ଅପରାଧୀ ଗିଲଟି କାଳୁ ଗିରଫ: ଦେଶୀ ପିସ୍ତଲ ଜବତ


ପୁରୀ, : ବଡ଼ଶଙ୍ଖ ପରିବା ବଜାରର ବ୍ୟବସାୟୀମାନଙ୍କୁ ଦେଶୀ ପିସ୍ତଲ ଦେଖାଇ ହତ୍ୟାଧମକ ଦେଇ ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୋଲିସ କୁଖ୍ୟାତ ଅପରାଧୀ ସୁଭାଷ ମହାନ୍ତି ଓରଫ ଗିଲଟି କାଳୁକୁ ଗିରଫ କରି କୋର୍ଟଚାଲାଣ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଏଏସ୍ଆଇ ଅଜିତ କୁମାର ବିଶ୍ୱାଳ ଥାନାର ଅନ୍ୟ ଷ୍ଟାପମାନଙ୍କ ସହ ସାନ୍ଧ୍ୟକାଳୀ ପାଟ୍ରୋଲିଂ ଡ଼ୁ୍ୟଟି କରୁଥିବା ବେଳେ ଜଣେ ବ୍ୟକ୍ତି ବ୍ୟବସାୟୀମାନଙ୍କୁ ଧମକ ଦେଇ ବଡ଼ଶଙ୍ଖ ପରିବା ବଜାରରୁ ବଟି ଆଦାୟ କରିବା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଖବର ପାଇ ପୋଲିସ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚôଥିଲେ । ପୋଲିସକୁ ଦେଖି ଗିଲଟି କାଳୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପାଖକୁ ଆସିଲେଳ ଗୁଳି କରି ମାରିଦେବି ବୋଲି ଧମକ ଦେଇ ଖସିପଳାଇବାର ଉଦ୍ୟମ କରିଥିଲା । ତେବେ ପୋଲିସ ଟିମ୍ କୌଣସି ମତେ ତାକୁ କାବୁକରିଥିଲେ । ତଲାସ ନେବାରୁ ତା ନିକଟରୁ ଏକ ଦେଶୀ ପିସ୍ତଲ ଓ ନଗଦ ୫୦୦ଟଙ୍କା ମିଳିଥିଲା । ଦାଦାବଟି ଆକାରରେ ସେ ଏହି ଅର୍ଥ ଆଦାୟ କରିଥିଲା । ଜେରା କରାଯିବାରୁ ଗିଲଟି କାଳୁ ତାର ଦୋଷ ସ୍ୱୀକାର କରିଥିଲା । ଏହା ପରେ ପୋଲିସ ଗିଲଟି କାଳୁକୁ ଗିରଫ କରିଥିଲା । ଗିଲଟି କାଳୁ ବିରୋଧରେ କୁମ୍ଭାରପଡ଼ା ଥାନାରେ ବିଭିନ୍୩ନ ସଂଗୀନ ଦଫାରେ ୩୨ଟି ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଗିଲଟି କାଳୁ କୁମ୍ଭାରପଡ଼ା ଥାନା କାଚରା ମଠ ଲେନ୍ର ସ୍ୱର୍ଗତ ବାବାଜୀ ମହାନ୍ତିଙ୍କୁ ପୁଅ ବୋଲି ଜଣାପଡ଼ିଛଇ । ଏ ସଂକ୍ରାନ୍ତରେ ଆଇପିସିର ୩୯୪, ୩୫୩, ୩୮୬, ୩୮୭, ୫୦୬ ଏବଂ ଅସ୍ତ୍ରଶସ୍ତ୍ର ଆଇନର ୨୫ ଓ ୨୭ ଦଫାରେ ୧୪୫/୨୦୨୪ ନମ୍ବର ମାମଲା ରୁଜୁ କରାଯାଇଛି ।