ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଇସିଆଇଙ୍କ ନିଦେ୍ର୍ଦଶ ‘ନକଲି ମଦ, ଟଙ୍କା ଓ ଡ୍ରଗ୍ସ ଉପରେ ରହିବ ଆଖି’
ଭୁବନେଶ୍ୱର : ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଓ ଡିଜି ପୁଲିସଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦିଆଯାଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଦେଶର ସମସ୍ତ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।
ଶ୍ରୀ କୁମାରଙ୍କ ସହ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ଭିଡ଼ିଓ କନଫେରେନ୍ସ ଜରିଆରେ ମୁଖ୍ୟ ସଚିବ ଓ ଡିଜିପିଙ୍କ ସହ ବିଭିିନ୍ନ ପ୍ରସଙ୍ଗରେ ସମୀକ୍ଷା ଓ ଆଲୋଚନା କରିଛନ୍ତି । ଭୋଟରମାନେ ଯେଭଳି ବିନା ଡରରେ ନିଜର ମତଦାନ କରିବେ ତାହା ସୁନିଶ୍ଚିତ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ରାଜ୍ୟ ପୁଲିସ, ବିଏସଏଫ, ଆଇଟିବିପି, ଏସଏସବି ଭାରତୀୟ କୋଷ୍ଟ ଗାର୍ଡ଼ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ଅରୁଣାଚଳ ପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ର ଭଳି ୧୧ ରାଜ୍ୟରେ ଭାରତୀୟ ବାୟୁସେନା ସହାୟତା ଯୋଗାଇଦେବ । ଛତିଶଗଡ଼ ଓ ଜାମ୍ମୁକାଶ୍ମୀରରେ ପ୍ରାର୍ଥୀଙ୍କ ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି ।
ଆନ୍ତଃରାଜ୍ୟ ସୀମାରେ ଥିବା ଚେକପୋଷ୍ଟଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯିବ । ଅପରାଧି ଓ ଅସାମାଜିକ ତତ୍ୱ ସଂକ୍ରାନ୍ତରେ ସୀମାନ୍ତ ଜିଲ୍ଲାଗୁଡ଼ିକ ତଥ୍ୟ ଆଦାନ ପ୍ରଦାନ କରିବେ ।