ହିନେ୍ଦାଳ ବନବିଭାଗର ଅମାନୁଷିକ କାଣ୍ଡ, ଗୋଡ଼ହାତ ଭାଙ୍ଗି ବାଟରେ ଫିଙ୍ଗି ଦେଲେ
ହିନେ୍ଦାଳ : ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ବନବିଭାଗର ଅପାରଗ ପଣିଆ ପାଇଁ ଗୁରୁବାର ହିନେ୍ଦାଳ ସାରା ଚର୍ଚ୍ଚା । ପୂର୍ବରୁ ହାତୀ ମଣିଷ ଲଢ଼େଇରେ ବହୁଳ ମାତ୍ରାରେ ମଣିଷମୃତୁ୍ୟ,ବିଦୁ୍ୟତ ଆଘାତ ଓ ଶିକାରୀ ଆକ୍ରମଣରେ ହାତୀ ଓ ବନ୍ୟଜନ୍ତୁ ମରିବା ପାଇଁ କୁଖ୍ୟାତି ଅର୍ଜନ କରିଥିଲା । ହିନେ୍ଦାଳ ବନବିଭାଗ ଏହାର ଅଧିକାରୀ, କର୍ମ·ରୀମାନେ ନିଜର ପୌରୁଷତ୍ୱକୁ ଦେଖାଇବା ପାଇଁ ଜଣେ ନିରୀହ ଆଦିବାସୀ ଦିନ ମଜୁରିଆ ଯୁବକଙ୍କୁ ରାତି ଅଧରେ ଉଠାଇ ନେଇ ଅମାନୁଷିକ ଭାବରେ ପିଟିପିଟି ଗୋଡ଼ହାତ ଜଖମ କରି ରାସ୍ତା ମଝିରେ ଫିଙ୍ଗି ଦେଇଛଥିଲେ । ଆହତ ଯୁବକଙ୍କ ପତ୍ନୀ ଲିଲି ବେହେରାଙ୍କ ହିନେ୍ଦାଳ ଥାନାରେ ଅଭିଯୋଗ ଅନୁଯାଇ ଗତ ୨ତାରିଖ ରାତି ୧୨ଟାରେ ହିନେ୍ଦାଳ ବନବିଭାଗର ନିଜକୁ ଦକ୍ଷ ଦେଖାଇ ହେଉଥିବା ଜୈନିକ ଅଧିକାରୀ ଓ କିଛି ବନକର୍ମ·ରୀ ଡ୍ରେସପିନ୍ଧି ଏକ ବୋଲେରୋରେ ଆସି ହିନେ୍ଦାଳ ଏନଏସି ୱାର୍ଡନଂ-୯ ପୁରୁଷୋତ୍ତମପୁର ଗ୍ରାମର ବିଜୟ ବେହେରା(୩୫)ଙ୍କୁ ଉଠାଇ ନେଇ ସ୍ଥାନୀୟ ଫରେଷ୍ଟ ଅଫିସରେ ବାଡିଆପିଟା କରି ତୁ ବନ୍ଧୁକ ରଖିଛୁ କହି ଏକ ସାଧା କାଗଜରେ ଜୋର ଜବରଦସ୍ତ ଦସ୍ତଖତ କରାଇ ନେଇଥିଲେ । ସେହି ରାତିରେ ଗ୍ରାମ ନିକଟ ରାସ୍ତା କଡରେ ତାଙ୍କୁ ଫିଙ୍ଗି ଦେଇଥିଲେ ଓ ଧମକ ଦେଇଥିଲେ କାହାକୁ କହିଲେ ତୋତେ ଜୀବନରେ ମାରିଦେବୁ ବୋଲି । ବିଜୟଙ୍କ ପରିବାର ଖୋଜାଖୋଜି କରି ବିଜୟଙ୍କୁ ତାପରଦିନ ପାଇ ପ୍ରଥମେ ହିନେ୍ଦାଳ ଓ ତାପରେ ଅନୁଗୋଳ ଡାକ୍ତରଖାନାରେ ଚିକିତ୍ସା କରାଇ ତାଙ୍କ ଦୁଇ ଗୋଡ଼ ପାଦ ହାଡ଼ ଫାଟି ଜଖମ ହୋଇଥିବାର ଜଣାପଡିଛି । ବିଜୟ ବର୍ତମାନ ·ଲିପାରୁ ନାହାନ୍ତି ଗୁରୁବାର ବିଜୟ ବେହେରାଙ୍କ ପତ୍ନୀ ଲିଲି ବେହେରା ଶତାଧିକ ଗ୍ରାମବାସୀଙ୍କ ସହ ବିଜୟଙ୍କୁ ନେଇ ହିନେ୍ଦାଳ ଉପଜିଲ୍ଲାପାଳ ଓ ହିନେ୍ଦାଳ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତିି । ଏନେଇ ହିନେ୍ଦାଳ ରେଞ୍ଜର ଓ ଫରେଷ୍ଟରଙ୍କ ସହ ଯୋଗାଯୋଗ କରିବାରୁ ଆମେ ଜାଣି ନାହୁଁ କହି କଥାକୁ ଏଡେଇ ଦେଇଛନ୍ତି । ଏହି ଘଟଣାକୁ ନେଇ ହିନେ୍ଦାଳ ଜନସାଧାରଣ ଓ ବୁଦ୍ଧିଜୀବୀ ନିନ୍ଦା କରିବା ସହ ବିଜୟଙ୍କୁ ନ୍ୟାୟପ୍ରଦାନ କରିବା ସହ ଦୋଷୀ ବନ ବିଭାଗ ଅଧିକାରୀ ଓ କର୍ମ·ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।