ଢେଙ୍କାନାଳ ବିଧାନସଭା: କଂଗ୍ରେସର ରଣ ପ୍ରସ୍ତୁତି

ଢେଙ୍କାନାଳ ବିଧାନସଭା: କଂଗ୍ରେସର ରଣ ପ୍ରସ୍ତୁତି

ଢେଙ୍କାନାଳରୁ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ : ରାଜ୍ୟରେ ଗତ କିଛି ବର୍ଷ ଧରି ଦୁର୍ବଳ ସ୍ଥିତିରେ ରହିଥିଲେ ମଧ୍ୟ କଂଗ୍ରେସ ଏକ ମଜବୁତ ଜାତୀୟ ଦଳ  । କେନ୍ଦ୍ରରେ ପ୍ରମୁଖ ବିରୋଧୀ ଦଳ ଭାବେ ନିଜର ଦାୟିତ୍ୱ ନିର୍ବାହ କରିବା ସହ ସଂପ୍ରତି ଗଣତନ୍ତ୍ରର ପ୍ରହରୀ ସାଜିଛି କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଆଗାମୀ ନିର୍ବାଚନରେ ପ୍ରମୁଖ ଭୂମିକା ନିଭାଇବା ସହ ପୁଣିଥରେ କ୍ଷମତାକୁ ଫେରିବାକୁ ରାଜ୍ୟ କଂଗ୍ରେସ ବିଭିନ୍ନ କ୍ଷେତ୍ରରେ ତାର ଉପଯୁକ୍ତ ଓ ଭରସା ଯୋଗ୍ୟ ନେତା ମାନଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଏପରି ସ୍ଥଳେ ଢ଼େଙ୍କାନାଳର ସମସ୍ତ ୪ ଗୋଟି ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ପ୍ରାର୍ଥୀ ମନୋନିତ କରିସାରିଛି । ଢେଙ୍କାନାଳ ବିଧାନସଭା କ୍ଷେତ୍ର ପାଇଁ ରାଜ ପରିବାରର ବୋହୁ ସୁସ୍ମିତା ସିଂହଦେଓ , କାମାକ୍ଷାନଗର ପାଇଁ କୃଷକ ନେତା ବିପ୍ରବର ସାହୁ, ପର୍ଜଙ୍ଗ ପାଇଁ ଯୁବ ନେତା ରଣଜିତ ସାହୁ ଓ ହିନେ୍ଦାଳ କ୍ଷେତ୍ର ପାଇଁ ଦକ୍ଷ ନେତା ଗୋବର୍ଦ୍ଧନ ଶେଖର ନାୟକଙ୍କୁ ଦଳ ତା'ର ବିଧାୟକ ପ୍ରାର୍ଥୀ ଘୋଷଣା କରିଛି । ସୁସ୍ମିତା ଢେଙ୍କାନାଳ ରାଜ ପରିବାରର ବୋହୁ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜା କାମାକ୍ଷା ପ୍ରସାଦ ସିଂଦେଓଙ୍କ ପୁତୁରା ବୋହୁ ତଥା ଯୁବନେତା ଓ ସମାଜସେବୀ ରାଜୀବ ଲୋଚନ ସିଂହଦେଓ ଙ୍କ ସହଧର୍ମିଣୀ । ସୁସ୍ମିତାଙ୍କର ଢେଙ୍କାନାଳ ବିଧାନସଭା କ୍ଷେତ୍ରରେ ତାଙ୍କର ତଥା ତାଙ୍କ ଅମାୟିକ ରାଜ ପରିବାରର ଯଥେଷ୍ଟ ଲୋକପ୍ରିୟତା ଓ ଦୃଢ ସଂଗଠନ ରହିଥିବା କେତେକ ମତ ଦିଅନ୍ତି । ତେଣୁ ତାଙ୍କର ପ୍ରତିଦ୍ୱନ୍ଦି ଭାବେ ଉଭା ହୋଇଥିବା ବିଜେଡି ଦଳର ସୁଧୀର ସାମଲ ଓ ବିଜେପିର କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ତାଙ୍କର ତ୍ରିକୋଣୀୟ ମୁକାବିଲା ହେବ ବୋଲି ତାଙ୍କ ଦଳର ନେତା କର୍ମୀ ସଂଗଠକ ଓ ସମର୍ଥକ ମାନେ ଦୃଢ଼ ମତ ପୋଷଣ କରିଛନ୍ତି । ଗନ୍ଦିଆ ବ୍ଲକର ୩୦ ପଂ·ୟତ ସହ ସଦର ବ୍ଲକର ୨୧ ପଂ·ୟତ ଓ ଢେଙ୍କାନାଳ ପୌରାଞ୍ଚଳ କୁ ନେଇ ଏହି ବିଧାନ ସଭା ଗଠିତ । ପୂର୍ବ ର୍ନିବାଚନ ଗୁଡିକରେ ଗନ୍ଦିଆ ବାସି ଯାହାକୁ ସମର୍ଥନ କରିଛନ୍ତି ସେ ଜିତିବାର ନଜିର ରହିଛି । ଗନ୍ଦିଆ ଅଞ୍ଚଳରେ ଏବେବି ରାଜପରିବାରର ଦବଦବା ରହିଥିବାରୁ ସୁସ୍ମିତା ସେମାନଙ୍କ ସମର୍ଥନ ପାଇ ନିଶ୍ଚିତ ଜିତିବେ ବୋଲି ତାଙ୍କ ସମର୍ଥକ ଅଶାବାନ୍ଧି ପ୍ର·ରକୁ ଜୋରଦାର କରି ଦେଇଛନ୍ତି  । 
ସେହିପରି କାମାକ୍ଷାନଗର ବିଧାନସଭା କ୍ଷେତ୍ରରେ କୃଷକ ନେତା ଦଳର ପୂରୁଣା ପୂରୁଖା କର୍ମୀ ଓ ଜଣେ ମଜବୁତ ସଂଗଠକ ବିପ୍ରବର କଂଗ୍ରେସର ଜଣେ ପ୍ରମୁଖ ଦାବିଦାର ବୋଲି ମତ ପ୍ରକାଶ ପାଇଛି । ଦଳ ବି ଉପଯୁକ୍ତ ଭାବେ ତାଂକ ଉପରେ ଭରସା କରି ନିଜର ସମୀକରଣ ରଖିଛି । ଏଥର ଶ୍ରୀ ସାହୁ ତାଙ୍କର ଦଳବଳ ସମର୍ଥକ ମାନଙ୍କ ସହ ବିଜେଡିର ପ୍ରଫୁଲ୍ଲ ମଲ୍ଲିକ ଓ ଭାଜପା ପ୍ରାର୍ଥୀ ଶତୃଘ୍ନଙ୍କ ସହ ରଣ କ୍ଷେତ୍ରରେ ସାମନାସାମନି ହେବେ ।ପର୍ଯଙ୍ଗ କ୍ଷେତ୍ରରେ ସେହିପରି ଦକ୍ଷ ଓ ଦଳର ଭରସା ଯୋଗ୍ୟ ଯୁବ ନେତା ରଣଜିତ ନିଜ ଦଳୀୟ ସମର୍ଥନ ସଂଗଠନ ସହ ମୁକାବିଲା କରିବେ ବିଜେଡ଼ିର ନୃସିଂହ ସାହୁ ଓ ଭାଜପାର ବିଭୂତି ପ୍ରଧାନଙ୍କ ସହ ହିନେ୍ଦାଳରେ ଗୋବର୍ଦ୍ଧନ ଶେଖରଙ୍କର ମୁକାବିଲା ହେବ ସଦ୍ୟ ଘୋଷିତ ବିଜେଡ଼ିର ଟାଣୁଆ ନେତା ମହେଶ ସାହୁଙ୍କ ସହ । ତେବେ ବିଜେପି ଏଠାରେ ତାର ପ୍ରାଥ୍ରୀ ଘୋଷଣା କରିନାହିଁ । ସେ ଯାହାବି ହେଉ ସାରା ଦେଶରେ କଂଗ୍ରେସ ଦଳର ଏମିତି ଏକ ଦୁର୍ବଳ କ୍ଷଣ ଭିତରୁ ରାଜ୍ୟ କଂଗ୍ରେସ ଆଦୌ ଆଶା ଛାଡିନଥିବା ଆଲୋଚନା ହେଉଥିବା େଳେ ଢେଙ୍କାନାଳର ସମସ୍ତ କଂଗ୍ରେସ ପ୍ରାର୍ଥୀ ସେମାନଙ୍କର ଦଳୀୟ ଇସ୍ତାହାର, ଦୃଢ ସଂଗଠନ ଓ ପ୍ରଳ ଆତ୍ମବିଶ୍ୱାସ ସହ ବିରୋଧୀ ମାନଙ୍କ ପାଇଁ ଭାରି ସାବ୍ୟସ୍ତ ହେବାକୁ ଅଣ୍ଟା ଭିଡୁଥିବା ଦେଖାଦେଇଛି । ତେବେ ଚଳିତ ନିର୍ବାଚନରେ ଢେଙ୍କାନାଳର କଂଗ୍ରେସ ପ୍ରାର୍ଥୀ କେତେ ସଫଳ ହେବେ ତାହା ଆସନ୍ତା ଜୁନ ୪ରେ ହିଁ ଜଣାପଡ଼ିବ ।