ଠକେଇ ଅଭିଯୋଗରେ ପାଣ୍ଡ୍ୟାଙ୍କ ଭାଇ ବୈଭବ ଗିରଫ
ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟାଙ୍କୁ ଏକ ଠକେଇ ମାମଲାରେ ମୁମ୍ବାଇ ପୁଲିସ ଗିରଫ କରିଛି । ପ୍ରକୃତରେ, ବୈଭବ ପାଣ୍ଡ୍ୟା ନିଜ ସାବତ ଭାଇମାନଙ୍କୁ ୪.୩ କୋଟି ଟଙ୍କା ଠକେଇ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବୈଭବଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୁନାଲ ପାଣ୍ଡ୍ୟା ମଧ୍ୟ ଏକ ବ୍ୟବସାୟରେ ଭାଗ ନେଇଥିଲେ । ଯେଉଁଥିରେ ହାର୍ଦ୍ଦିକ ଏବଂ କୁନାଲଙ୍କର ୪୦ ପ୍ରତିଶତ ଅଂଶ ଏବଂ ବୈଭବଙ୍କର ୨୦ ପ୍ରତିଶତ ଅଂଶଧନ ଥିଲା । ଏହି ବ୍ୟବସାୟରେ ପ୍ରତ୍ୟେକ ବ୍ୟକ୍ତିର ଅଂଶଧନ ଅନୁଯାୟୀ ଲାଭ ବଣ୍ଟନ କରାଯାଉଥିଲା । କିନ୍ତୁ ବୈଭବ ଏହା କରିନାହାଁନ୍ତି । ଭାଇଙ୍କୁ କମ୍ପାନୀର ଲାଭ ଦେବା ପରିବର୍ତ୍ତେ ଏକ ଭିନ୍ନ କମ୍ପାନୀ ଗଠନ କରି ଏହାକୁ ହସ୍ତାନ୍ତର କଲେ, ଯାହାଦ୍ୱାରା ବ୍ୟବସାୟର ସହଭାଗିତା ଚୁକ୍ତି ଭଙ୍ଗ ହେଲା, ଯାହାପରେ ହାର୍ଦ୍ଦିକ ଏବଂ କୁନାଲ ୪.୩ କୋଟି ଟଙ୍କା କ୍ଷତି ରେକର୍ଡ କରିଛନ୍ତି । କେବଳ ଏତିକି ନୁହେଁ, କାହାକୁ ନ ଜଣାଇ ବୈଭବ ଏହି ଭାଗିଦାରୀରେ ଲାଭର ଅଂଶକୁ ୨୦ ପ୍ରତିଶତରୁ ୩୩.୩ ପ୍ରତିଶତକୁ ବୃଦ୍ଧି କରିଥିଲେ । ବାସ୍ତବରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜେ ବୈଭବଙ୍କ ନାମରେ ଅଭିଯୋଗ କରିଥିଲେ । ଏହାପରେ ଅର୍ଥନୈତିକ ଅଫେନ୍ସ ୱିଙ୍ଗ ବୈଭବ ପାଣ୍ଡ୍ୟାଙ୍କୁ ଗିରଫ କରିଥିଲା । ଏହା ପରେ କୋର୍ଟ ବୈଭବଙ୍କୁ ପୁଲିସ ହେପାଜତକୁ ପଠାଇଥିଲେ ।