ମର୍ମନ୍ତୁଦ ଦୁର୍ଘଟଣା: ଅଳ୍ପକେ ରକ୍ଷା ପାଇଲେ ଚାଳକ ଓ ଖଲାସୀ
ବୈଶିଙ୍ଗା: ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣା ଅନୁଯାଇ ଟାଟାରୁ ଲୁହା ଚଦର ଗୋଲେଇ ପ୍ଲେଟ ବୋଝେଇ କରି ଏନଏଲ୦୧ଏ-୧୭୧୯ ନଂ ବିଶିଷ୍ଟ ଟ୍ରଲର ବାଲେଶ୍ୱର ପଟକୁ ଯାଉଥିବାବେଳେ ଗୁରୁବାର ଭୋର ସମୟରେ ବଗଲପୁର ଛକ ନିକଟରେ ହଟାତ୍ ଏକ ଲୁହାଗୁଣ୍ଡ ବୋଝେଇ ଟ୍ରକକୁ ସାମ୍ନାରେ ଛିଡା ହୋଇଥିବାର ଦେଖିଥିଲା । ଉପାୟ ନପାଇ ·ଳକ ହଟାତ ଜୋରରେ ବ୍ରେକ ମାରିଦେଇଥିଲା । ଫଳରେ ଟ୍ରଲର ଡାଲାରେ ବୋଝେଇ ହୋଇଥିବା ଲୁହାପ୍ଲେଟ ରୋଲ ଛିଣ୍ଡି ଯାଇଥିଲା ଓ କେବିନ ପଟକୁ ଦ୍ରୁତ ଗତିରେ ମାଡ଼ିଯାଇଥିଲା । ଯୋଉଁଥି ପାଇଁ ଟ୍ରଲରର କେବିନ ଡାଲା ଠାରୁ ଅଲଗା ହୋଇ ସମ୍ପୂର୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା । ସେହିପରି ଉକ୍ତ ଲୁହାପ୍ଲେଟ ରୋଲ ଆଗକୁ ମାଡ଼ିଯାଇ ସାମ୍ନାରେ ଛିଡା ହୋଇଥିବା ଟ୍ରକକୁକୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ଟ୍ରକର ତେଲଟାଙ୍କି ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି କେବିନ ଭିତରେ ଫସିଥିବା ·ଳକ ଓ ହେଲପରକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ । ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରଲରକୁ ରାସ୍ତାରୁ ଅପସାରଣ କରିବା ସହିତ ଯାତାୟତକୁ ସ୍ୱାଭାବିକ କରାଇଥିଲେ ।