ନିର୍ବାଚନୀ ଆହ୍ୱାନ ଦେଲେ ସୁଦାମ ଓ ରଞ୍ଜିତା
ସାରସକଣାରୁ ମଳୟ କୁମାର ନାୟକ : ଓଡିଶାରେ ଚର୍ଚ୍ଚାରେ ରହିଥିବା ମୟୁରଞ୍ଜଜ ଜିଲ୍ଲାର ରାଜନୀତି ବେଶ ଚଳଚଞ୍ଚଳ ହେଲାଣି । ସ୍ୱାମୀ ସାଂସଦ ପ୍ରାର୍ଥୀ ଆଉ ନିଜ ନିର୍ବାଚନ ମଣ୍ଡଳୀରେ ସାଂସଦ ପ୍ରାର୍ଥୀଙ୍କ ସ୍ତ୍ରୀ ହୋଇଛନ୍ତି ବିଧାନସଭା ପ୍ରାର୍ଥୀ । ଗୋଟେ ପଟେ ଖୋଦ୍ ସୁଦାମ ଓ ଅନ୍ୟପଟେ ଶିକ୍ଷକତା ଛାଡି ନୂତନ ଭାବେ ରାଜନୀତିରେ ପାଦ ଥାପିଛନ୍ତି ସୁଦାମଙ୍କ ସ୍ତ୍ରୀ ରଞ୍ଜିତା ମାରାଣ୍ଡି । ତେବେ ନିଜର ପ୍ରଚାର୍ ସହିତ ସୁଦାମ ନିଜ ସମ୍ମାନକୁ ବଳବତ୍ତର ରଖିବା ପାଇଁ ନିଜ ସ୍ତ୍ରୀ ପାଇଁ ବି କରୁଛନ୍ତି କ୍ୟାପେନ୍ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରୀପୋଷୀ ବ୍ଲକ୍ ସ୍ଥିତ ମିନି ଷ୍ଟାଡିଅମ ନିକଟ ଶାଳ ଜଙ୍ଗଲରେ ବାଙ୍ଗିରିପୋଷି ବିଜେଡି ତତଫରୁ ଶତାଧିକ ଲୋକଙ୍କୁ ନେଇ ୨୦୨୪ ନିର୍ବାଚନର ପ୍ରଥମ ଆଶୀର୍ବାଦ ସମାରୋହ ସଭା ଅନୁଷ୍ଠିତ ହୋଇଛି । ବ୍ଲକ ସଭପତି ବୀରକିଶୋର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭା ରେ ମୁଖ୍ୟ ଆକର୍ଷଣ ଭାବେ ବିଜେଡି ବାଙ୍ଗିରୀପୋଷୀ ଆସନରେ ବିଧାନସଭା ଟିକେଟ ପାଇଥିବା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସ୍ତ୍ରୀ ରଞ୍ଜିତା ମାରାଣ୍ଡି ଯୋଗ ଦେଇଥିବା ବେଳେ, ଖୋଦ୍ ମନ୍ତ୍ରି ସୁଦାମ ମାରାଣ୍ଡି ମୟୂରଭଞ୍ଜ ଜିଲ୍ଲାର ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ଉପସ୍ଥିତ ହୋଇ, ବାଙ୍ଗିରିପୋଷୀର ଜନସାଧାରଣ, ମହିଳା ପୁରୁଷଙ୍କ ଠାରୁ ଆଶୀର୍ବାଦ ଲୋଡ଼ିଥିଲେ । ତେବେ ସୁଦାମ ମାରାଣ୍ଡି ନିଜ ବକ୍ତବ୍ୟରେ କହିଥିଲେ, ୧୯୯୦ ମସିହାରେ ସେ ପ୍ରଥମ ଥର ପାଇଁ ଏହି ମାଟିରୁ ନିର୍ବାଚିତ ହୋଇଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣୀ ସୁଦାମଙ୍କ ଉପରେ ଭରଷା କରି ଜିଲ୍ଲାର ଦାୟିତ୍ୱ ଦେଇଥିବାରୁ ପୁଣି ନିଜ ଜନ୍ମ ମାଟିର ଆଶୀର୍ବାଦ ନେଇ ୨୦୨୪ନିର୍ବାଚନ ଲଢ଼ିବାକୁ ଯାଉଥିବା ସେ ପ୍ରକାଶ କରିଥିଲେ । ସେହିପରି ଶିକ୍ଷୟିତ୍ରୀ ରହିଥିବା ରଞ୍ଜିତା ମାରାଣ୍ଡି ପ୍ରଥମ ଥର ନିର୍ବାଚନ ମଇଦାନକୁ ଓହ୍ଲାଇ, ନିଜ ଶଶୁର ଘର ମାଟି ବାଙ୍ଗିରୀପୋଷୀ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ସେ ନେବେ ବୋଲି ପ୍ରତିଶ୍ରୁତି ଦେଇ ସଭିଙ୍କୁ ଆହ୍ୱାନ ଦେଇଥିଲେ ସହିଯୋଗ କରିବା ପାଇଁ ଏହି ଅବସରରେ ୫୦ରୁ ଊଦ୍ଧ୍ୱର୍ ବିଭିନ୍ନ ଦଳର କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ସେମାନଙ୍କୁ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଧାୟିକା ପ୍ରାର୍ଥୀ ରଞ୍ଜିତା ମାରାଣ୍ଡି ଏବଂ ଉପସ୍ଥିତ ନେତାମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।