ବିଜେପିରେ ଯୋଗ ଦେଲେ ବିଜେଡିର ବହୁ କର୍ମୀ

ବିଜେପିରେ ଯୋଗ ଦେଲେ ବିଜେଡିର ବହୁ କର୍ମୀ


 ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ କଂଗ୍ରା ପଞ୍ଚାୟତର ବିଭିନ୍ନ ଗ୍ରାମର ବିଜେଡ଼ିର ନେତା ଓ କର୍ମୀ ଆଜି ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପିରେ ଯୋଗ ଦେଇଛନ୍ତି । ଆଜି ବିଜେପିର ଲୋକସଭା ନିର୍ବାଚନ ପରି·ଳନା ପ୍ରସ୍ତୁତି ବୈଠକ ଅବସରରେ ଓଡ଼ିଶା ରାଜ୍ୟ ସହ ପ୍ରଭାରୀ ଶ୍ରୀମତୀ ଲତା ହୁଷେଣ୍ଡି ଓ ରାଜ୍ୟ ସଙ୍ଗଠନ ସଂପାଦକ ଶ୍ରୀ ମାନସ ମହାନ୍ତିଙ୍କ ଉପସ୍ଥିତିରେ ବିଦ୍ଧି ବଦ୍ଧ ଭାବେ ଦଳରେ ଯୋଗ ଦେଇଥିଲେ । ଯୋଗ ଦେଇଥିବା ନେତା କର୍ମୀମାନେ ହେଲେ ଶିବ ଶଙ୍କର ମାଳି (ଡମୁମାଳି), କୃଷ୍ଣ ଭତରା, ନନ୍ଦ ଗୌଡ, ଭୁଜବଳ ଭତରା, ଲକ୍ଷ୍ମଣ ଗୌଡ, ଦୈତାରି ମାଳି, ରାଜୀବ ମାଳି, ସାଇବ ମାଳି, ଝଡେଶ୍ୱର ମାଳି, ବିଜୟ ହିଆଲ, ରୀନା ରାଣୀ ନାୟକ, ରତନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ଶ୍ରୀ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଶ୍ରୀ ଗୌରୀ ଶଙ୍କର ମାଝୀ ତଥା ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ବିଷୋୟୀଙ୍କ ଉପସ୍ଥିତିରେ ଯୋଗ ଦେଇଥିବା ନେତାମାନଙ୍କୁ ଉତ୍ତରୀୟ ଓ ଉପ ଢୌକନ ଦେଇ ସ୍ୱାଗତ କରିଥଲେ । ଦିନକୁ ଦିନ ଦଳ ସୃଦୃଢ଼ ହେଉଥିବା ବେଳେ ଏହି ମିଶ୍ରଣ ଦ୍ୱାରା ଦଳ ମଜଭୁତ ସ୍ଥିତିରେ ପହଞ୍ଚିବ ବୋଲି ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାଲକାନଗିରି ଜିଲ୍ଲା ସଭାପତି ନିମାଇ ସରକାର, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ପୁର୍ବତନ ସଂସଦ ଶ୍ରୀ ପର୍ଶୁରାମ ମାଝୀ ଓ ଲୋକସଭା ପ୍ରାର୍ଥୀ ଶ୍ରୀ ମାନଜିର ଆର୍ଯ୍ୟ, ମାଲକାନଗିରି  ବିଧାୟକ ପ୍ରାର୍ଥୀ ଶ୍ରୀ ନରସିଂହ ମାଡ଼କାମି,ସଂଯୋଜାକ ଶ୍ରୀ ରାମେଶ୍ୱର ଜେନା, ଅଶୋକ ପାଢ଼ୀ, ଅଚୁ୍ୟତ ବିଶୋଇ, ଜ୍ୟୋତି ରଞ୍ଜନ କଂସ, କାହ୍ନୁ ଦାଶ, ସମେତ ସାତଟି ବିଧାନସଭା କ୍ଷେତ୍ରର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।