ଗଞ୍ଜେଇ ଜବତ: କାର୍ ସହ ୩ ଗିରଫ
ସମ୍ବଲପୁର,: ସମ୍ବଲପୁର ଜିଲ୍ଲା ସଦର ଥାନା ପୁଲିସ ନାକାବନ୍ଦୀ ସମୟରେ ୩୬ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ କରିଛି । ଏ ସଂକ୍ରାନ୍ତରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇ ଗତକାଲି କୋର୍ଟଚାଲାଣ ହୋଇଛନ୍ତି । ଏ ନେଇ ସଦର ଥାନା ମାମଲା ସଂଖ୍ୟା ୧୦୭ ଉପରେ ଏନ୍ଡିପିଏସ୍ ଆଇନ୍ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି । ପ୍ରକାଶ ଯେ, ଗତ ଶୁକ୍ରବାର ରାତି ସଦର ଥାନା ଅଞ୍ଚଳ ଦେଇ ଚୋରା ଗେଇକୁ ଏକ କାର୍ ଯୋଗେ ଚାଲାଣ କରାଯାଉଥିଲା । ଏହି ଖବର ପାଇ ଥାନାର ଏସ୍ଆଇ ଦିଲୀପ ବେହେରାଙ୍କ ନେତୃତ୍ୱରେ ଅନ୍ୟ ଷ୍ଟାଫ୍ମାନେ କୁଟୁରାଯୋରୀ ଠାରେ ଏକ କାର୍କୁ ଅଟକାଇ ଥିଲେ । ଖାନ୍ତଲାସୀ ସମୟରେ ଏହି କାର୍ରୁ ୬୦୩.୦୩୦ କିଲୋଗ୍ରାମ୍ ଗେଇ ଜବତ କରାଯାଇଥିଲା । ଏହି ଗେଇ ସହ ଗୋଟିଏ ହୋଣ୍ଡିା ବ୍ରିଓ କାର୍ ଓ ତିନୋଟି ମୋବାଇଲ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା କବରାପାଲିର ଲଲିତ ଭୋଇ (୫୪), ଟାଉନ ଥାନା କୁଲେପଡ଼ାର ସତୀଶ କୁମାର ଭୋଇ (୩୮) ଏବଂ ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲିର ଏମ୍ଡି ଇସ୍ରାତ୍ (୪୯) ବୋଲି ସଦର ଏସ୍ଡିପିଓ ତୋଫାନ୍ ବାଗ୍ ସୂଚନା ଦେଇଛନ୍ତି । ଗତ ଫେବୃୟାରୀ ମାସରେ ଅବକାରୀ ବିଭାଗ ପକ୍ଷରୁ ସହରର କ୍ଷେତରାଜପୁର ଏକ ଘରେ ଚଢ଼ଉ କରାଯାଇ ୧୭୬ କିଲୋଗ୍ରାମ ଚୋରା ଗେଇ ସହ ୨ ଜଣଙ୍କୁ ଗିରଫ କରାଯାଇଥିଲା ।