ରାଜନୈତିକ ଦଳ ସହ ନିର୍ବାଚନ ଅଧିକାରୀଙ୍କ ବୈଠକ

ଯାଜପୁର:  ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଯାଜପୁର ଲୋକସଭା ଆସନ ରିଟର୍ଣ୍ଣିଂ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ନାମାଙ୍କନ ପତ୍ର ଦାଖଲ ଜନିତ ସୁକ୍ଷ୍ମାନୁଭବିକରଣ ନିମନ୍ତେ ଜିଲାନିର୍ବାଚନ ଅଧିକାରୀଙ୍କ ରାଜନୈତିକ ଦଳ ମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରକ୍ଷୀ ଅଧିକ୍ଷକ, ଭିନିତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ, ରାଜସ୍ୱ ତଥା ରିଟର୍ଣ୍ଣିଂ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଉପ-ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ମନୋରମା ଜାଲି, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଏବଂ ଅତିରିକ୍ତ ଜିଲ୍ଳ୍ା ନିର୍ବାଚନ ଅଧିକାରୀ ନବକି୍ରଷ୍ଣ ଜେନା, ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଅଂଶୁମାନ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ତଥା ରିଟର୍ଣ୍ଣିଂ ଅଧିକାରୀ ସୁକିନ୍ଦା ଲଙ୍କେଶ୍ୱର ଅମାତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଅଶୋକ କୁମାର ବେହୁରିଆ ଯୋଗଦେଇ ନାମାଙ୍କପତ୍ର ଦାଖଲ ନିର୍ଭୁଲ ଜନିତ ସମସ୍ତ ବିଷୟବସ୍ତୁ ଉପରେ ଆଲୋଚନା କରିବା ସହ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ମାନଙ୍କ ପ୍ରଶ୍ନକୁ ବୁଝାଇଥିଲେ । ଜିଲାପାଳ ନିଖିଲ ପବନ କଲ୍ୟାଣ ସମସ୍ତ ରାଜନୈତିକ ଦଳଙ୍କୁ ସ୍ୱାଗତ କରିବା ସହ ରାଜନୈତିକ ଦଳ, ପ୍ରାର୍ଥୀମାନେ ସଭା, ସମିତି, ରାଲି, ପ୍ରଚାର କରିବା ନିମନ୍ତେ ଯାନ ବ୍ୟବହାର ପାଇଁ ଜିଲ୍ଳ୍ା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଅନୁମତି ପତ୍ର ନେବାକୁ ଗୁରୁତ୍ୱାରୋପ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ପ୍ରାର୍ଥୀ ସଠିକ ତଥ୍ୟ ସହ ଅନ୍ଲାଇନ୍ରେ ମଧ୍ୟ ନିର୍ବାଚନ କମିଶନଙ୍କ ସୁବିଧା ପୋର୍ଟାଲ ସୁବିଧା.ଇସିଆଇ.ଗଭ୍.ଇନ୍ରେ ସ୍ଳଟ୍ ଟାଇମ୍ନେବାପାଇଁ ଫର୍ମ ପୂରଣ କରିପାରିବେ । ନାମାଙ୍କନ ପତ୍ର ତା ୭ା୫ା୨୦୨୪ ରିଖ ଠାରୁ ତା ୧୪ା୫ା୨୦୨୪ ରିଖ ପର୍ଯ୍ୟନ୍ତ (ସରକାରୀ ଚ୍ଥୁଟି ଦିବସ ବ୍ୟତୀତ) ପୂର୍ବାହ୍ନ ୧୧ ଘଟିକା ଠାରୁ ଅପରାହ୍ନ ୩ ଘଟିକା ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ ।  ପ୍ରତ୍ୟେକ ପ୍ରାର୍ଥୀଙ୍କ ସହ ସେମାନଙ୍କ ୪ ଜଣ ସମର୍ଥକ ରିଟର୍ଣ୍ଣିଂ ଅଧିକାରୀଙ୍କ କକ୍ଷରେ ନାମାଙ୍କନ ପତ୍ର ଦାଖଲ ସମୟରେ ରହିପାରିବେ ।  ସାଧାରଣ ବର୍ଗର ଲୋକସଭା ପ୍ରାର୍ଥୀଙ୍କ ନିମନ୍ତେ ଏବଂ ବିଧାନସଭା ପ୍ରାର୍ଥୀଙ୍କ ନିମନ୍ତେ ଯଥାକ୍ରମେ ୨୫ ହଜାର ଓ ୧୦ ହଜାର ଟଙ୍କା ସିକୁ୍ୟରିଟି ଦାଖଲ କରିବାକୁ ପଡିବ ଓ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ  ଯଥାକ୍ରମେ ଟ.୧୨,୫୦୦/- ଏବଂ ୫୦୦୦/- ସିକୁ୍ୟରିଟି ବାବଦ ଦାଖଲ କରିବାକୁ ପଡିବ । ବୈଠକରେ ଭାରତୀୟ ଜନତା ପାର୍ଟି ପ୍ରତିନିଧି ସୁଦିପ୍ତ କୁମାର ପଣ୍ଡା, ଅବିନାଶ ବେହେରା, ଅର୍ଚ୍ଚନା ବେହେରା, ଡଃ ରବିନ୍ଦ୍ର ନାରାୟଣ ବେହେରା, ଭାରତୀୟ ଜାତୀୟ କଂଗ୍ରେସର ଦୁର୍ଯେ୍ୟାଧନ ବେହେରା, ବହୁଜନ ସମାଜ ପାର୍ଟିର ଅକ୍ଷୟ କୁମାର ଜେନା,ମାଧବାନନ୍ଦ ଜେନାଙ୍କ ସହ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି, ଡେପୁଟୀ କଲେକ୍ଟର, ନିର୍ବାଚନ ରଶ୍ମି ରଂଜନ ମଲ୍ଳ୍ିକ, ଶାଶ୍ୱତୀ ସାଡୁଆଳ, ବରିଆଲ ମୁର୍ମୁ, ଏସ୍.ଆର୍. ବାସ୍କେ, ଜିଲା ଇ-ଗଭର୍ଣ୍ଣାନ୍ସ ମାନେଜର ସାରଦା ପ୍ରସନ୍ନ ଜେନା, ଜିଲ୍ଳ୍ା ସଂଯୋଜକ, ଏଚ୍.ଆର.ଏମ୍.ଏସ୍. ସୁଧାଂଶୁ ଶେଖର ଦାଶଙ୍କ ସମେତ ଏ.ଆର୍.ଓ. ପ୍ରମୁଖ ଉପସ୍ଥିତ ଥିଲେ ।