ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ଉଦ୍ଘାଟିତ

ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ଉଦ୍ଘାଟିତ


 ବଲାଙ୍ଗିର: ବଲାଙ୍ଗିର ଚିଲ୍ଡ୍ରେନ୍ ପାର୍କ ପାଖରେ ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ "ଆମର୍ ବଲାଙ୍ର୍ଗି' ଜଳଛତ୍ର ଉଦ୍ଘାଟନ କରିଛନ୍ତି । ବଲାଙ୍ଗିରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି "ଆମର୍ ବଲାଙ୍ର୍ଗି' ଜଳଛତ୍ର ଆରମ୍ଭ କରାଯାଇଥିବା ବେଳେ ଶୁକ୍ରବାର ସହରର ବିଭିନ୍ନ ସ୍ଥାନରେ ଆଠରୁ ଦଶଟି ଏଭଳି ଜଳଛତ୍ର ଖୋଲାଯିବାର କାର୍ଯ୍ୟକ୍ରମ ରହିଥିବା ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ଏପରିକି ବଲାଙ୍ଗିର ବଲାଙ୍ଗିର ପୌରାଞ୍ଚଳର ସମସ୍ତ ୱାର୍ଡରେ ପଡ଼ା ପଡ଼ାରେ "ଅ ।ମର୍ ବଲାଙ୍ର୍ଗି' ଜଳଛତ୍ର ଖୋଲାଯିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଇଛି । ଶୁକ୍ରବାର ଜଳଛତ୍ର ଉଦ୍ଘାଟନ ଅବସରରେ ଗ୍ଲୁକୋଜ୍ ପାଣି ଦିଆଯାଉଥିବା ବେଳେ ଏହି ଜଳଛତ୍ର ଗୁଡ଼ିକରେ କେବେ କେବେ ଇଲେକ୍ଟ୍ରୋରାଲ୍ ପାଣି ତ' ଅ ।ଉ କେବେ କେବେ ସର୍ବତ ଦିଆଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ବଲାଙ୍ଗିରର ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ଼ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ନିଦେ୍ର୍ଦଶରେ ବଲାଙ୍ଗିର ପୌର ପରିଷଦର ବିଭିନ୍ନ ସ୍ଥାନରେ "ଆମର୍ ବଲାଙ୍ର୍ଗି' ଜଳଛତ୍ର ଖୋଲା ଯାଉଥିବା କହିଛନ୍ତି ।