ବିଜେପିର ସାମ୍ବାଦିକ ସମ୍ମିଳନୀ
ନବରଙ୍ଗପୁର : ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ଭଳି ମୌଳିକ ସମସ୍ୟାର ସମାଧାନ ହୋଇ ପାରିନାହିଁ । ଓଡ଼ିଶାରେ ଗଣତନ୍ତ୍ର ଭୁଶୁଡି ପଡିଥିବା ସହ ଅଫିସରମାନଙ୍କ ଦ୍ୱାରା ସରକାର ପରି·ଳିତ ହେଉଥିବା ଅଭିଯୋଗ କରିଛି ବିଜେପି । ସରକାର ·ଷୀ ବିରୋଧୀ, ମହିଳା ବିରୋଧୀ, ଯୁବ ବିରୋଧୀ , ଜନଜାତି ବିରୋଧୀ ସରକାର ସହ ଅପରାଧରେ ଓଡିଶା ସର୍ବଭାରତୀୟ ସ୍ତରରେ ଶୀର୍ଷରେ ପହଁଚି ଥିବା ·ର୍ଜସିଟରେ ଉଲ୍ଲେଖ କରିଛି ବିଜେପି । ବିଜେଡିର ଶାସନ କାଳରେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ବୃଦ୍ଧି ପାଇଛି । ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ସ୍କୁଲ ରୁପାନ୍ତରିତ ନାମରେ ସ୍ମାର୍ଟ ସ୍କୁଲ ନାମରେ ସ୍ମାର୍ଟ ଦୁର୍ନୀତି ହୋଇଥିବା କହିଛନ୍ତି । ଏଣୁ ବିଜେଡି ସରକାରଙ୍କ ବିରୋଧରେ ଆମେ ·ର୍ଜ ସିଟ ଆଣିଛୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଧାୟକ ତଥା ଉମରକୋଟ ବିଧାନସଭା ଆସନ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ଅଭିଯୋଗ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ ଗୌରୀ ଶଙ୍କର ମାଝୀଙ୍କ ସହ ବିଜେପିର ବରିଷ୍ଠ ନେତୃମଣ୍ଡଳୀ ଯୋଗ ଦେଇଥିଲେ ।