ପ୍ରଚଣ୍ଡ ଖରାରେ ଅନଙ୍ଗ, କାଳିକେଶଙ୍କ ଭୋଟ ଭିକ୍ଷା
ବଲାଙ୍ଗିର : ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ର·ର ମଧ୍ୟ ବଲାଙ୍ଗିର ସହରରେ ବେଶ୍ ପ୍ରଖର ହେବାରେ ଲାଗିଛି । ପ୍ରଚଣ୍ଡ ଖରାକୁ ଖାତିର ନକରି ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଓ ପୁଅ କଳିକେଶ ପାଇଁ ବଲାଙ୍ଗିର ସହରରେ ଡୋର୍ ଟୁ ଡୋର୍ ବୁଲି ସମର୍ଥନ ଲୋଡ଼ିଛନ୍ତି । ତାଙ୍କ ସହ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ , କାଉନସିଲର ନନ୍ଦିନୀ ପୋଡ ଓ ଶହ ଶହ ବିଜେଡ଼ି ନେତା କର୍ମକର୍ତ୍ତା ମଧ୍ୟ ଘର ଘର ବୁଲି ବିଜେଡିକୁ ଭୋଟ ଦେବାକୁ ନିବେଦନ କରିଥିବା ଦେଖିବାକୁ ମିଳିଛି । ବିଜେଡ଼ି ପ୍ରାର୍ଥୀଙ୍କ ପ୍ରତି ବଲାଙ୍ଗିରବାସୀଙ୍କ ଢ଼େର୍ ସମର୍ଥନ ରହିଥିବା ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ବଲାଙ୍ଗିରରେ ଅ ।ଗାମୀ ମେ' ମାସ ୨୦ ତାରିଖ ଦିନ ମତଦାନ ହେବାକୁ ଥିବା ବେଳେ ଏବେଠୁ ନିର୍ବାଚନ ମଇଦାନରେ ବିଜେଡିର ଘମାଘୋଟ ପ୍ର·ର ଦେଖିବାକୁ ମିଳୁଛି ।