ସାନଖେମୁଣ୍ଡିରେ ହେବ କଡ଼ା ଟକ୍କର
ବ୍ରହ୍ମପୁରରୁ ହେମାଙ୍ଗ ପ୍ରସାଦ ରାଉଳ : ଓଡ଼ିଶା ରାଜନୀତିରେ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଭୂମିକା ରହିଥାଏ କାରଣ ଏହି ଜିଲ୍ଲାରୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଛନ୍ତି । ଏହି ଜିଲ୍ଲାକୁ ବିଜେଡିର ଗଡ ମଧ୍ୟ କୁହାଯାଏ । ଜିଲ୍ଲାରେ ୧୩ଟି ବିଧାନସଭା ଆସନ ଥିବା ବେଳେ ସବୁଠି ଚର୍ଚ୍ଚାରରେ ରହିଥାଏ । ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ କାରଣ ୨୦୦୯ ମସିହାରେ ନିର୍ବାଚନ ମଣ୍ଡଳୀ ପୁନ ସିମା ନିର୍ଦ୍ଧାରଣ ପରେ ସାନଖେମୁଣ୍ଡିରେ ୩ଥର ନିର୍ବାଚନ ହୋଇଛି । ଦୁଇଥର ଥର କଂଗ୍ରେସ ଅକ୍ତିଆରରେ ଥିବା ବେଳେ ଥରେ ମାତ୍ର ବିଜେଡି ହାତକୁ ଯାଇଛି । ଦୁଇଦୁଇ ଥର କଂଗ୍ରେସରୁ ବ୍ଲକ ଅଧ୍ୟକ୍ଷରୁ ବିଧାୟକ ହୋଇଛନ୍ତି ବାହୁବଳୀ ନେତା ରମେଶ ଜେନା । ଥରେ ବିଜେଡିରୁ ଧରାକୋଟର ରାଣୀ ମା’ନନ୍ଦିନୀ ଦେବୀ ବିଜୟ ହୋଇଛନ୍ତି । ୨୦୦୯ ଓ ୨୦୧୯ରେ ରମେଶ ଜେନା ଓ ୨୦୧୪ରେ ନନ୍ଦିନୀ ଦେବୀ । ୨୦୨୪ରେ ନିର୍ବାଚନ ପାଇଁ ଚାଲିଛି ଏଠି ଜୋରଦାର କସରତ । କଂଗ୍ରେସରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ରମେଶ ଚନ୍ଦ୍ର ଜେନା, ବିଜେଡିରୁ ପୁଣିଥରେ ଧରାକୋଟ ରାଜପରିବାରର ସଦସ୍ୟ ଅର୍ଥାତ୍ ରାଜା ସୁଲକ୍ଷଣା ଗୀତାଞ୍ଜଳି । ସେହିପରି ବିଜେପିରୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ଆସାଇ ଥିବା ଉତ୍ତମ ପାଣିଗ୍ରାହୀଙ୍କୁ ଦଳ ଭରସା କରିଛି । ପ୍ରଥମେ ପର୍ଯ୍ୟାୟରେ କଂଗ୍ରେସ ରମେଶ ଜେନାଙ୍କ ନାମ ଘୋଷଣା କରିଥିଲା । ବହୁଦିନ ଧରି ବହୁ କସରତ ବାଦ ବିବାଦ ପରେ ବିଜେଡି ପୁଣି ରାଜପରିବାର ଉପରେ ବିଶ୍ୱାସ ଭାଜନ କରି ରାଜା ସୁଲକ୍ଷଣା ଗୀତାଞ୍ଜଳିଙ୍କୁ ପ୍ରାର୍ଥୀ ଘୋଷଣା କଲା । ସେଭଳି ବଜେପି ସବୁବେଳେ ଏଠାରେ ନୈରାଶ୍ୟ ପ୍ରଦର୍ଶନ କାରଣରୁ ସ୍ଥାନୀୟ ନେତାଙ୍କୁ ବାଦ ଦେଇ ଉତ୍ତମ ପାଣିଗ୍ରାହୀଙ୍କୁ ଟିକେଟ ଦେଲା । ବର୍ତ୍ତମାନ ଏଠାରେ ତିନି ପ୍ରମୁଖ ଦଳ ଭିତରେ ଟକ୍କର ପରିସ୍ଥିତିରେ ସାନଖେମୁଣ୍ଡି, ଧରାକୋଟ ଓ ସାନଖେମୁଣ୍ଡି ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ । ଅଧିକାଂଶ ଅଞ୍ଚଳ ଆଦିବାସୀ ଅଧୁଷିତ ପ୍ରାୟ ଗ୍ରାମାଞ୍ଚଳରେ ବସବାସ କରନ୍ତି । କିଛି କୃଷି ଓ ଅନେକ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରି ଲୋକ ଗୁଜୁରାଣ ମେଣ୍ଟାନ୍ତି । ସମସ୍ୟା ବହୁଳ ଅଞ୍ଚଳ ଲୋକେ ମୌଳିକ ସମସ୍ୟା ମଧ୍ୟରେ ଘାଣ୍ଟି ହେଉଛନ୍ତି । ସ୍ୱାସ୍ଥ୍ୟ ସେବା ନୈରାଶ୍ୟ ଜନକ ଶିକ୍ଷା ଓ ରାସ୍ତାଘାଟ, ପିଇବା ପାଣି ଏହିପରି ଅଞ୍ଚଳରେ ଅନେକ ସମସ୍ୟା ।
ଏସବୁ ମଧ୍ୟରେ ଲୋକେ ୩ଟି ନିର୍ବାଚନ ଦେଖି ତିନି ଥରେ ଭୋଟ ଦେଲେଣି ପ୍ରାର୍ଥୀଙ୍କୁ ଏଠି ସରକାରୀ ଦଳର ବିଧାୟକ ନ ଥିବା କାରଣରୁ ସରକାରୀ ସୁବିଧାରୁ ବଞ୍ଚିତ ଥିବା ଲୋକେ କହୁଛନ୍ତି । ୨୦୦୯ ମସିହା ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀର କିଛି ପଞ୍ଚାୟତ ମୋହନା, କବିସୂର୍ଯ୍ୟନଗର, ଆସିକା ଓ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ଥିଲା । ୨୦୦୯ ମସିହା ନିର୍ବାଚନ କଥା ଦେଖିବା ଏଠି ପ୍ରଥମ ବିଧାୟକ ହୋଇଥିଲେ ରମେଶ ଜେନା କଂଗ୍ରେସରୁ ବିପକ୍ଷରେ ଥିଲେ ବିଜେପିରୁ ଧରାକୋଟର ରାଜା କିଶୋର ସିଂହ ଦେଓ, ୨୦୧୪ରେ ପୁଣି କଂଗ୍ରେସରୁ ରମେଶ ଜେନା, କିଶୋର ସିଂହ ଦେଓଙ୍କ ବିୟୋଗ ପରେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ତାଙ୍କ ପନôୀ ରାଣୀ ନନ୍ଦିନୀ ଦେବୀ ବିଜେଡି ଟିକଟରେ ଲଢି ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ ରେ ରଣୀଙ୍କୁ ପ୍ରତ୍ୟାଖ୍ୟାନ କରି ରମେଶଙ୍କୁ ପୁଣି ଥର ବିଧାୟକ କଲେ ଭୋଟର । ଏବେ ଆସିଛି ୨୪ ନିର୍ବାଚନ ରାଜ ପରିବାର ଯୁବତୀ ଶିଖିତା ନୂଆଁ ରାଜନୈତିକ ଦକ୍ଷତା ଥିବା ଧରାକୋଟ ବ୍ଲକ ଅଧ୍ୟକ୍ଷା ରାଜା ସୁଲକ୍ଷଣା ଗୀତାଞ୍ଜଳି ,ରାଜନୀତି ପରିବାର ର ଦାୟଦ ସ୍ୱର୍ଗତ ପୂର୍ବତନ ଆସିକା ସାଂସଦ ନରନାରାୟଣ ସିଂହ ଦେଓ ,ପୂର୍ବତନ ସୋରଡ଼ାର ବିଧାୟିକା ଶାନ୍ତି ଦେବୀ ଙ୍କ ନାତୁଣୀ ସେହିପରି ପୂର୍ବତନ ବିଧାୟକ ସୋରଡ଼ାର କିଶୋର ସିଂହ ଦେଓ ଓ ସାନଖେମୁଣ୍ଡି ର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ ରାଜା ସୁଲକ୍ଷଣା ଗୀତାଞ୍ଜଳି ।ସେ ଏବେ ଦ୍ୱାର ଦ୍ୱାର ବୁଲୁ ଭୋଟ ଭିକ୍ଷା କରୁଛନ୍ତି ।ଅନ୍ୟପଟେ ଅନେକ ସମୟରେ ଅସହାୟର ବନ୍ଧୁ ସାଜିଥିବା ଦୁଇ ଦୁଇ ଥର ବିଧାୟକ ରମେଶ ଜେନା ଲୋକଙ୍କୁ ପୁଣି ସମର୍ଥନ ପାଇଁ ହାତ ପତାଉଛନ୍ତି । ଏଭଳି ସ୍ଥିତି ରେ ସାନଖେମୁଣ୍ଡି ପାଇଁ ବିଜେପିର ନୂଆଁ ଚେହେରା ଭାବେ ଉଭା ହୋଇଛନ୍ତି ଉତ୍ତମ ପାଣିଗ୍ରାହୀ । ଏହି ତ୍ରୀମୁଖି ପ୍ରତିଦ୍ୱନ୍ଦୀ ଙ୍କ ମଧ୍ୟରୁ କାହାକୁ ବିଶ୍ୱାସ ଭାଜନ କରିବେ ଜନତା ତାହା ସମୟ କହିବ । ଶୁଣିବାକୁ ମିଳୁଛି ଏଠାରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେବ ଏବଂ ଏହି ମୁକାବିଲା କୁ ବିଜେପି କେବଳ ଦେଖିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣରେ ଚର୍ଚ୍ଚା ହେଉଛି ।