ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ନବୀନଙ୍କ ହେଲିକପ୍ଟର
Naveen Pattanaik Biju Janata Dal VK Pandian
ଭୁବନେଶ୍ୱର : ପାଗ ବିଗିଡ଼ି ଯାଇଥିବାରୁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଓହ୍ଲାଇ ପାରିନାହିଁ । କାଳବୈଶାଖୀ ପବନ ଯୋଗୁଁ ହେଲିକପ୍ଟରଟି ଅବତରଣ କରିପାରିନଥିଲା । ଫଳରେ ହେଲିକପ୍ଟର ଝାରସୁଗୁଡ଼ା ଫେରି ଯାଇଥିଲା । ଝାରସୁଗୁଡ଼ାରେ ସୁରକ୍ଷିତ ଭାବେ ଏହା ଅବତରଣ କରିଛି । ପାଗ ବଦଳିବା ପରେ ଝାରସୁଗୁଡ଼ାରୁ ନବୀନ ଭୁବନେଶ୍ୱର ଅଭିମୁଖେ ଫେରିବେ ।
ସୂଚନାଯୋଗ୍ୟଯେ, ଆଜି ନବୀନ ପଶ୍ଚିମରେ ମାରାଥନ୍ ପ୍ରଚାର କରିଛନ୍ତି । ଭବାନୀପାଟଣା ଓ ଖଡ଼ିଆଳରେ ନବୀନ ପ୍ରଚାର କରି ରାଜ୍ୟ ସରକାରଙ୍କ ସଫଳତା କଥା କହିବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ।