ଇସିଆଇଙ୍କ ନିଦେ୍ର୍ଦଶ ପରେ ପ୍ରଶାସନିକ ବଦଳି କେନ୍ଦ୍ରାଞ୍ଚଳ ଆଇଜି ହେଲେ ସଞ୍ଜୟ କୌଶଲ

ଇସିଆଇଙ୍କ ନିଦେ୍ର୍ଦଶ ପରେ ପ୍ରଶାସନିକ ବଦଳି କେନ୍ଦ୍ରାଞ୍ଚଳ ଆଇଜି ହେଲେ ସଞ୍ଜୟ କୌଶଲ


ଭୁବନେଶ୍ୱର : ଜାତୀୟ ନିର୍ବାଚନ କମିଶନ ରାଜ୍ୟର ୮ଜଣ ସର୍ବଭାରତୀୟ ଅଫିସରଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ନିଦେ୍ର୍ଦଶ ଦେବା ପରେ ଆଜି ନୂତନ ନିଯୁକ୍ତି ହୋଇଛି ।   ନିର୍ବାଚନ କମିଶନ ଖୋର୍ଦ୍ଧା ଓ ବ୍ରହ୍ମପୁର ପୁଲିସ ଏସପିଙ୍କ ବଦଳି ପାଇଁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଠାରେ ନୂଆ ନିଯୁକ୍ତି ସମ୍ଭବପର ହୋଇପାରିନି । ଅବଶ୍ୟ ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶିଷ କୁମାର ସିଂଙ୍କ ବଦଳରେ ୨୦୦୩ ବ୍ୟାଚର ସଞ୍ଜୟ କୁମାର କୌଶଲଙ୍କୁ କେନ୍ଦ୍ରାଂଚଳ ଆଇଜି ଭାବେ ଆଜି ଅବସ୍ଥାପିତ କରାଯାଇଛି । କଟକ ଓ ଜଗତସିଂହପୁର ଜିଲ୍ଲାରେ ଦୁଇ ନୂଆ ଜିଲ୍ଲାପାଳଙ୍କ ସମେତ ରାଉରକେଲା ଓ ଅନୁଗୁଳରେ ନୂଆ ପୁଲିସ ଏସପି ଏବଂ କଟକରେ ନୂଆ ଡିସିପିଙ୍କୁ ଆଜି କାର୍ଯ୍ୟରେ ଯୋଗ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । 
ନିର୍ବାଚନ କମିଶନ ଗତ ୨ତାରିଖରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ  । ସେମାନେ ଯେଉଁସବୁ ଦାୟିତ୍ୱରେ ଅଛନ୍ତି ସେହି ପଦବୀ ନିମନ୍ତେ ୩ଜଣିଆ ଅଫିସରଙ୍କ ପ୍ୟାନେଲ ପଠାଇବାକୁ କହିଥିଲେ । ରାଜ୍ୟ ସରକାର ୩ତାରିଖରେ ଏହି ପ୍ୟାନେଲ ପଠାଇବା ପରେ ନିର୍ବାଚନ କମିଶନଙ୍କ ଦ୍ୱାରା କେନ୍ଦ୍ରାଂଚଳ ଆଇଜି ଭାବେ ଆଶିଷ ସିଂଙ୍କ ସ୍ଥାନରେ ସଞ୍ଜୟ କୌଶଲଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ରାଉରକେଲା ଏସପି ଭାବେ ବ୍ରଜେଶ କୁମାର ରାଏ, ଅନୁଗୁଳ ଏସପି ଭାବେ ଉମାଶଙ୍କର ଦାଶ ଓ କଟକ ଡିସିପି ଭାବେ ପ୍ରକାଶ ଆରଙ୍କୁ ନିଯୁକ୍ତି ମିଳିଛି । ସେମାନଙ୍କୁ ତୁରନ୍ତ ନିଜ ନୂଆ ଦାୟିତ୍ୱ ସମ୍ଭାଳିବାକୁ କୁହାଯାଇଛି ।