ବିଧାୟକ ଟିକେଟ୍ ପାଇ କୃତଜ୍ଞତା  ଜଣାଇଲେ ପବିତ୍ର ସାଉନ୍ତା 

ବିଧାୟକ ଟିକେଟ୍ ପାଇ କୃତଜ୍ଞତା  ଜଣାଇଲେ ପବିତ୍ର ସାଉନ୍ତା 


କୋରାପୁଟ: ଲଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସରୁ ଟିକେଟ ପାଇଥିବା ପବିତ୍ର ସାଉନ୍ତା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।  ଦୀର୍ଘ ଦିନର ପରିଶ୍ରମ, ଚେଷ୍ଟା ଓ ସଂଗଠନ ବଳରେ ଦଳୀୟ ଟିକେଟ ମିଳିବା ପରେ ଅଞ୍ଚଳବାସୀ ନିକଟରେ ଖୁସିର ଲହରୀ ଖେଳି ଯାଇଛି ତଥା ସମସ୍ତ କର୍ମୀ ବର୍ତ୍ତମାନ ଉତ୍ସାହିତ ରହିଥିବାର ଦେଖିବାକୁ ମିଳିଛି । ବିଧାୟକ  ପ୍ରାର୍ଥୀ ପବିତ୍ର ସାଉନ୍ତା କଂଗ୍ରେସର ନେତୃତ୍ୱବୃନ୍ଦଙ୍କୁ ବିଶେଷ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି । ତାହା ସହ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ୪ ଗୋଟି ବ୍ଳକ ଯଥା ଦଶମନ୍ତପୁର, ଲକ୍ଷ୍ମୀପୁର, ନାରାୟଣ ପାଟନା ଏବଂ ବନ୍ଧୁଗାଁ ଇତ୍ୟାଦିରେ ବସବାସ କରି ଆସୁଥିବା ଏକଲକ୍ଷ ବାଷଠି ହଜାରରୁ ଉର୍ଦ୍ଧ୍ୱ ଭୋଟର୍ଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି । ବିଶେଷ କରି ଯୁବ ମାନସର ନେତା ରାହୁଲଗାନ୍ଧି, ଏଆଇସିସି  ସଭାପତି ମଲ୍ଲିକାର୍ଜୁନ ଖଡଗେ ଜୀ, ଓପିସିସି  ସଭାପତି  ଶରତ ପଟ୍ଟନାୟକ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ଜୀ, ରାଜ୍ୟମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ଓପିସିସି ବରିଷ୍ଟ ଉପ ସଭାପତି ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ଜିଲ୍ଲା ସଭାପତି ଶଶୀ ଭୂଷଣ ପାତ୍ର, ପର୍ଯ୍ୟବେକ୍ଷକ  ଜଗଦୀଶ୍ ଖୋସ୍ଲା, ଲକ୍ଷ୍ମୀପୁର ବ୍ଳକ ସଭାପତି କୈଳାଶ ଖୋସଲା, ଦଶମନ୍ତପୁର ବ୍ଲକ ସଭାପତି ବେଣୁଧର ପାତ୍ର, ବନ୍ଧୁଗାଁ ବ୍ଳକ ସଭାପତି ଡି ଏନ୍ କେ ଟି, ନାରାୟଣ ପାଟନା ବ୍ଳକ ସଭାପତି ବିଭୀଷଣ ମହାନନ୍ଦିଆ, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ମତ୍ତି ଖରା, ଉପ ସଭାପତି ଅଶକ ଖୋସଲା, ବ୍ଳକ ସମ୍ପାଦକ ମୋହନ ପାତ୍ର ହିଆଲ ଏବଂ  ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ପଙ୍କଜ ବାଘ ଇତ୍ୟାଦି ସଂଗଠନ ସମସ୍ତଙ୍କୁ ଧନ୍ୟବାଦ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ସାଉନ୍ତା ।