ବିଗୁଡୁଛି ତିନି ଦଳର ଅଙ୍କ

ବିଗୁଡୁଛି ତିନି ଦଳର ଅଙ୍କ

ନିଆଳି ନିର୍ବାଚନ ମଣ୍ଡଳୀ ବିଧାନସଭା ନିର୍ବାଚନ ପାଇଁ ତିନି ମୁଖ୍ୟ ଦଳ ବିଜେପି, କଂଗ୍ରେସ ଓ ବିଜେଡି ଦଳର ପ୍ରାର୍ଥୀ ଯୋଗାଡ କରି ପାରିଛନ୍ତି । ୩ ଦଳ ପକ୍ଷରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ପଞ୍ଚାୟତ ବୁଲି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ କରୁଛନ୍ତି । ଏମିତିକି ନିଆଳି ରାଜନୀତିରେ କଂଗ୍ରେସ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କୁ ଯୁବ ଚେହେରାକୁ ପ୍ରାର୍ଥୀ କରି ତି୍ରମୁଖୀ ଲଢେଇରେ ସାମିଲ ହୋଇଛି । ଜାହାର ଜ୍ୱଳନ୍ତ ଉଦ୍ଦାହରଣ ଦେଖିବାବୁ ମିଳିଥିଲା ସାଲେପୁରରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ । ନିଆଳିରୁ ହଜାର ହଜାର କର୍ମୀ ଖରାକୁ ଖାତିର ନକରି ଯୋଗ ଦେଇଥିଲେ । ଗତକାଲି ଦେବୀ କନ୍ଦଳ ଦ୍ୱୀପାଞ୍ଚଳ ଏରଞ୍ଚ ପଞ୍ଚାୟତରେ କିଛି କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ସେହିଭଳି କିଛି ଦିନ ତଳେ ରାଣୀଓଳା ପଞ୍ଚାୟତ ରେ ସରୋଜ ସ୍ୱାଇଁ, ବୃଷକେତୁ ସାମଲ ଓ ଯୁବନେତା ଜ୍ୟୋତି ରଞ୍ଜନ ମହାନ୍ତି (ଫଣ୍ଟୁ) ବିଜେପିରେ ଏକ ବିଶଳ ରେଡ୍ ସୋ କରି ଯୋଗ ଦେଇଥିଲେ । ବିଜେଡି ମଧ୍ୟ ସମାନ ଢଙ୍ଗରେ ଏକବେରୁଆଁ ପଞ୍ଚାୟତରେ ଓ ସିଠାଳୋ ପଞ୍ଚାୟତରେ କିଛି କଂଗ୍ରେସ ଓ ବିଜେପି କର୍ମୀଙ୍କୁ ବିଜେଡିରେ ମିଶାଇ ନିଜର ପତିଆରା ଜାହିର କରିଥିଲା । ଗତ କିଛି ଦିନ ତଳେ ପ୍ରମୋଦ ଭୂୟାଁଙ୍କୁ ବିଜେଡିରେ ମିଶାଇ ନିଆଳି ବିଧାୟକ ଡ.ପ୍ରମୋଦ କୁମାର ମଲ୍ଲିକ ଏକ ବିଶାଳ ଶେଭାଯାତ୍ରା କରି ନିଆଳିରେ ହଟଚମଟ ସୃଷ୍ଟି କରିଥିଲେ । ବିଜେପି ମଧ୍ୟ ସମାନ ଢଙ୍ଗରେ କିଛି କଳାକାରଙ୍କୁ ଆଣି ଅଁଳୋ ପଞ୍ଚାୟତର ସରପଞ୍ଚ କଳ୍ପନା ଜେନା ଓ ତାଙ୍କର ଶତାଧିକ କର୍ମୀ ଓ ଅଲଣା ପଞ୍ଚାୟତର କେତେକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ନିଆଳି ବଜାରରେ ଏକ ଶୋଭାଯାତ୍ରା କରି ନିଆଳି ବିଧୟକ ବିଜେପି ପ୍ରାର୍ଥୀ ଛବି ମଲ୍ଲିକ ଓ ବିଜେପିର ସାଂସଦ ପ୍ରାର୍ଥୀ ବିଭୁ ତରାଇଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ । ପ୍ରତ୍ୟେକ ଦିନ ନିଆଳିରେ ବିଭିନ୍ନ ଦଳର କର୍ମୀମାନେ ନିଜ ନିଜ ଦଳ ବଦଳାଇ ରାଜନୀତିକ ଦଳର ଭୋଟ ପାଇବାର ଅଙ୍କ ବିଗାଡି ଦେଉଛନ୍ତି । ଉକ୍ତ ବ୍ଲକ୍ ଅଧିନରେ ଥିବା ଦେବୀ କନ୍ଦଳ ଦ୍ୱୀପାଞ୍ଚଳରେ ଆସନ୍ତା ରବିବାର ଦିନ ଶାସକ ଦଳର ଦୁଇ ସରପଞ୍ଚ ଓ କେତେ ଜଣ ପୂର୍ବତନ ସରପଞ୍ଚ ନିଜର ଦୃଢ ସଙ୍ଗଠନ ଭାବରେ ପରିଚିତ ଥିବାରୁ ଆସନ୍ତା ରବିବାର ଦିନ ବିଜେଡି ଛାଡି ସିଠାଳୋ ତାରିଣୀ ପଡିଆରେ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେବେ ବୋଲି ଜୋର୍ଦାର୍ ଆଲୋଚନା ହେଉଛି । ଯାହାର ଚୁଡାନ୍ତ ନିଷ୍ପତ୍ତି ବୈଠକରେ ନିଆଯାଇ ସାରିଛି । ଖାଲି ଆନୁଷ୍ଠାନିକ ଭାବରେ ମିଶିବାକୁ ବାକି ରହିଛି । ଯଦି ଏହି ତିନି ଜଣ ବିଜେପିରେ ମିଶନ୍ତି ନିଆଳି ବ୍ଲକ୍ରେ ଥିବା ୬ ଗୋଟି ପଞ୍ଚାୟତରୁ ବିଜେଡିକୁ ଶକ୍ତ ଧକ୍କା ଲାଗିବ । ବିଜେଡିର ଭୋଟ କମିବା ସହିତ ବିଜେପି ଦ୍ୱୀପାଞ୍ଚଳରେ ଅଧିକା ଭୋଟ ପାଇବା ଆଶଙ୍କାକୁ ଏଡାଇ ଦିଆ ଯାଇନପାରେ । ଯାହା ଫଳରେ ଏହି ଦଳ ଡିଆଁ ଜ୍ୟୋତି ରଞ୍ଜନ, ଛବି ମଲ୍ଲିକ ଓ ପ୍ରମୋଦ ମଲ୍ଲିକଙ୍କ ଭୋଟ୍ ପାଇବା ଆଶାର ପରିମାଣରେ ତାଳମେଳ ରହୁନାହିଁ । ଯାହା ଫଳରେ ଗଣିତ ଭୁଲ ହେଇଯିବାର ଆଶଙ୍କା ଦେଖା ଦେଇଛି ।