ବଜରଙ୍ଗ ଦଳର ଗୈରିକ ଶୋଭାଯାତ୍ରା
ଜଟଣୀ: ପବିତ୍ର ଶ୍ରୀରାମ ନବମୀ ଅବସରରେ ଖୋର୍ଦ୍ଧାଜିଲ୍ଲା ବଜରଙ୍ଗଦଳ ପକ୍ଷରୁ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଂଯୋଜକ ନିତ୍ୟଜିତ ଚମ୍ପତ୍ତିଙ୍କ ସଂଯୋଜନାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜଟଣୀ କୁଦିଆରି ହନୁମାନ ମନ୍ଦିର ଠାରୁ ବାହାରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଜଟଣୀ ପ୍ରଖଣ୍ଡ ଓ ଖୋର୍ଦ୍ଧାଜିଲ୍ଲା ପ୍ରଖଣ୍ଡର ବିଭିନ୍ନ ପଞ୍ଚାୟତର ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଯୁବ କର୍ମକର୍ତ୍ତା ମାନେ ଶାନ୍ତିଶୃଙ୍ଖଳା ରକ୍ଷା ପୂର୍ବକ ହାତରେ ଗୈରିକ ବର୍ଣ୍ଣର ପତାକା ଓ ମୁଣ୍ଡରେ ପଟି ବାନ୍ଧି ମୁଖ୍ୟ ରାସ୍ତାରେ ଜୟ ଶ୍ରୀରାମ, ଜୟ ବଜରଙ୍ଗବାଲି ଧ୍ୱନି ଦେଇ ସହରାଞ୍ଚଳ ପ୍ରକମ୍ପିତ କରାଇଥିଲେ
ା ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ରବିନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ସ୍ୱାଇଁ, ଜିଲ୍ଲା ବିଭାଗ ସମ୍ପାଦକ ବିଭୁଧେନ୍ଦ୍ର ବିଦ୍ୟାଧର, ଉପସଭାପତି ନରେନ୍ଦ୍ର କୁମାର ସାହୁ, ଜଟଣୀ ନଗର ପ୍ରଖଣ୍ଡ ସଭାପତି ରମେଶଚନ୍ଦ୍ର ଦାଶ, ଉପସଭାପତି ସଂଜୀବ ରାୟ, ଶରତ କୁମାର ସୁନ୍ଦରାୟଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦାନ କରିଥିଲେ । ପରିଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲ