ଷଷ୍ଠ ଦିନରେ ନାମାଙ୍କନ ଭରିଲେ ୪ ଜଣ
ଚମ୍ପୁଆ: ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଚମ୍ପୁଆର ଷଷ୍ଠ ଦିନରେ ୪ ଜଣ ନାମାଙ୍କ ପତ୍ର ଦାଖଲ କରିଥିବା ଜଣାଯାଇଛି । ଗତ ୧ ତାରିଖ ଦିନ ବିଜୁଜନତା ଦଳର ପ୍ରାର୍ଥୀ ସନାତନ ମହାକୁଡ ଓ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମୁରଲୀ ମନୋହାର ଶର୍ମା ନାମାଙ୍କନ ଦାଖଲ କରିଥିବା ବେଳେ ଗତ ୩ ତାରିଖ ଦିନ ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ଅଙ୍କଜ ଜୟସ୍ୱାଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶନିବାର ଅଜସୁ ପକ୍ଷରୁ ସଂଜୟ କୁମାର ମହାନ୍ତ, ମାନସ ଜନଶକ୍ତି ପକ୍ଷରୁ ରଷୁନାଥ ନାଏକ, ବିଏସପି ପକ୍ଷରୁ ଜୟୀ ମୁଣ୍ଡା ଓ ସ୍ୱାଧିନ ପ୍ରାର୍ଥୀ ଭାବେ ବାସମତି ମୁଣ୍ଡା ନାମାଙ୍କନ ଦାଖଲ କରିଛନ୍ତି । ଏହି ଉପରୋକ୍ତ ୪ ଜଣ ରିଟର୍ଣ୍ଣିଂ ଅଫିସର ତଥା ଉପଜିଲାପାଳ ସୁକାନ୍ତ ମାଝିଙ୍କ କାର୍ଯ୍ୟାଳୟରେ ପହଁଚି ନିଜ ସମର୍ଥକଙ୍କ ଗହଣରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଆସନ୍ତା ସମବାର ପ୍ରର୍ଥୀ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଉକ୍ତ ଦିନ ଜାତୀୟ କଂଗ୍ରେସ ନାମଙ୍କନ ପତ୍ର ଦାଖଲ କରିବେ ବୋଲି ଚଳିତ ବର୍ଷ ପ୍ରାର୍ଥୀ ହୋଇଥିବା ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ସୂଚନା ଦେଇଛନ୍ତି ।