ପ୍ରଥମ ଓଡ଼ିଶା ବିଧାନସଭା

ପ୍ରଥମ ଓଡ଼ିଶା ବିଧାନସଭା

୧୯୫୧ ଡିସେମ୍ବର ୨୦ରୁ ୧୯୫୨ ଜାନୁଆରୀ ୨୪ ମଧ୍ୟରେ ୩୬ ଦିନ ଧରି ନିର୍ବାଚନ ଅନୁଷ୍ଠିତ ହୋଇଥିଲା  । ଏହି ନିର୍ବାଚନ ସମୟରେ ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ୧୪୦ ରହିଥିଲା  । ୧୯୫୨ ମାର୍ଚ୍ଚ ୪ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ନିର୍ବାଚିତ ସଭ୍ୟମାନେ ଶପଥ ଗ୍ରହଣ କରିଥିଲେ  ।
୧୯୫୨ ମସିହା ମାର୍ଚ୍ଚ ୬ ତାରିଖରେ ବାଚସ୍ପତି ଭାବେ ନନ୍ଦ କିଶୋର ଦାସ ନିର୍ବାଚିତ ହୋଇଥିଲେ  । ସେହିପରି ମାର୍ଚ୍ଚ ୮ ତାରିଖରେ ମୌଲବୀ ମହମ୍ମଦ ହନିଫଙ୍କୁ ଉପବାଚସ୍ପତି ଭାବେ ନିର୍ବାଚିତ କରାଯାଇଥିଲା  ।
 ସ୍ୱାଧୀନତା ପରେ ପ୍ରଥମ ବିଧାନସଭାରେ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଗୃହର ନେତା ଭାବେ ଦାୟିତ୍ୱ ତୁଲାଇଥିଲେ  । ପ୍ରଥମେ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ୧୯୫୦ ମେ’ ୧୨ରୁ ୧୯୫୬ ଅକ୍ଟୋବର ୧୯ ପର୍ଯ୍ୟନ୍ତ ଓ ପରେ ଅବିଭକ୍ତ ବମ୍ବେ ପ୍ରଦେଶର ରାଜ୍ୟପାଳ ଡକ୍ଟର ହରେକୃଷ୍ଣ ମହତାବ ନିଜ ପଦବୀରୁ ଇସ୍ତଫା ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ  ।
ପ୍ରଥମ ବିଧାନସଭାରେ ଗଣତନ୍ତ୍ର ପରିଷଦର ନେତା ଶ୍ରଦ୍ଧାକର ସୂପକାର ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ  ।
ଏହି ନିର୍ବାଚନରେ କଂଗ୍ରେସର ୬୭, ଗଣତନ୍ତ୍ର ପରିଷଦର ୩୧, ସୋସାଲିଷ୍ଟ ପାର୍ଟିର ୧୦, ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ୭, ଫରୱାର୍ଡ଼ ବ୍ଳକ ଓ ସ୍ୱାଧୀନ ଭାବେ ୨୪ ବିଧାୟକ ଜିତିଥିଲେ  ।