ଦୁର୍ଘଟଣାରେ ଦୁଇ ମୃତ

ଦୁର୍ଘଟଣାରେ ଦୁଇ ମୃତ

କୋରାପୁଟ: କୋରାପୁଟ ଜିଲା କାକିରିଗୁମା ଥାନା ଅର୍ନ୍ତର୍ଗତ ପଞ୍ଚଡା ନିକଟରେ ଦୁଇ ବାଇକ ମୁଁହାମୁଁହି ଧକ୍କା ହେବା ଫଳରେ ୨ ଯୁବକଙ୍କର ମୃତୁ୍ୟ ହୋଇଯାଇଛି । ଅନ୍ୟ ଜଣଙ୍କୁ  ଗୁରୁତର ଅବସ୍ଥାରେ କୋରାପୁଟ ଜିଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଳ କଲେଜରେ ଭର୍ତ୍ତି କରାଯାଇଛି । ତେବେ ଏଯାଏ ମୃତାହତ ଯୁବକମାନଙ୍କ ପରିଚୟ ମିଳି ପାରିନାହିଁ । ପୁଲିସ୍ ଏହି ଘଟଣାରେ ଦୁଇଟି ଯାକ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି ।