କଂଗ୍ରେସ ଛାଡ଼ିଲେ ଦୁଲାଲ ପ୍ରଧାନ
ଭୁବନେଶ୍ୱର:ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନେତାଙ୍କ ଇସ୍ତଫା ତାଲିକା ଧୀରେ ବଢିବାରେ ଲାଗିଛି । ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଇସ୍ତଫା ଧାରା ଜାରି ରହିଛି । ଏହି କ୍ରମରେ ଆଜି ଜଣେ କଂଗ୍ରେସ ନେତା ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ଦୁଲାଲ ପ୍ରଧାନ । ଦୁଲାଲଙ୍କ ଠାରୁ କଂଗ୍ରେସ ଟିକେଟ ଫେରାଇ ନେବା ପରେ ସେ ଦଳକୁ ବାଏ ବାଏ କରିଛନ୍ତି ।
ଶ୍ରୀ ପ୍ରଧାନ ଏନେଇ ନିଜର ଇସ୍ତଫାପତ୍ରକୁ ଏଆଇସିସି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ନିକଟକୁ ପଠାଇଛନ୍ତି । କଂଗ୍ରେସ ଶ୍ରୀ ପ୍ରଧାନଙ୍କୁ ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ କରିଥିଲା । ଗତକାଲି ଦୁଲାଲ ପ୍ରଧାନଙ୍କୁ ବଦଳାଇ କଂଗ୍ରେସ ନଗେନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେଇଥିଲା ।