ବାଲିକୁଦା-ଏରସମା: ନେତାଙ୍କ ପ୍ରତି ତିନି ଦଳର ଆସ୍ଥା

ବାଲିକୁଦା-ଏରସମା: ନେତାଙ୍କ ପ୍ରତି ତିନି ଦଳର ଆସ୍ଥା


ଭୁବନେଶ୍ୱର: ନୀର୍ବାଚନକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଉକ୍ରଷ୍ଟା ଦେଖାଦେଇଛି । କିଛିକିଛି ଜାଗାରେ ପ୍ରାର୍ଥୀ ମାନେ ଟିକେଟ ପାଇବା ପରେ ନିଜର ପ୍ରାର୍ଥୀପ୍ରତ ଦାଖଲ କରିବା ଆରମ୍ଭ କରିଦେଇଛନ୍ତି । ଏହା ସହିତ ସବୁଠି ପ୍ରଚାର ଜୋରଦାର କରିଛନ୍ତି ପ୍ରାର୍ଥୀ ।  କିନ୍ତୁ ଜଗତସିଂହପୁର ଜିଲ୍ଲାର ସମ୍ମାନଜନକ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନୂଆ ଚେହେରା ଦେଖିବାକୁ ମିଳିଛି । ପୁରୁଣାଙ୍କ ଅପେକ୍ଷା ନୂଆ ଚେହେରା ଓ ତୃଣମୂଳସ୍ତରର ନେତା ବେଶୀ ପ୍ରଭାବୀ ତଥା ଗ୍ରହଣୀୟ ହୋଇପାରନ୍ତି ବୋଲି ଚିନ୍ତା କରି ୩ଦଳ ସମାନ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି । ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦଳ ବାଲିକୁଦା-ଏରସମା ଆସନରୁ ତୃଣମୂଳସ୍ତରର ନେତା ସାରଦା ପ୍ରସନ୍ନ ଜେନାଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ବିଜେଡି ପ୍ରାର୍ଥୀ ସାରଦା ପ୍ରସନ୍ନ ଜେନା ଛାତ୍ର ଜୀବନରୁ ରାଜନୀତିରେ ସମ୍ପୃକ୍ତ ରହିଥିଲେ । ସେ ୧୯୯୨-୯୩ ଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫,୨୦୦୦ ଓ ୨୦୦୪ ପଞ୍ଚାୟତିରାଜ ନିର୍ବାଚନରେ ଏଠାରେ କଂଗ୍ରେସର ଦବ୍ଦବା ରହିଥିବା ସମୟରେ ଦଳ ପାଇଁ ନିଷ୍ଠାର ସହିତ କାମ କରି ତୃଣମୂଳସ୍ତରରେ ଟାଣୁଆ କର୍ମୀ ଭାବେରେ ଏରସମା ଅଞ୍ଚଳରେ ନିଜର ପିରିଚୟ ସୃଷ୍ଟି କରିଥିଲେ । ୧୯୯୭ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଭାବେ ସେ ଦୁଇଟି ସ୍ଥାନରୁ ନିର୍ବାଚନ ଲଢି ଜିତିଥିଲେ । 
ସେହିପରି ୨୦୦୨,୨୦୦୭ ଓ ୨୦୧୨ରେ ବିଭିନ୍ନ ଜୋନରୁ ଜିଲ୍ଲା ପରିଷଦ  ସଭ୍ୟ ଭାବେ ନିର୍ବାଚନ ଲଢି ବିଜୟ ଲାଭ କରିଥିଲେ । ୨୦୧୪ରେ ସେ କଂଗ୍ରେସ ଛାଡି ସ୍ୱାଧୀନ ଭାବେ ବିଧାନସଭା ନିର୍ବାଚନ ଲଢି ୨୩,୯୪୮ ଖଣ୍ଡ ଭୋଟ ପାଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ସମୟରେ ଗତ ନିର୍ବାଚନରେ ଦଳ ଓ ସଙ୍ଗଠନ ପାଇଁ ଭଲ କାମ କରିଥିଲେ । ସରଦା ପ୍ରସନ୍ନ ବିଜେଡିର ରାଜ୍ୟ ସମ୍ପାଦକ ଓ କାଳିଆ ଯୋଜନାରେ ଉପଦେଷ୍ଟା ଭାବରେ ଦାୟିତ୍ୱ ତୁଲାଇଥିଲେ । ନିଜ ରାଜନୈତିକ କ୍ୟାରିୟରରେ ସେ ଗତ ୨୮ବର୍ଷ ନିରନ୍ତର ଭାବରେ ସାଧାରଣ ଲୋକଙ୍କ ସେବାରେ ଜଡିତ ହୋଇ ରହିଆସିଛନ୍ତି । 
ଅନ୍ୟପଟେ ବାଲିକୁଦା-ଏରସମାରୁ ବିଜେପି ନୂଆ ମୁହଁ ସତ୍ୟସାରଥୀ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି । ଦଳର ବହୁ ଟିକଟ ଆଶାୟୀଙ୍କ ମଧ୍ୟରେ ସତ୍ୟ ତୃଣମୂଳସ୍ତରରେ ସର୍ବାଧିକ ଗ୍ରହଣୀୟ ହେବେ ବୋଲି ଦଳ ବିଚାର କରିଛି ।  କଂଗ୍ରେସ ମଧ୍ୟ ଏଠାରୁ ଏକାଧିକ ଆଶାୟୀଙ୍କ ମଧ୍ୟରୁ ଜଣେ ନୂଆ ଚେହେରା ଓ ଦଳର ତୃଣମୂଳ ସ୍ତରୀୟ ନେତା ଇଂ ନଳିନୀ କୁମାର ସ୍ୱାଇଁଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସର ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ନିର୍ବାଚନ ଲଢିବେନି ବୋଲି ଘୋଷଣା କରିବା ପରେ ଦଳ ନଳିନୀଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରିଛି । ନଳିନୀ ଗତ ପଞ୍ଚାୟତ ନିର୍ବାଚନରେ ଏରସମା ବ୍ଲକରେ କଂଗ୍ରେସ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଜିତାଇବାରେ ପ୍ରମୁଖ ଭୂମକା ଗ୍ରହଣ କରିଥିଲେ । ସେହିପରି ସେ ମଧ୍ୟ ଗୋଟିଏ ଜିଲ୍ଲା ପରିଷଦ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବାରେ ମୁଖ୍ୟ ଭୂମିକା ନେଇ ଚର୍ଚ୍ଚାକୁ ଆସିଥିଲେ । ତଥ୍ୟ ଅନୁସାରେ ବାଲିକୁଦା-ଏରସମା ଆସନଟି ଗତ ତିନି ତିନିଟି ସାଧାରଣ ନିର୍ବାଚନରେ ବିଜେଡିରୁ ଅଭେଦ୍ୟ ଗଡ ହୋଇରହିଛି । ୨୦୦୯ ଓ ୨୦୧୪ରେ ପ୍ରଶାନ୍ତ କୁମାର ମୁଦୁଲି ଓ  ୨୦୧୯ରେ ରଘୁନନ୍ଦନ ଦାସ ଏଠାରୁ ବିଜେଡି ପ୍ରାର୍ଥ ଭାବରେ ବିପୁଳ ଭୋଟ ବ୍ୟବଧାନରେ ବିଜୟଲାଭ କରିଥିଲେ । ୧୯୫୧ରୁ ଗତ ୧୬ଟି ନିର୍ବାଚନରେ ବିଜେଡି ୩ଥର, ବିଏସ୍ପି ଓ ଜନତା ପାର୍ଟି ଦୁଇଥର,  ସ୍ୱାଧୀନ ପ୍ରାର୍ଥୀ ଥରେ ଏଠାରୁ ବିଜୟ ଲାଭ କରିଛନ୍ତି । କଂଗ୍ରେସ ସହ ଅଣକଂଗ୍ରେସ ପ୍ରାର୍ଥୀମାନେ ମଧ୍ୟ ଏହି ଆସନରୁ ସମାନ ସ୍ଥିତିରେ ୮ଥର ଲେଖାଏଁ ବିଜୟୀ ଘୋଷିତ ହୋଇଛନ୍ତି । ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଥିଲେ ମଧ୍ୟ ବିକାଶ ଆଧାରରେ ବିଜେଡି ଏଠରେ ପ୍ରତିଦ୍ୱନ୍ଦିତା ଠାରୁ ଆଗୁଆ ରହିଥିବା ଚର୍ଚ୍ଚା ହେଉଛି ।