଯାଇଥିଲା । ବିଧି ବିଧାନ ପୂର୍ବକ ପଣ୍ଡିତ ଜଗନ୍ନାଥ ମହାପାତ୍ର ଓ ଜୟଦୁର୍ଗା ମିଶ୍ରଙ୍କ ତତ୍ତ୍ାବଧାନରେ ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ଆଦି ଅନୁଷ୍ଠିତ ହୋଇଥିଲା । ଯଜ୍ଞରେ କର୍ତ୍ତା ଭାବେ ପ୍ରସନ୍ନ କୁମାର ବେହେରା କାର୍ଯ୍ୟ ସମ୍ପାଦନ କରିଥିଲେ । ଯଜ୍ଞ ପୂର୍ଣ୍ଣାହୁତିରେ ଏକ ହଜାରରୁ ଅଧିକ ଶ୍ରଦ୍ଧାଳୁ ଭାଗନେଇ ପ୍ରଭୁକୃପା ଲାଭ କରିବା ସହିତ ଅନ୍ନପ୍ରସାଦ ଗ୍ରହଣ କରିଥିଲେ । ପରି·ଳନା ଦାୟିତ୍ୱରେ କୁବେର ବେହେରା, ରାମଚନ୍ଦ୍ର ସୁନ୍ଦରାୟ, ଗୋପିନାଥ ଜେନା, ଭାସ୍କର ଚନ୍ଦ୍ର ଡାକୁଆ, ବଂଶୀଧର ବିଶ୍ୱାଳ, ସନ୍ତୋଷ କୁମାର ବେହେରା, ପ୍ରଦୀପ କୁମାର ସାହୁ, ଦୁର୍ଯେ୍ୟାଧନ ବେହେରା, ସୁଦର୍ଶନ ବେହେରା, ରମେଶ ଚନ୍ଦ୍ର ଶତୃଶଲ୍ୟଙ୍କ ସମେତ ବହୁ ମୁରବି ଶ୍ରେଣୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।