ନିର୍ବାଚନ ମଣ୍ଡଳୀସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ

ନିର୍ବାଚନ ମଣ୍ଡଳୀସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ

ବଲାଙ୍ଗୀର: ଏସ୍ଏ କିଙ୍ଗ ପ୍ଲାଜାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୫ମ ବୁଦ୍ଧିଜୀବୀ ସମ୍ମିଳନି ଜ୍ୟୋତିଷ କୁମାର ମୁଗ୍ରୀଙ୍କ ସଭାପତିତ୍ୱ ସଭାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ କୁମ୍ଭାର ଯୋଗ ଦେଇ ଦଳିତ ସମାଜ ଏବଂ ନିର୍ବାଚନ ମଣ୍ଡଳିର ସମସ୍ତ ଜନସାଧାରଣଙ୍କ ଉତ୍ଥାନ କିଭଳି ହୋଇ ପାରିବ ଏବଂ ସେଥିରେ ନିଜେ କଂଗ୍ରେସ ପ୍ରାର୍ଥୀ ଭାବେ ନିଶ୍ଚିତ ବିଜୟ ଲାଭ କରିବା ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟ ଅତିଥିବୃନ୍ଦ ସତ୍ୟାନନ୍ଦ ସୁନା, ଅଶୋକ ବାରିକ, ବିଜ୍ଞାନ କୁମ୍ଭାର, ହେମ ସାଗର ନନ୍ଦ, ସେବହରି ବାଗ, ବିହାରୀ ଦୀପ, ଦେବହରି ବାଗ, ଅଶୋକ ହରପାଲ, ଫଣିନ୍ଦ୍ର କୁମ୍ଭାର, ଦେବରାଜ ମହାନନ୍ଦ, ସୁରେଶ ନାଗ, ରାଜେନ୍ଦ୍ର ଦୀପ, ସୀତାରାମ କୁମ୍ଭାର, ପଦାର୍ଥ ନନ୍ଦ, ପ୍ରେମଶିଳା ନନ୍ଦ ପ୍ରମୁଖ ମନ୍ତବ୍ୟ ରଖି ପୂର୍ବ ସମସ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ ଦଳିତ ସମାଜର ଜଣେ ପ୍ରାର୍ଥୀକୁ ଅନ୍ୟ କୋଣସି ଦଳିତ ବିରୋଧ ନ କରିବା କିମ୍ବା ବିରୋଧରେ ପ୍ରାର୍ଥୀ ନ ହେବା ସହ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିରୋଧ ତାଣ୍ଡି ସ୍ୱାଗତ ଭାଷଣ ଦେଇଥିବା ବେଳେ ତରଣୀସେନ ଦୀପ ଧନ୍ୟବାଦ ଜ୍ଞାପନ କରିଥିଲେ ।