ମାଓ ଶିବିର ଧ୍ୱଂସ, ବିପୁଳ ମାଓ ସାମଗ୍ରୀ ଜବତ
ମାଲକାନଗିରି: ଛତିଶଗଡ ସୁକମା ଜିଲ୍ଲାରେ ଗୋଟିଏ ମାଓ ଶିବିରକୁ ଧ୍ୱଂସ କରିବା ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତରେ ଥିବା ସୁକୁମା ଜିଲ୍ଲାର ଚିନ୍ନାବୋଡକେଲ, ରାଇଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ଜିଲ୍ଲା ପୁଲିସ୍, ଡିଆରଜି, ବସ୍ତର ଫାଇଟରସ ଓ କୋବ୍ରା ବାହିନୀର ଯବାନମାନେ ମିଳିତ ରୂପେ ମାଓ ଦମନ ନିମନ୍ତେ ତଲାସି ଅଭିଯାନ କରିଥିଲେ । ତେବେ ଏହି ସମୟରେ ଜଙ୍ଗଲରେ ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳି ·ଳନା କରିବା ସହ ବିଜିଏଲ ଲଞ୍ଚରରେ ଆକ୍ରମଣ କରିଥିଲେ । ଏହାର ଜବାବରେ ସୁରକ୍ଷା ବାହିନୀ ମଧ୍ୟ ପାଲଟା ଆକ୍ରମଣ କରିଥିଲା । ଉଭୟଙ୍କ ମଧ୍ୟରେ ଅନେକ ସମୟ ଗୁଳି ବିନିମୟ ହୋଇଥିଲା । ତେବେ ଯବାନଙ୍କ ସାମ୍ନା କରିନପାରି ନକ୍ସଲମାନେ ଜଙ୍ଗଲ ମଧ୍ୟରେ ଲୁଚି ପଳାଇ ଯାଇଥିଲେ । ତେବେ ଏହାପରେ ଉକ୍ତ ଅଞ୍ଚଳରେ ଯବାନମାନେ ତଲାସି ଅଭିଯାନକୁ ପୁନଃ ଆରମ୍ଭ କରିଥିବା ବେଳେ ବିପୁଳ ପରମାଣର ମାଓ ସାମଗ୍ରୀ ଠାବ କରିଥିଲେ । ଯାହା ମଧ୍ୟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଓ ମାଓ ସମଗ୍ରୀ ଯବାନ ମାନେ ଉଦ୍ଧାର କରି ଉକ୍ତ ମାଓ ଶିବିରକୁ ଧ୍ୱ୍ନସ କରିଥିଲେ । ତେବେ ଏହପରେ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନକୁ ଆହୁରି ଅଧିକ ବଢାଇ ଦିଆଯାଇଥିବା ସୂଚନା ମିଳିଛି ।