ରାସ୍ତା ଉନ୍ନତିକରଣ ନାମରେ ଅବନତିକରଣ ଅଭିଯୋଗ 

ଆଳି: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମରୁ  ଆଳିକୁ ସଂଯୋଗ କରୁଥିବା ରାସ୍ତା ପୂର୍ତ୍ତ ବିଭାଗ ଦ୍ୱାରା ପ୍ରଶସ୍ଥି ଓ ଉନ୍ନତି କରଣ ନାମରେ ଅବନିତି କରଣ କରାଯାଉଥିବା ନେଇ ହୋଇଛି ସାଙ୍ଘାତିକ ଅଭିଯୋଗ । ଏହି ରାସ୍ତା ୮. ୪ କିମି ପାଇଁ ୯ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଅତି ନିମ୍ନ ମାନର କାର୍ଯ୍ୟ କରି ଅଧିକ ମୁନାଫା ନେଇଥିବା ନେଇ ହେଉଛି ଅଭିଯୋଗ । ଏହି ରାସ୍ତାଟି ପ୍ରସସ୍ଥ କରା ।ଇଛି ହେଲେ ପୂର୍ବରୁ ଥିବା କେବଳ ପିଚୁକୁ ତାଡି ଉଠାଇ ଦେଇ ସେହି ପୁରୁଣା ରାସ୍ତା ଓପରେ କେବଳ ପିଚୁ କରିଦେଇ କାର୍ଯ୍ୟ ସାରିବାକୁ ଠିକାଦାର ବସିଥିବା ବେଳେ ଆଳି ପୂର୍ତ୍ତ ବିଭାଗ ନିଘୋଡ଼ ନିଦ୍ରାରେ ରହି ଆକୁଣ୍ଠ ସମର୍ଥନ କରି ·ଲିଛି । ଏହି ରାସ୍ତା କାର୍ଯ୍ୟ ପାଇଁ ଏତେ ପରିମାଣର ଅର୍ଥ ରାଶି ବରାଦ ହୋଇଥିବା ବେଳେ ନୂଆ ମେଣ୍ଟାଲିଂ କରାନଯିବା କିମ୍ବା ନୂଆ ବଜୁରି କି ଡଷ୍ଟ ନପକାଇ ପୁରୁଣା ରାସ୍ତାର ପିଚୁ ଉଠାଇ ଦେଇ ସେହି ପୁରୁଣା ରାସ୍ତା ଓପରେ ପିଚୁ କରିଦେଇ ଯୋଜନା କରି କାର୍ଯ୍ୟ ଶେଷ କରିବାକୁ ବସିଛି ପୂର୍ତ୍ତ ବିଭାଗ । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ଦେଖା ଦେଇଛି । ତେବେ ଏହି ଭଳି ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ରାସ୍ତା ଟି କେତେଦିନ ପର୍ଯ୍ୟନ୍ତ ତିଷ୍ଠବ ତାକୁ ନେଇ ସ୍ଥାନୀୟ ବାସିନ୍ଦା , ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ? ସୂଚନା ମୁତାବକ ଏହି ରାସ୍ତାର କାର୍ଯ୍ୟର ଶେଷ ଅବଧି ତାରିଖ, ୩୧ ମାର୍ଚ୍ଚ ୨୦୨୪ ରହିଥିବା ବେଳେ  ଏପ୍ରିଲ ମାସ ୨୦ ତାରିଖ ସୁଦ୍ଧା ରାସ୍ତା କାର୍ଯ୍ୟ ଶେଷ ହେବା ତ ଦୂରର କଥା, ଅଧାରୁ କାର୍ଯ୍ୟ ପୁରା ବନ୍ଦ୍ କରିଦେଇ ରାସ୍ତାକୁ ଅଧ ପାନ୍ତରିଆ କରି ବିପଦ ଅବସ୍ଥାରେ ପକାଇ ରଖିଥିଲେ । ଏହି ରାସ୍ତାର ପିଚୁ ତାଡି ଦିଆ ଯିବାରୁ ଖାଲ ଖମା ହୋଇଯାଇ ବଡ ବଡ କଂକ୍ରିଟ ମାନ ଖେଳାଇ ହୋଇ ବିପଦ ପୂର୍ଣ୍ଣ ସାଜିଥିଲା । 
ରାସ୍ତାର ଏହିଭଳି ଶୋଚନୀୟ ଅବସ୍ଥା ପାଇଁ ଅତି ନିକଟ ଅତୀତରେ ଅନେକ ଦୁର୍ଘଟଣା ମାନ ଘଟି ଦୁଇ ଦୁଇଟି ଅମୂଲ୍ୟ ଜୀବନ ·ଲି ଯାଇଥିବା ବେଳେ ସବୁଦିନ ଛୋଟ ମୋଟ ଦୁର୍ଘଟଣା ମାନ ଘଟି ·ଲିଥିଲା । ଏନେଇ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ କରିବା ସହିତ ଅଭିଯୋଗ ମଧ୍ୟ କରିଥିଲେ । ଏଥିପାଇଁ କାର୍ଯ୍ୟ ଭାର ନେଇଥିବା ସଂସ୍ଥା ସହିତ ତଦାରଖ କରୁଥିବା ସରକାରୀ କର୍ମ·ରୀଙ୍କୁ ସମ୍ପୂର୍ଣ ରୂପେ ଦାୟୀ ବୋଲି ମଧ୍ୟ ଅଭିଯୋଗରେ ଦର୍ଶାଇ ଥିଲେ  ।ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ପିସି ଖାଇ ଏସି ରେ ସରକାରୀ କର୍ମ ·ରି ଶୋଇ ରହୁଥିବା ବେଳେ କାର୍ଯ୍ୟ କରୁଥିବା ସଂସ୍ଥା ନିମ୍ନ ମାନର କାର୍ଯ୍ୟ କରିବା ସହିତ ମାନମାନି ଚଳାଇ ରାସ୍ତା କାର୍ଯ୍ୟ ବନ୍ଦ କରିଦେଇ ସାଧାରଣ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଥିବା ନେଇ ସାଙ୍ଘାତିକ ଅଭିଯୋଗ ମଧ୍ୟ କରିଥିଲେ । 
ତେବେ ଏ ବାବଦରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ କରି ତନାଘନା କରାଯିବା ସହିତ ସ୍ଥାନୀୟ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ଆ·ର୍ଯ୍ୟ ସୂଚନା ଅଧିକାର ଆଇନ ଦ୍ୱାରା ଏହାର ତଥ୍ୟ ପାଇଁ ଆବେଦନ କରି ସମସ୍ତ ତଥ୍ୟର ସତ୍ୟତା ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରିବା ଓ ଆଗକୁ ନିର୍ବାଚନ ରହିଥିବା ବେଳେ ସବୁ ଦଳୀୟ ନେତା, କର୍ମୀ ନିଜ ନିଜର ପ୍ର·ର ପ୍ରସାର ନିମନ୍ତେ ଏହି ରାସ୍ତା ଦେଇ ଯିବା ଆସିବା ବେଳେ ଯଦି କିଛି ଅଘଟଣ କିମ୍ବା ଦୁର୍ଘଟଣା ଘଟେ ସେଥି ପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରି ଦୁଷ୍ମନ୍ତ ଅଭିଯୋଗ କରିବାଟା ପୂର୍ତ୍ତ ବିଭାଗ କୁ ହରଡ ଘଣାରେ ପକାଇ ଦେଇଥିଲା । ନିଜକୁ ସତିଆ ସାବ୍ୟସ୍ତ କରିବାକୁ ଯାଇ ପୂର୍ତ୍ତ ବିଭାଗ ତରବରିଆ ଭାବେ ସେହି ପୁରୁଣା ରାସ୍ତା ଓପର ରୋଲର ମାଧ୍ୟମରେ ରୋଲିଂ କରି କେବଳ ପିଚୁ କରିଦେଇ କାର୍ଯ୍ୟ ସାରିବାକୁ ପୂର୍ତ୍ତ ବିଭାଗ ବସିଥିବା ନେଇ ପୁଣି ହୋଇଛି ସଙ୍ଗୀନ ଅଭିଯୋଗ ।  ଏ ବାବଦରେ ଉପରିସ୍ଥ ତଦନ୍ତ କରାଯିବା ନେଇ ଦାବି ହେଉଛି ।