ନିର୍ବାଚନ ରଣାଙ୍ଗନ ପୂର୍ବରୁ ରଣହୁଙ୍କାର

ଜଟଣୀ : ଜଟଣୀ ନିର୍ବାଚନ ମଣ୍ଡଳୀ କୁଶମାଟି ଛଣଘର ପଞ୍ଚାୟତ ସମିତି ଅନ୍ତର୍ଗତ ମା ବାରବାହି ଖଣ୍ଡୁଆଳଙ୍କ ପିଠ ସ୍ଥଳରେ ରବିବାର ବିଜେଡିର ନିର୍ବାଚନ ରଣ କୌଶଳ ଆରମ୍ଭ ହୋଇ ଏକାଠି ହୋଇଛନ୍ତି ରଣହୁଂକାର ଦେଇଛନ୍ତି ଦୁଇ ହେଭିୱେଟ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ବିଭୁତି ଭୂଷଣ ବଳବନ୍ତରାୟ । ଉଭୟ ନେତା ମିଳିତ ସ୍ୱରରେ ଯୋଡି ଶଙ୍ଖରେ ୨ ଥର ଭୋଟ ଦେବାକୁ କହିଥିବାବେଳେ ଶ୍ରୀ ବଳବନ୍ତରାୟ ବୁଡିବା ଡଙ୍ଗାରେ ନବସିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆୟୋଜିତ କର୍ମୀ ସମ୍ମିଳନୀରେ ପଞ୍ଚାୟତସ୍ତରୀୟ ଏବଂ ପୌରାଞ୍ଚଳର ବହୁ କର୍ମୀ ତଥା ଛାମୁଆ ସଂଗଠକମାନେ ଉପସ୍ଥିତ ଥିଲେ । ବିଜେଡି ଖୋର୍ଦ୍ଧାଜିଲ୍ଲା ସଭାପତି ତଥା ବିଧାୟକ ପ୍ରାର୍ଥୀ ବିଭୁତି ଭୂଷଣ ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ଉପସଭାପତି ବିଜୟ କୁମାର ଛୋଟରାୟ, ସୁଦର୍ଶନ ସୁନ୍ଦରାୟ, ସମ୍ପାଦକ ଅନନ୍ତ ଶତପଥୀ, ବାବୁ ହୋତା, ଡ ଉମାକାନ୍ତ ପଟ୍ଟନାୟକ, କୁନେଇ ମହାପାତ୍ର, ନଗରପାଳ ଅନନ୍ତ ବେହେରା, ବିଷ୍ଣୁପ୍ରସାଦ ଡେଙ୍ଗ, ସୁନୀଲ କୁମାର ରାଉତରାୟ, ଲୁସେନ ରାୟ, ଶଶାଙ୍କ ଶେଖର ରାୟ, ଶଶାଙ୍କ ଶେଖର ସାମନ୍ତସିଂହାର, ସଚିତ୍ରାନନ୍ଦ ସାମନ୍ତରାୟ, ଆଶୁତୋଷ ପ୍ରତାପ ସିଂହ, ପଦ୍ମଚରଣ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ବିଜେଡ଼ି ପଦାଧିକାରୀ ଓ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ବିଜେଡି ସମର୍ଥିତ ବହୁ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ସୁରେଶ୍ କୁମାର ରାଉତରାୟ ଉପସ୍ଥିତ ରହି କର୍ମୀମାନଙ୍କ ମନୋବଳ ବୃଦ୍ଧି କରିବା ସହ ଆଗାମୀ ନିର୍ବାଚନରେ ଯୋଡ଼ି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦାନ କରିବା ଓ କରାଇବା ପାଇଁ ଆହ୍ୱାନ ଦେଇଥିଲେ । ସେହିପରି ବିଭିନ୍ନ ତୁଙ୍ଗନେତା ଯୋଗଦେଇ ବିଜେଡିର ବିଜୟ ପାଇଁ ସଂକଳ୍ପର ଦିନ ବୋଲି ଅବିହିତ କରିଥିବା ବେଳେ ବିରୋଧିଙ୍କୁ ମିଛୁଆ ଓ କ୍ଷମତାଲୋଭୀ  ବୋଲି ଆଖ୍ୟା ଦେଇଥିଲେ । ଏହି ସମ୍ମିଳନୀରେ ପନ୍ଦରଟି ପଞ୍ଚାୟତ ଓ ପୌରାଞ୍ଚଳର ତେଇଶି ଗୋଟି ୱାର୍ଡ଼ର ଦୁଇହଜାରରୁ ଊଦ୍ଧ୍ୱର୍ ଦଳୀୟ ନେତା କର୍ମୀ ଓ ସମର୍ଥକ ଯୋଗଦେଇଥିଲେ ।