ମହିଳାଙ୍କୁ ଅସଦାଚରଣ ଏସ୍ପିଙ୍କୁ ଫେରାଦ ହେଲେ ପୀଡିତା

ସୋର : ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମର ଜଣେ ୫୫ ବର୍ଷୀୟ ମହିଳାଙ୍କୁ ତାଙ୍କର ସମ୍ପର୍କୀୟ ପଡୋଶୀ ପୁତୁରା ଅସାଦାଚରଣ କରିବା ନେଇ ସୋର ଥାନାରେ ଅଭିଯୋଗ ହୋଇଥିଲା । ମାତ୍ର ଅଭିଯୋଗକୁ ଏକ ସପ୍ତାହ ବିତି ଯାଇଥିଲେ ବି ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହେବାରୁ ମହିଳା ଜଣଙ୍କ ଏସ୍ପିଙ୍କ ନିକଟରେ ଦ୍ୱାରସ୍ତ ହୋଇଥିବା ଜଣାପଡିଛି  ।  ଅଭିଯୋଗ ଅନୁସାରେ ଗତ ୨୫ ତାରିଖ ରାତିରେ ଏହି ଗ୍ରାମର ଅନିରୁଦ୍ଧ ଦାସ(୩୫) ତାଙ୍କର ଜଣେ ସମ୍ପର୍କୀୟ ଖୁଡି ଶୋଇଥିବା ବେଳେ ତାଙ୍କ ସହ ଅସଦାଚରଣ କରିବା ସହିତ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ମହିଳା ଜଣଙ୍କ ଚିକ୍ରାର କରିବାରୁ ଯୁବକ ଜଣଙ୍କ ତାଙ୍କୁ ମାଡ଼ ମରି ନିଜର ପ୍ୟାଣ୍ଟ ଓ ମୋବାଇଲ ଛାଡି ଚମ୍ପଟ ମାରିଥିଲେ । ଚିକ୍ରାର ଶୁଣି ପରିବାର ଲୋକେ ଉଠି ଘଟଣା ବାବଦରେ ଜାଣିବା ପରେ ମହିଳାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ୨୬ ତାରିଖରେ ଏ ବାବଦରେ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ମୂଳେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଫେରାର ଅନିରୁଦ୍ଧକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଏଯାଏଁ ଅନିରୁଦ୍ଧକୁ ଗିରଫ କରି ପାରିନାହିଁ । ତେବେ ମହିଳା ଜଣଙ୍କ ଆଜି ଏସ୍ପିଙ୍କ ନିକଟରେ ଦ୍ୱାରସ୍ତ ହୋଇ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଆଗାମୀ ଦିନରେ ନ୍ୟାୟ ନପାଇଲେ ସୋର ଥାନା ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଥିଲେ ।