"ଭୋଟର ଦାଦା, ଭୋଟର ନାନି' ଉନ୍ମୋଚିତ 

 ସମ୍ବଲପୁର : କୌଣସି ଭୋଟରଙ୍କୁ ପଛରେ ଛାଡି ଦିଆଯିବ ନାହିଁ  ମନ୍ତ୍ର ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ଭୋଟର ମାସ୍କଟ୍ ପ୍ରଚଳନ କରାଯାଇଛି । "ଭୋଟର ଦାଦା' ଓ "ଭୋଟର୍ ନାନୀ' ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧିଥିବା ସ୍ୱ୍ୱିପ୍ ଟୋଟେମ୍  ।
"ଭୋଟର ଦାଦା' ଓ "ଭୋଟର ନାନି' ମାସ୍କଟ୍ ହେଉଛି ନିର୍ବାଚନୀ କାର୍ଯ୍ୟକଳାପ ପ୍ରତି ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାର ଏକ ଅଭିନବ ଉପାୟ । ଭୋଟର ତାଲିକାରେ ନାମ ପଞ୍ଜୀକରଣ, ମଡେଲ ପୋଲିଂ ଷ୍ଟେସନ, ସଖୀ ବୁଥ୍ ମହିଳା ପୋଲିଂ କର୍ମ·ରୀଙ୍କ ଦ୍ୱାରା ପରି·ଳିତ ମତଦାନ କେନ୍ଦ୍ର, ପିଡବ୍ଲ୍ୟୁଡି ପରି·ଳିତ ମତଦାନ କେନ୍ଦ୍ର, ଭୋଟରଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଅନଲାଇନ୍ ଓ ଅଫ୍ଲାଇନ୍ ସୁବିଧା ବିଷୟରେ ସୂଚନା, ନୈତିକ ମତଦାନ ଆଦି ବିଷୟରେ ଭୋଟରଙ୍କୁ ସଚେତନ କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ନଗର ନିିିଗମ କାର୍ଯ୍ୟାଳୟ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସର୍ବସାଧାରଣ ସ୍ଥାନରେ ଭୋଟର ଦାଦା ଓ ଭୋଟର ନାନି ସେଲ୍ଫି ପଏଣ୍ଟ ରହିବ ।