ବିଜେଡି ଶିବିର ଛାଡି ପୁଣି ବିଜେପିରେ ବାବାଜୀ

ସାରସକଣା,: ତୁହାକୁ ତୁହା ବଦଳୁଛି ର୍ନିବାଚନୀ ପାଣିପାଗ । ସାରସକଣା ବ୍ଳକର ବିଜେପି ସମର୍ଥିତ ନେତା ଗୁରୁବାର ପ୍ରଣବ ପ୍ରକାଶ ଦାସଙ୍କ ପାଖରେ ବିଜେଡିରେ ଯୋଗ ଦେଉଥିବା କଥା କୁହାଯାଇଥିବା ବେଳେ ୩ଦିନ ପରେ ରବିବାର ପୁଣି ବିଜେପିକୁ ଫେରି ଭୁଲ୍ ସ୍ୱୀକାର କରିବା ସାରସକଣା ରାଜନୀତିକୁ ସରଗରମ କରିଛି । ପ୍ରକାଶ ଥାଉକି ସାରସକଣା ନିର୍ବାଚନ ମଣ୍ଡଳୀର ୨ ପଞ୍ଚାୟତର ସରପଞ୍ଚ ସମେତ ୩ ଜଣ ବରିଷ୍ଠ ବିଜେପି କର୍ମୀ ଗତ ଗୁରୁବାର ବିଜେଡିରେ ଯୋଗ ଦେଇଥିଲେ । ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସାରସକଣା ବ୍ଲକ ଶଙ୍ଖାଭଙ୍ଗା ପଞ୍ଚାୟତର ସରପଞ୍ଚ ବାବାଜୀ ସିଂ, ପୋଖରିଆ ପଞ୍ଚାୟତ ସରପଞ୍ଚ ତାପସ କୁମାର ଦାସଙ୍କ ସମେତ ବରିଷ୍ଠ ବିଜେପି ନେତା ଅସିତ କୁମାର ସାହୁ, ଶିବଶଙ୍କର ସାହୁ, ଆନନ୍ଦ କୁମାର ସାହୁ ପ୍ରମୁଖ ବରିଷ୍ଠ ବିଜେପି କର୍ମୀ ଗତ ଗୁରୁବାର ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଦ୍ଧିବଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ନେଇ ସାରସକଣା ବ୍ଲକ ବିଜେଡ଼ି ତରଫରୁ ସୁଚନା ଦିଆଯାଇଥିଲା । ତେବେ ଏହି ଘଟଣାର ତିନିଦିନ ପରେ ରବିବାର ଶଙ୍ଖାଭଙ୍ଗା ସରପଞ୍ଚ ବାବାଜୀ ସିଂ ପୁଣି ବିଜେପିରେ ଯୋଗ ଦେଇଛନ୍ତି । ପର୍ଯ୍ୟଟନ ସ୍ଥଳ କାଣ୍ଡିଆ ଉଦ୍ୟାନ ପରିସରରେ ଆୟୋଜିତ ସ୍ୱାଗତ ସଭାରେ ବାବାଜୀ ସିଂଙ୍କୁ ସ୍ଥାନୀୟ ନେତା ତଥା ବିଜେପି ସାରସକଣା ବିଧାନସଭା ପ୍ରାର୍ଥୀ ଭାଦବ ହାଁସଦା ଶୁଭେଚ୍ଛା ଜଣାଇ ସ୍ୱାଗତ ଜଣାଇଥିଲେ । କାରଣ ପ·ରିବାରୁ ବାବାଜୀ କହିଥିଲେ ଏଇଟା ଭୁଲ୍ ବଶତଃ ହୋଇଥଲା । ମୋ ପଞ୍ଚାୟତର ଲୋକେ ତଥା ମୋର ସହୋଯୋଗୀ ସମସ୍ତେ ଆମେ ବିଜେପିର ଅଟୁ । ମୋର ଅନିଚ୍ଛା ସତ୍ତ୍ୱେ ଫଟ ଉଠାଯାଇ ତାକୁ ରାଜନୈତିକ ରଙ୍ଗ ଦିଆଯାଇ ଭାଇରାଲ କରାଯାଇଥିଲା । ତେବେ ମୁଁ ବିଜେପି ସହିତ ରହି କାମ କରିବି ବୋଲି ସେ ପ୍ରକାଶ କରିଥଲେ । ବ୍ଲକରେ ମନମୁଖୀ ଶାସନ ଚଳାଇଥିବା ଲୋକଙ୍କ ବିରୋଧରେ ଆମେ ରହିଛୁ ଓ ରହିବୁ ବୋଲି ପ୍ରତିଜ୍ଞା କରିଥଲେ ଶତାଧିକ କର୍ମୀ । ତେବେ ଉକ୍ତ ଘଟଣାକୁ ନେଇ ଭାଦବ ହାଁସଦା କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ବାବାଜୀ ମୋ ସାନ ଭାଇ ଟା କିଏ କଣ କହି ବୁଲିବାକୁ ଡାକି ନେଇ ଦଳରେ ଯୋଗଦେଲେ କହିଲେ କଣ ବ୍ୟକ୍ତିô ପରିବର୍ତ୍ତନ ହୋଇଯିବ ବୋଲି ସେ କହିଥିଲେ । ବରିଷ୍ଠ ନେତା ଜିଲ୍ଲା ବିଜେଡି ଉପସଭାପତି ଅମରେନ୍ଦ୍ର କରଙ୍କ ଉପସ୍ଥିତିରେ ଗୁରୁବାର ଭୁବନେଶ୍ୱର ଠାରେ  ବିଜେପି ନେତାମାନେ ବିଜେଡିରେ ସାମିଲ ହୋଇଛନ୍ତିି ।