ଶ୍ରୀଜଗନ୍ନାଥ କଥାମୃତ ପାଇଁ ପ୍ରସ୍ତୁତି ବୈଠକ 

 ପାରାଦୀପ, : ବାସୁଦେବ ଫାଉଣ୍ଡେସନ, କୁସୁନପୁର ପକ୍ଷରୁ ରବିବାର ଅପରାହ୍ନରେ ଆଜି କୁସୁନପୁରସ୍ଥିତ ଶ୍ରୀ ବାସୁଦେବ ମନ୍ଦିର ପ୍ରାଙ୍ଗଣରେ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି  ।  ଟ୍ରଷ୍ଟର ସମ୍ପାଦକ ପ୍ରସନ୍ନ କୁମାର ବେଉରା, ଟ୍ରଷ୍ଟି ପ୍ରଫୁଲ କୁମାର ବେଉରା, ପ୍ରମୋଦ କୁମାର ବେଉରା, ପ୍ରତାପ କୁମାର ବେଉରା, ପ୍ରବୀଣ କୁମାର ବେଉରାଙ୍କ ସମେତ ସ୍ଥାନୀୟ  ବୁଦ୍ଧିଜୀବି ଜନସାଧାରଣ   ଉପସ୍ଥିତ ରହି ମହାପ୍ରଭୁଙ୍କ ଦିବ୍ୟ  କଥାମୃତ   ଉପରେ ଆଲୋଚନା କରିଥିଲେ  ।  ଆସନ୍ତା ବୈଶାଖ ମାସ ରୁକ୍ମିଣୀ  ଅମାବାସ୍ୟା ତିଥି  ୮ ମେ’/୨୪ ତାରିଖ  ଦିନ ସ୍ୱର୍ଗତା ପ୍ରମିଳା ବେଉରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ  ପଡୁଥିବାରୁ  ସୁଯୋଗ୍ୟ ସନ୍ତାନ ଭାବେ  ମାଆଙ୍କ ସଦ୍ଗତି  କାମନା ଓ  ଶ୍ରଦ୍ଧାଞ୍ଜଳୀ ସଭା  ଉଦେ୍ଦଶ୍ୟରେ ସେଦିନ ମହାପ୍ରଭୁଙ୍କ ଦିବ୍ୟ କଥାମୃତର ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଛି  । ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ  ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ, ପୁରୀର ଚାରଣ ମାନଙ୍କ  ଦ୍ୱାରା ବିଷ୍ଣୁଙ୍କ ସହସ୍ର ନାମ  ପାଠ କରାଯିବା ସହିତ କଥାମୃତ ସେବା   ଅନୁଷ୍ଠିତ ହେବ  । ମଞ୍ଚରେ ନିଗମ  କଳ୍ପତରୁ ଆଶ୍ରମର  ଅଧ୍ୟକ୍ଷ ତଥା ବରିଷ୍ଠ ସନ୍ଥ ପୂଜ୍ୟ ସ୍ୱାମୀ  ବ୍ରହ୍ମାନନ୍ଦ ସରସ୍ୱତୀ  ମହାରାଜଙ୍କ ସହିତ ଶ୍ରୀମନ୍ଦିର, ପୁରୀର ସେବାୟତ ବିଶ୍ୱାବସୁ  ଦଇତାପତି ବିନାୟକ ଦାସ ମହାପାତ୍ର, ରାଷ୍ଟ୍ରୀୟ ମାର୍ଗ ଦର୍ଶକ, ଆଦିତ୍ୟ ବାହିନୀ, ଗୋବର୍ଦ୍ଧନ ପୀଠ, ପୁରୀର ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଆଦିତ୍ୟ ବାହିନୀର  ମହାସଚିବ  ଡଃ.ଶୁଭେନ୍ଦୁ  ସ୍ୱାଇଁ ଓ ଆନ୍ତର୍ଜତୀୟ  ଚାରଣ ଗୋଷ୍ଠୀ, କଟକ ଜିଲ୍ଲା ସଂଗଠକ ପଣ୍ଡିତ ଲିଙ୍ଗରାଜ ପତି, ତରଣୀ ସେନ ଲେଙ୍କା ପ୍ରମୂଖ  ଯୋଗଦାନ କରିବା ନିମନ୍ତେ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା  ବ୍ୟକ୍ତି ବିଶେଷ ଯଥାକ୍ରମେ:  ସାହିତ୍ୟ ସୃଜନୀ କ୍ଷେତ୍ରରେ  ଶ୍ରୀମତୀ ସ୍ନିଗ୍ଧା ନାୟକ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମାଇତି, ଜ୍ଞାନ ବଲ୍ଲଭ ମହାନ୍ତି,ଆଧ୍ୟାତ୍ମିକ  କ୍ଷେତ୍ରରେ  ଶ୍ରୀ ଶ୍ରୀ ବାସୁଦେବ  ରାସ ସଂକୀର୍ତନ ମଣ୍ଡଳୀ, କୁସୁନପୁରର ଚକ୍ରଧର ପୂଜାରୀ, ବରିଷ୍ଠ ସେବାୟତ ଶ୍ରୀ ଅଚୁ୍ୟତାନନ୍ଦ ଧାମ, ପଦ୍ମବନ ପୀଠ, ନେମାଳ, ପ୍ରକୃତି ସୁରକ୍ଷା ପାଇଁ  ପରିବେଶବିତ୍ ସନ୍ତୋଷ ଜେନା, ସମାଜସେବା ପାଇଁ ଶ୍ରୀମତୀ ରେଣୁକା ସିଂ, ଚିକିତ୍ସା କ୍ଷେତ୍ରରେ ପାରଦର୍ଶିତା ପାଇଁ ଡାକ୍ତର ଦେବଦତ ସମାନ୍ତରାୟ, ସଙ୍ଗୀତ  ପାଇଁ ଡଃ.ରାଜଲକ୍ଷ୍ମୀ  ଜେନା ଓ ଆର୍ଯ୍ୟସୂତା ପରିଡା, କୃଷି କ୍ଷେତ୍ରରେ ବିଜନ ରାୟ, ଶ୍ରେଷ୍ଠ ଅଧ୍ୟବସାୟ ସାଧନା ପାଇଁ ସୁଶ୍ରୀ ପ୍ରିୟଙ୍କା ପ୍ରି୍ରୟଦର୍ଶିନୀ ରାଉତ, ସୁଶ୍ରୀ ଲିଜାରାଣୀ ବେଉରା ଓ ସୁଶ୍ରୀ  ସନ୍ତୋଷିନୀ ରଥ ପ୍ରମୂଖଙ୍କୁ  ସମ୍ବର୍ଦ୍ଧିତ କରିବା ପାଇଁ ଟ୍ରଷ୍ଟ ତରଫରୁ ନିଷ୍ପତ୍ତି ନିଆଯାଇଛି  । ଉକ୍ତ  ଭବ୍ୟ କାର୍ଯ୍ୟକ୍ରମରେ  କୁସୁନପୁର ଗ୍ରାମବାସୀଙ୍କ ସମେତ  ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ପ୍ରେମୀ ଜନସାଧାରଣ  ଯୋଗଦାନ କରିବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି  ।