ବିଜୟ କେତନ ବିଜେଡି ସାଧାରଣ ସମ୍ପାଦକ
ପଟ୍ଟାମୁଣ୍ଡାଇ: ରାଜ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦ୍ୟ ବିଜେଡିରେ ଯୋଗ ଦେଇଥିବା ରାଜନଗର ଆସନର ପୂର୍ବତନ ବିଜେପି ପ୍ରାର୍ଥୀ, ପଟ୍ଟାମୁଣ୍ଡାଇ -ରାଜନଗର ବିକାଶ ପରିଷଦ ପ୍ରତିଷ୍ଠାତା ବାର୍ଷିଆନ ନେତା ବିଜୟକେତନ ସ୍ୱାଇଁଙ୍କୁ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ୧୯୭୨ମସିହାରେ ଛାତ୍ରନେତା ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ବିଜୟ କେତନ ୧୯୭୭ ମସିହାରେ କଟକ ଜିଲ୍ଲା ଜନତା ପାର୍ଟି ସାଧାରଣ ସମ୍ପାଦକ,୧୯୯୩ ମସିହାରେ ତକ୍ରାଳୀନ ଜନତା ଦଳ ସଭାପତି ଓ ବିଜେଡି ଗଠନ ଆରମ୍ଭରେ ୧୯୯୮ ମସିହାରେ ଜିଲ୍ଲା ବିଜେଡି ସଭାପତି ଭାବେ କାର୍ଯ୍ୟ କରି ନିଜର ସାଙ୍ଗଠନିକ ଦକ୍ଷତା ଓ ରାଜନୈତିକ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଥିବାରୁ ବରିଷ୍ଠ ରାଜନେତା ଶ୍ରୀ ସ୍ୱାଇଁ ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପୂର୍ବତନମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।