ସାର୍ଥକ ଷଡ଼ଙ୍ଗୀ ହେଲେ ବ୍ରହ୍ମପୁର ଏସପି

IPS TRANSFER

 ସାର୍ଥକ ଷଡ଼ଙ୍ଗୀ ହେଲେ ବ୍ରହ୍ମପୁର ଏସପି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ ନିର୍ବାଚନ କମିଶନ ଆଇପିଏସସ୍ତରରେ ଅଦଳବଦଳ କରିଛନ୍ତି  ।  ୨୦୦୭ ବ୍ୟାଚର ଆଇପିଏସ ଡକ୍ଟର ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁର ଏସପି ଭାବେ ଅବସ୍ଥାପିତ କରାଯାଇଛି  । ସେହିପରି ୨୦୦୭ ବ୍ୟାଚ ଆଇପିଏସ ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ଏସପି ଭାବେ ନିଯୁକ୍ତି ମିଳିଛି  । ଏହି ମର୍ମରେ ନିର୍ବାଚନ କମିଶନଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଆସିଛି  ।