ତିନି ଦଳ ପାଇଁ ସମ୍ମାନର ଲଢେଇ

ତିନି ଦଳ ପାଇଁ ସମ୍ମାନର ଲଢେଇ

କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଏଥର ବିଜେଡି ସମ୍ମାନର ଲଢେଇ ଲଢ଼ିବ । ଆସନ୍ତା ୧୩ ତାରିଖରେ ନିର୍ବାଚନ । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏଥିପାଇଁ ପ୍ରସ୍ତୁତି ଯୁଦ୍ଧକାଳୀନ ଭାବେ ଚାଲିଛି ଦିନରାତି ପ୍ରଚାର । ସାଂଗଠନିକ ଦକ୍ଷତା ଥିବା ବିଜେଡିର ପୁରୁଖା ନେତା ଲମ୍ବୋଦର ନିଆଲଙ୍କ ସହ ଲଢ଼ିବେ ବିଜେପି ପ୍ରାର୍ଥିନୀ ନବାଗତା ମାଳବିକା ଦେଓ ଏବଂ କଂଗ୍ରେସର ଦ୍ରୌପଦୀ ମାଝି । ଦ୍ରୌପଦୀ ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ଏକାଧିକବାର ଲଢ଼ିବା ଅଭିଜ୍ଞତା ରହିଛି । ମାତ୍ର ନିର୍ବାଚନ ମଇଦାନରେ ବିଜେପି ପ୍ରାର୍ଥୀ ମାଳବିକା ସମ୍ପୂର୍ଣ୍ଣ ନୂଆ  । ତାଙ୍କ ସ୍ୱାମୀ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ତାଙ୍କ ସାରଥି ସାଜିଛନ୍ତି । ସେଭଳି ବିଜେଡିରୁ ବିଜେପି ଶିବିରରେ ଯୋଗଦେଇଥିବା ବରିଷ୍ଠ ନେତା ଅନାମ ନାଏକଙ୍କ ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି । ବିଜେଡି ଯୋଡ଼ା ଶଙ୍ଖର ପ୍ରଚାର କରୁଥିବାବେଳେ ଡବଲ୍ ଇଞ୍ଜିନ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି ମାଳବିକା । ସେହିପରି କଂଗ୍ରେସ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ରଣନୀତି ପ୍ରସ୍ତୁତ କରୁଛନ୍ତି । ତୃଣମୂଳ ରିପୋର୍ଟ ଅନୁସାରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ହେବା ସମ୍ଭାବନା ରହିଛି । ଯଦି ବିଗତ ୩ଟି  ନିର୍ବାଚନର ଆଲୋଚନା କରାଯଏ ତାହେଲେ ୨୦୦୯ରେ କଂଗ୍ରେସ ପାଇ ନେତା ଭକ୍ତ ଦାସ ୪ଲକ୍ଷ ୪୭୮ଭୋଟ୍ ପାଇ ବିଜୟୀ ହୋଇଥିଲେ । ସେସମୟରେ ବିଜେଡିର ପ୍ରାର୍ଥୀ ସୁବାଷ ନାଏକ ଦ୍ୱିତୀୟ ଓ ବିଜେପିର ପୁରୁଖା ନେତା ସ୍ୱର୍ଗତ ବିକ୍ରମ କେଶରୀ ଦେଓ ତୃତୀୟ ସ୍ଥାନରେ ରହିଥିଲେ । 
ଉକ୍ତ ନିର୍ବାଚନରେ କଂଗ୍ରେସର ଲୋକସଭା ପ୍ରାର୍ଥୀଙ୍କ ଭୋଟ କଳାହାଣ୍ଡି ଜିଲ୍ଲାରେ ୫ଟି ବିଧାନ ସଭା ଆସନରେ ଲିଡ଼ କରିଥିଲା । ୨୦୧୪ ନିର୍ବାଚନରେ ଭକ୍ତ ପାଇଁ କଣ୍ଟା ସାଜିଥିଲେ ବିଜେଡିର ଅର୍କ କେଶରୀ ଦେଓ । ମାତ୍ର ବିଜେଡି ଏହି ସଂସଦୀୟ କ୍ଷେତ୍ରରେ କଡ଼ ଲେଉଟିବା ଆରମ୍ଭ କରିଥିଲା । ୭ ରୁ ୫ ଟି ବିଧାନସଭା କ୍ଷେତ୍ରରେ ବିଜେଡି ଲିଡ଼ କରିଥିଲା । ୨୦୧୯ରେ ବସନ୍ତ କୁମାର ପଣ୍ଡା ବିଜେପିର ସାଂସଦ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୁଷ୍ପନ୍ଦୁ ସିଂ ଦେଓ ଦ୍ୱିତୀୟ ଓ କଂଗ୍ରେସ ନେତା ଭକ୍ତଚରଣ ଦାସ ତୃତୀୟ ସ୍ଥାନରେ ରହିଥିଲେ । ତେବେ ବିଜେଡି ଗତ ଲୋକସଭାରେ ନିର୍ବାଚନରେ ଆସନ ହରାଇଥିଲା । କେବଳ ଲାଞ୍ଜିଗଡ଼ ଓ ନୂଆପଡା ସର୍ବାଧିକ ଭୋଟ ପାଇଥିଲା । ବାକି ୫ଟିରେ ବିଜେପି ଲିଡ଼ କରିଥିଲା । ପରେ ଅର୍କ କେଶରୀ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଚଳିତଥର ବିଜେପି ତାଙ୍କ ସ୍ତ୍ରୀ ମାଳବିକା ଦେବୀଙ୍କୁ ସାଂସଦ ପ୍ରାର୍ଥୀ କରିଛି । ବର୍ତ୍ତମାନ ମାଳବିକା ଦେବୀ ସଂସଦୀୟ କ୍ଷେତ୍ରର ୭ଟି ନିର୍ବାଚନମଣ୍ଡଳୀ ବୁଲିବୁଲି କର୍ମୀ ସମ୍ମିଳନୀ ଆଦି କରିବା ସହ ଜୋରଦାର ପ୍ରଚାର କରୁଛନ୍ତି । ବିଜେଡି ପାଇଁ ଏହା ଏକ ଚ୍ୟାଲେଞ୍ଜ କୁହାଯାଇପାରେ । ମାତ୍ର ବିଜେଡିର ପୁରୁଣା ତଥା ତୃଣମୂଳସ୍ତରରୁ ସାଂଗଠନିକ ଦକ୍ଷତା ସମ୍ପନ୍ନ ନେତା ଶ୍ରୀ ନିଆଲ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି । ଫଳରେ ଫଳରେ ଚଳିତଥର ବିଜେପି ବନାମ ବିଜେଡି ଲଢେଇ ହେବା ନେଇ ଆଲୋଚନା ହେଉଛି । ଦୁଇପ୍ରାର୍ଥୀଙ୍କ ସହିତ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭକ୍ତ ଗୋଟି ଚାଳନା କରୁଛନ୍ତି । ପୂର୍ବାପେକ୍ଷା  ସଂସଦୀୟ କ୍ଷେତ୍ର କଂଗ୍ରେସର ଭଲ ଭୋଟ୍ ଆଶା କରାଯାଉଛି । ଫଳରେ କଳାହାଣ୍ଡି ଲୋକସଭା ଆସନରେ ଚଢେଇ ରୋଚକ ହେବ ହେବ ବୋଲି କୁହାଯାଉଛି ।