ବିଜେଡିରେ ମିଶିଲେ ବିଜେପି ନେତା

ବିଜେଡିରେ ମିଶିଲେ ବିଜେପି ନେତା

ସାରସକଣା : ସାରସକଣା ନିର୍ବାଚନ ମଣ୍ଡଳୀର ଦୁଇ ପଞ୍ଚାୟତର ସରପଞ୍ଚ ସମେତ ତିନି ଜଣ ବରିଷ୍ଠ ବିଜେପି କର୍ମୀ ଗୁରୁବାର ବିଜେଡିରେ ଯୋଗଦେଇଛନ୍ତି । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଉପସ୍ଥିତିରେ ସାରସକଣା ବ୍ଲକ ଶଙ୍ଖା ଭଙ୍ଗା ପଞ୍ଚାୟତର ସରପଞ୍ଚ ବାବାଜୀ ସିଂ, ପୋଖରିଆ ପଞ୍ଚାୟତ ସରପଞ୍ଚ ତାପସ କୁମାର ଦାସଙ୍କ ସମେତ ବରିଷ୍ଠ ବିଜେପି ନେତା ଅସିତକୁମାର ସାହୁ, ଶିବଶଙ୍କର ସାହୁ, ଆନନ୍ଦ କୁମାର ସାହୁ ପ୍ରମୁଖ ବରିଷ୍ଠ ବିଜେପି କର୍ମୀ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ବରିଷ୍ଠ ନେତା ଜିଲ୍ଲା ବିଜେଡି ଉପସଭାପତି ଅମରେନ୍ଦ୍ର କରଙ୍କ ଉପସ୍ଥିତିରେ ଗୁରୁବାର ଭୁବନେଶ୍ୱର ଠାରେ ଏହି ପ୍ରମୁଖ ବିଜେପି ନେତାମାନେ ବିଜେଡିରେ ସାମିଲ ହୋଇଛନ୍ତି ଏମାନଙ୍କ ଦଳରେ ମିଶ୍ରଣ ଆସନ୍ତା ସାଧାରଣ ନିର୍ବାଚନରେ ବହୁତ ପ୍ରଭାବ ପକାଇବା ସହିତ ବିଜେଡିର ନିଶ୍ଚିତ  ଶକ୍ତି ବଢାଇବ ବୋଲି ବରିଷ୍ଠ ନେତା ଅମରେନ୍ଦ୍ର କର ପ୍ରକାଶ କରିଥିଲେ ।