ଯାଜପୁର: ଗୌତମ-ପୁଲିନ ଯୋଡ଼ି ବିଜେଡ଼ି ଗଡ଼କୁ ଦୋହଲାଇ ପାରିବ ତ?

ଯାଜପୁର: ଗୌତମ-ପୁଲିନ ଯୋଡ଼ି ବିଜେଡ଼ି ଗଡ଼କୁ ଦୋହଲାଇ ପାରିବ ତ?


ଯାଜପୁରରୁ ଶରତ ପଥାଳ
ନିର୍ବାଚନ ମୁଣ୍ଡ ଉପରେ । ଲୋକସଭା ହଉ କି ବିଧାନସଭା ଆସନରୁ ଲଢିବାକୁ ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବା ପରେ ରାଜନୈତିକ ତାତି ବଢିବାରେ ଲାଗିଛି । ଗ୍ରୀଷ୍ମ ସତ୍ୱେ ପ୍ରାର୍ଥୀ ଭୋଟ ହାତେଇବାକୁ ଭୋଟରଙ୍କୁ ଭେଟିବା ସହ ବନ୍ଦ କୋଠରୀରେ ରଣନୀତି ପ୍ରସ୍ତୁତ କରୁଛନ୍ତି । ରଣନୀତି ଆଧାରରେ ମିଶ୍ରଣପର୍ବ କରୁଛନ୍ତି । 
ଅନ୍ୟଦଳର ଶକ୍ତିକ୍ଷୟ କରିବାକୁ ଯୁବ, ଦୃଢ ସଂଗଠକଙ୍କୁ ଦଳରେ ସାମିଲ କରାଉଛନ୍ତି । ଏଭଳି ଧାରା ଯାଜପୁର ବିଧାନସଭା କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଯାଜପୁର ବିଧାନସଭାରୁ ବିଜେଡ଼ି ନବାଗତା ସୁଜାତା ସାହୁ, କଂଗ୍ରେସ ସୁଦୀପ କୁମାର କର ଏବଂ ବିଜେପିରୁ ଅଭିଜ୍ଞ ତଥା ଜିଲାସଭାପତି ଗୌତମ ରାୟଙ୍କୁ ପ୍ରାର୍ଥୀ କରିଛି । ବିଜେଡ଼ି ଗଡ଼ ଯାଜପୁର ବିଧାନସଭାରୁ ତିନିଥର ବିଜୟୀ ହୋଇଥିବା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବାରୁ ଦଳ ଦଶରଥପୁର ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷାଙ୍କୁ ପ୍ରାର୍ଥୀ କରିଛି । ପ୍ରତ୍ୟକ୍ଷ ରାଜନୀତିର ଅଭିଜ୍ଞତା ରଖିଥିବା ସୁଜାତାଙ୍କ ହାରଜିତ ସଂଗଠନ ସଂପାଦକଙ୍କ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି । ପ୍ରଣବଙ୍କ ସମ୍ମାନ ରଖିବା ପାଇଁ ପ୍ରାର୍ଥୀ, କାର୍ଯ୍ୟକର୍ତ୍ତା ପ୍ରଚାରରେ ଲାଗିପଡ଼ିଛନ୍ତି । ନବାଗତା ସୁଜାତାଙ୍କ ପାଇଁ ପ୍ରଣବଙ୍କ ଭାଇ ଲଲ ପ୍ରଚାରମଙ୍ଗ ଧରିଛନ୍ତି । କଂଗ୍ରେସ ପ୍ରାର୍ଥୀ ସୁଦୀପ ଦଳର ସମ୍ମାନ ରଖିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ତେବେ ଯାଜପୁରରେ ବିଜେଡ଼ି ଓ ବିଜେପି ମଧ୍ୟରେ ହିଁ ସିଧା ଫାଇଟ ହେବାଟା ଥୟ । ଯାଜପୁରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଥିବା ବିଜେପିର ଗୈାତମ ରାୟ ଜଣେ ଅଭିଜ୍ଞ ରାଜନେତା । ୨୦୦୯ ଏବଂ ୨୦୧୯ରେ ବିଜେଡ଼ିର ପ୍ରଣବପ୍ରକାଶ ଦାସଙ୍କ ଠାରୁ ହାରି ଯାଇଥିବା ଗୈାତମଙ୍କ ଉପରେ ଦଳ ଭରସା କରି ୨୪ରେ କରିଛି ପ୍ରାର୍ଥୀ । ଜିଲା ପରିଷଦ ଅଧ୍ୟକ୍ଷ ହେଉ କି ବଡ଼ଚଣା ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ପରାଜିତ ହେବା ଭଳି ଘଟଣାକୁ ଏକାଧିକ ବାର ସମ୍ମୁଖିନ ହୋଇଥିବା ଗୈାତମ ରାଜନୀତିରେ ପୋଖତ । ୧୯ରେ ମୋଦି ହାୱା ସତ୍ୱେ ବିଜୟ ଠାରୁ ବହୁଦୂରରେ ରହିଥିଲେ ଗୈାତମ । କିନ୍ତୁ ଚଳିତ ନିର୍ବାଚନରେ ପ୍ରଣବଙ୍କ ବଦଳରେ ସୁଜାତାଙ୍କୁ ପ୍ରାର୍ଥୀ କରିଥିବାରୁ ଏହାକୁ ମଉକା ଭାବେ ଧରି ନେଇଛନ୍ତି ଗୈାତମ । ତା ସାଙ୍ଗକୁ  ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ଏବଂ ରାଜ୍ୟରେ ବିଜେପି ସରକାର କରିବାର ଦମ୍ଭୋକ୍ତି ଗୈାତମଙ୍କୁ ସାହସ ଯୋଗାଇଛି ।
 ବିରୋଧୀ ଦଳରେ ଥାଇବି ସରକାରୀ କଳର ଦୁର୍ନୀତି ବିରୁଦ୍ଧରେ ପାଟି ଫିଟାଇବାକୁ ଉଚିତ ମଣିନଥିବା ଗୈାତମ ବିଜେଡ଼ି ଗଡ଼ରେ ପଦ୍ମ ଫୁଟାଇବାକୁ ରଣନୀତି କରିଚାଲିଛନ୍ତି । ବିଭିନ୍ନ ସ୍ଥାନରେ ମିଶ୍ରଣପର୍ବ କରି ଗୈାତମ ଯାଜପୁର ଦଖଲ କରିବାର ଦକ୍ଷତା ରଖିଥିବା ବାର୍ତା ଭୋଟରଙ୍କ ପାଖରେ ପହଁଚାଇ ଚାଲିଛନ୍ତି । ତେବେ ଇତିମଧ୍ୟରେ ଯେତେ ମିଶ୍ରଣ କି କର୍ମୀସଭା କରିଛନ୍ତି, ସୋମବାରର ମଞ୍ଚ ଥିଲା ବଡ଼ ନିଆରା । ଏକ ସମ୍ବର୍ଦ୍ଧନା ସଭାମଞ୍ଚରେ ଏକାଠି ହୋଇଥିଲେ ପ୍ରାର୍ଥୀ ଗୈାତମ ଏବଂ ପୁଲିସ ପ୍ରକାଶ ପୁହାଣ । ହାତ ମିଳାଇଥିଲେ, କୋଳାକୋଳି ହୋଇଥିଲେ ଉଭୟ ଉକ୍ତ ସମ୍ବର୍ଦ୍ଧନା ମଞ୍ଚରେ । ପୁଲିନ ଜଣେ ଯୁବ ସଂଗଠକ । ଯାହାଙ୍କୁ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି କରାଯାଇଥିବାରୁ ମଞ୍ଚରେ ଦିଆଯାଇଥିଲା ସମ୍ବର୍ଦ୍ଧନା । ସମ୍ବର୍ଦ୍ଧନା ବାହାନାରେ ହୋଇଥିବା ସଭାରେ ପୁଲିନ ଯାଜପୁରରୁ ପରିବାରବାଦ ଶାସନ ହଟାଇବା ସହ ଦୁର୍ନୀତିକୁ ମୁଳୋତ୍ପାଟନ କରି ଆଗାମୀ ନିର୍ବାଚନରେ  ପଦ୍ମଫୁଲ ଚିହ୍ନରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆହ୍ୱାନ ଦେଇଥିଲେ । ନବ ନିଯୁକ୍ତ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ଉପ-ସଭାପତି ପୁଲିନ୍ ଉପସ୍ଥିତ କର୍ମୀମାନଙ୍କୁ ସୂଚନା ଦେଇ କହିଥିଲେ, ମୁଁ ଜଣେ ଅବସରପ୍ରାପ୍ତ ସୈନିକ । ଦଳ ଯାହା ଦାୟିତ୍ୱ ଦେଇଛି ତାହାକୁ ଠିକ୍ ଢଙ୍ଗରେ ଜଣେ ସଚ୍ଚା ସୈନିକ ଭାବେ ନିର୍ବାହ କରିବି । ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କୌଣସି ବୁଥ୍ରେ ଶାସକ ଦଳକୁ ବୁଥ୍ ର୍ୟାଗିଙ୍ଗ୍ କରାଇବାକୁ ଦେବି ନାହିଁ ବୋଲି କର୍ମୀମାନଙ୍କୁ ଶପଥ କରାଇବା ସହ ଯେଉଁଠି ଅନ୍ୟାୟ ହେବ ସେଠାରେ ପ୍ରତିବାଦ କରିବି ବୋଲି  କହିଥିଲେ । ବିଜେପିର ସାଙ୍ଗଠନିକ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ବ୍ୟାପକ ପଦକ୍ଷେପ ନେବ ବୋଲି ପୁଲିନ୍ ପ୍ରକାଶ କରିଥିଲେ । ପୁଲିନଙ୍କ ଏହି କଥା ହିଁ ଯାଜପୁର ରାଜନୀତି ରୋଚକ ମୋଡ଼ ଆଣିଦେଇଛି । ବିଧାୟକ ପ୍ରାର୍ଥୀ ଗୌତମଙ୍କ ସହ ହାତ ମିଳାଇ ପୁଲିନ ଯାଜପୁରରେ ପଦ୍ମଫୁଟାଇବାକୁ ଶପଥ ନେବା ଆଲୋଚନାର ବିଷୟ ହୋଇଛି । ସୈନିକ ପୁଲିିନ ବିଜେପିରେ ଯୋଗ ଦେବା ପୂର୍ବରୁ କଂଗ୍ରେସ ଦଳର ଜଣେ ସକ୍ରିୟ କର୍ଯ୍ୟକର୍ତା ଥିଲେ । ହେଲେ ସେଠାରେ ସ୍ଥାୟୀ ହୋଇ ରହିପାରିଲେନି । କଂଗ୍ରେସ ପୂର୍ବରୁ ପୁଲିନ ବିଜେଡ଼ିରେ କାର୍ଯ୍ୟ କରୁଥିଲେ । ହେଲେ ବିଜେଡ଼ି ତାଙ୍କୁ ବେସି ଦିନ ପାଖରେ ରଖିପାରିଲାନି । ବିଜେଡ଼ି ପୂର୍ବରୁ ପୁଲିସ ଜନତା ଦଳର ଜଣେ ସକ୍ରିୟ କର୍ମୀ ଥିଲେ । ରାଜନୀତିରେ ଦଳବଦଳ ତଳସ୍ତରରେ ନୁହେଁ ଉପସ୍ତରରୁ ହୋଇଆସୁଛି । ଯଦି ଏହାକୁ ବିଚାର କରାଯାଏ, ତେବେ ପୁଲିନଙ୍କ ଦଳଡ଼ିଅାଁ ନିଜର ରଣନୀତି ବୋଲି କୁହାଯିବ । ହେଲେ ଦଳରୁ ଦଳକୁ ଜମ୍ପ ମାରିଥିବା ପୁଲିନ ବିଜେଡ଼ି ଗଡ଼ରେ ବିଜେଡ଼ିକୁ ଖୋଲା ଚ୍ୟାଲେଞ୍ଜ ଦେବା ଦବର କଥା ବୋଲି କୁହାଯାଇପାରିବ । ପ୍ରାର୍ଥୀ ଗୌତମ ବିଜୟ ହାସଲ ପାଇଁ ପୁଲିନଙ୍କ ସହ ହାତ ମିଳାଇବାରେ କୌଣସି ଅଯର୍ଥାତ ବୋଲି କୁହାଯାଇପାରିବନି । କିନ୍ତୁ ପ୍ରଶ୍ନ ଉଠୁଛି ଗୌତମ-ପୁଲିନ ଯୋଡ଼ି କ’ଣ ବିଜେଡ଼ି ଗଡ଼କୁ ଦୋହଲାଇ ପାରିବ?  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଛତ୍ରଛାୟାତଳେ ରହିଥିବା ଗୌତମ ୨୦୧୭ ମସିହାରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ବିଜେପିର ସଫଳତା ଦେଖି ୧୯ରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ହେଲେ ପ୍ରଣବଙ୍କ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲେ । ବିଡ଼ମ୍ବନାର ବିଷୟ ଏହି ଯେ, ପରାଜିତ ହେବାପରେ ମଧ୍ୟ ଜିଲ୍ଲା ସଭାପତି ପଦକୁ ବାବୁ ଜାବୁଡ଼ି ଧରି ରାଜ୍ୟ ନେତୃତ୍ୱଙ୍କୁ ଜାବୋଡ଼ି ଧରିଥିଲେ । ତାଙ୍କ ନେତ୍ୱ୍ୱରେ ୨୦୨୨ ଫେବ୍ରୁଆରିରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ସମଗ୍ର ଜିଲ୍ଲାରେ ବିଜେପି ଅତି ଦୟନୀୟ ପ୍ରଦର୍ଶନ କରିଥିବାବେଳେ ନିଜ ପଞ୍ଚାୟତରେ ମଧ୍ୟ ସରପଞ୍ଚ, ସମିତି ସଭ୍ୟ ସହ ୱାର୍ଡ଼ ସଭ୍ୟ ଜିତାଇବାକୁ ଜିଲ୍ଲା ସଭାପତି ସକ୍ଷମ ହୋଇନଥିଲେ । ଏଥିସହ ଏହି ପଞ୍ଚାୟତ ନିର୍ବାଚନରେ ନିଜ ବ୍ଲକ୍ ଦଶରଥପୁରର ୩୫ ଗୋଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ୩୦ଟି ପଞ୍ଚାୟତରେ ଦଳର ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଲଢ଼ାଇବାକୁ ସକ୍ଷମ ହୋଇନଥିଲେ । ନିଜ ବ୍ଲକର ୪ ଗୋଟି ଜିଲ୍ଲା ପରିଷଦ ଜୋନରେ ଦଳୀୟ ପ୍ରାର୍ଥୀମାନେ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ଶୋଚନୀୟଭାବେ ପରାଜିତ ହୋଇଥିବାବେଳେ ସେମାନଙ୍କ ଅମାନତ ରଖିବାକୁ ମଧ୍ୟ ସକ୍ଷମ ହୋଇନଥିଲେ । ଏପରି ଅବସ୍ଥା ଭିତରେ ୨୪ ନିର୍ବାଚନକୁ ଓହ୍ଲାଇଥିବା ଗୈାତମଙ୍କୁ ପୁଲିନ କେତେ ବା ବଳ ଦେଇପାରିବେ ?