ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

 ହିନେ୍ଦାଳ: ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବନାଞ୍ଚଳ ବୁହାଳିପାଳ ଗ୍ରାମରେ ହାତୀ ଆକ୍ରମଣରେ  ବୃଦ୍ଧାଙ୍କ ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ମୃତ ବୃଦ୍ଧା ଜଣଙ୍କ  ହେଉଛନ୍ତି ରାସୋଳ ଥାନା ବୁହାଳିପାଳ ଗ୍ରାମର ଜାଇଗ ବେୱା (୮୦) । ସେ ସକାଳେ ଶୌଚପାଇଁ ଯିବା ସମୟରେ ହାତୀସହ ମୁହାଁମୁହିଁ ହୋଇଯାଥିଲା । ଫଳରେ ହାତୀ ଦଳିଦେଇଥିଲା ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ଏହି ଅବସରରେ ବନବିଭାଗ କର୍ମ·ରୀ ଉପସ୍ଥିତ ରହିଥିଲେ । ହିନେ୍ଦାଳରେ ହାତୀ ଆକ୍ରମଣରେ ·ରିଦିନରେ ଦୁଇଜଣଙ୍କ ମୃତୁ୍ୟ ଘଟିଲାଣିି । ହିନେ୍ଦାଳରେ ହାତୀ ମଣିଷ ଲଢ଼େଇ ବର୍ଷ ତମାମ ଲାଗି ରହିଥିବାବେଳେ କେତେବେଳେ ମଣିଷର ମୃତୁ୍ୟ ଘଟୁଛି । ଆଉ କେତେବେଳେ ହାତୀର ମଧ୍ୟ ମୃତ୍ୟୁ ଘଟୁଛି । ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ତୁରନ୍ତ ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।