ହିଞ୍ଜିିଳି କଂଗ୍ରେସରେ ଗୋଷ୍ଠୀକନ୍ଦଳ!
ହିିଞ୍ଜିଳିକାଟୁ : ରାଜ୍ୟ ରାଜନୀତିରେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ହିିଞ୍ଜିଳି । କାହିଁକି ନା ହିଞ୍ଜିିଳି ବିଧାନସଭା ଆସନରୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୦୦ ମସିହା ଠାରୁ ଏଯାବତ ଲଗାତାର ୫ ଥର ବିଧାନସଭା ଆସନରୁ ପ୍ରାର୍ଥୀ ହେବା ସହ ଲଗାତାର ୫ଥର ଲାଗି ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରି ଆସିଛନ୍ତି । ଏକଦା କଂଗ୍ରେସର ଅଭେଦ ଦୁର୍ଗ ଭାବେ ପରିଚିତ ଥିବା ହିଞ୍ଜିିଳି ବିଧାନସଭା ଆସନ ୨୦୦୦ ମସିହା ପରଠାରୁ ବିଜେଡି ଗଡ ଭାବେ ପରିଚିତ ହୋଇଆସୁଥିଲା । ପୁର୍ନବାର ଚଳିତ ସାଧାରଣ ନିର୍ବାଚନରେ ହିିଞ୍ଜିଳି କଂଗ୍ରେସର ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ଦେଖିବାକୁ ମିଳିଛି । ଯାହାର ଫାଇଦା ବିଜେଡି କିମ୍ବା ବିଜେପି ନେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ହିିଞ୍ଜିଳି କଂଗେସ ଦଳ ପକ୍ଷରୁ ଦଳୀୟ କର୍ମୀମାନେ ଟିକେଟ ଲବିରେ ଥିବା ବେଳେ ବିଜେପି କର୍ମୀ ରଜନୀକାନ୍ତ ପାଢି ବିଜେପି ପକ୍ଷରୁ ଟିକେଟ ନମିଳିବାରୁ ସେ ଦଳ ପରିତ୍ୟାଗ କରି କଂଗ୍ରେସ ଦଳରେ ସାମିଲ ହୋଇଥିଲେ । କଂଗ୍ରେସରେ ସାମିଲ ହେବା ପରେ ଦଳ ପକ୍ଷରୁ ତାଙ୍କୁ ହିଞ୍ଜିିଳି ବିଧାନସଭା ଆସନରୁ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହେବା ପାଇଁ ଟିକେଟ ପ୍ରଦାନ କରାଯାଇଥିଲା । ଫଳରେ ରଜନୀକାନ୍ତ ପାଢି ଗୁରୁବାର କଂଗ୍ରେସ ଦଳ ପକ୍ଷରୁ ହଞ୍ଜିିଳି ବିଧାନସଭା ଆସନ ସକାଶେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଦଳ ପକ୍ଷରୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରାଯାଇନଥିବା ଅଭିଯୋଗ କରି ସହସ୍ରାଧିକ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ଏହାକୁ ବିରୋଧ କରିଥିଲେ । ଫଳରେ ଶୁକ୍ରବାର କଂଗ୍ରେସ କୃଷକ ସେଲ୍ ରାଜ୍ୟ ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲା (ପଶ୍ଚିମ) ସାଧାରଣ ସମ୍ପାଦକ ରାମ ନାରାୟଣ ବିଶ୍ୱାସରାୟ ଶହସ୍ରାଧିକ ଅସନ୍ତୁଷ୍ଟ କଂଗ୍ରେସ କର୍ମୀଙ୍କୁ ସାଙ୍ଗରେ ନେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।