ବିଜେପିର ସାଧାରଣ ସଭା ଓ ମିଶ୍ରଣ ପର୍ବ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ପଡିଆରେ ବିଜେପିର ଏକ ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ ମଣ୍ଡଳ ସଭାପତି ଶଶାଙ୍କ ଓଝାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଜନ ସାଧାରଣଙ୍କୁ ପ୍ରଭାବିତ କରି ଆଗାମୀ ନିର୍ବାଚନରେ ଡବଲ ଇିନ ସରକାରଙ୍କ ନିମନ୍ତେ ମତଦାନ କରିବାକୁ ଆହ୍ୱାନ ଦେଇଥିଲେ । ମୋଦୀ ସରକାରର ବିକାଶ ର ବାର୍ତ୍ତା ଲୋକମାନଙ୍କ ନିକଟରେ ସବୁ ସୁବିଧାକୁ ବଂଚିତ କରୁଥିବା ବିଜେଡି ସରକାରକୁ ଲୋକ ନିର୍ବାଚନରେ ଉଚିତ୍ ଜବାବ ଦେବା ଦରକାର ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାନସଭା ପ୍ରାର୍ଥିନୀ ଗୀତାଳୀ ସେଠୀଙ୍କୁ ପଦ୍ମଫୁଲ ରେ ମତଦାନ କରି ଜୟଯୁକ୍ତ କରାଇବା ପାଇଁ ଉପସ୍ଥିତ ଥିବା ଜନ ସାଧାରଣଙ୍କୁ ଅନୁରୋଧ କରାଯାଇ ଥିଲା । କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ଜିଲ୍ଲା ସାଧାରଣ ସଂପାଦକ ଉପୀନ ରାଉତ, ମିଡିଆ ସେଲ ନେହେରୁ କୁମାର ସାହୁଙ୍କ ସମେତ ମାଧବ ମଲିକ, ବିଜୟ ବୋଷ, ଢୋଲ ସରପଂଚ ପ୍ରଫୁଲ୍ଲ ମଲିକ, ବ୍ରଜ କିଶୋର ମିଶ୍ର, ସ୍ୱର୍ଣ୍ଣଲତା ମଲିକ, ଦେବାଶିଷ ସ୍ୱାଇଁ, ପ୍ରଶା" କୁମାର ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।